Posted inଜାତୀୟ

ସାମ୍ବିଧାନିକ ପୀଠଙ୍କ ରାୟ ଅନ୍ୟ ଖଣ୍ଡପୀଠ ପାଇଁ ମାନ୍ୟ

ନୂଆଦିଲ୍ଲୀ,୧୮ା୫ (ପି.ଟି.): ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍‌ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ କହିଛନ୍ତି। ହରିୟାଣାର ଏକ ଗାଁର ବାସିନ୍ଦା ମିଳିତ ଭାବେ ବ୍ୟବହାର କରୁଥିବା ଜମି ଉପରେ ଏହି ରାୟ ଦିଆଯାଇଥିଲା। ହରିୟାଣାର ଭୂମି ଆଇନ ଅନୁଯାୟୀ ପ୍ରକୃତ ମାଲିକମାନଙ୍କଠାରୁ ସେମାନଙ୍କ ଅନୁମୋଦିତ ସିଲିଂ ସୀମାରୁ ନିଆଯାଇଥିବା ଜମି ଉପରେ ପଞ୍ଚାୟତ ମାଲିକାନା ଜାହିର କରିପାରିବ ନାହିଁ ବୋଲି ୨୦୨୨ ଏପ୍ରିଲ ୭ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ପଞ୍ଚାୟତ କେବଳ ଉକ୍ତ ଜମିର ପରିଚାଳନା ଓ ନିୟନ୍ତ୍ରଣ କରିପାରିବ ବୋଲି ଅଦାଲତ କହିଥିଲେ। ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ଣ୍ଣ ଖଣ୍ଡପୀଠ ହରିୟାଣା ଗ୍ରାମ ସାଧାରଣ ଜମି (ନିୟାମକ) ଆଇନ, ୧୯୬୧ର ଧାରା ୨(ଜି)ର ଉପଧାରା ୬ର ବୈଧତାକୁ ଅନୁଧ୍ୟାନ କରି ଦେଇଥିବା ରାୟ ବିରୋଧରେ ଏକାଧିକ ଅପିଲ୍‌ ଉପରେ ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେଇଥିଲେ। ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ସନ୍ଦିପ୍‌ ମେହେଟ୍ଟାଙ୍କ ଖଣ୍ଡପୀଠ ଗୁରୁବାର କହିଛନ୍ତି, ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ୧୯୬୬ରେ ଦେଇଥିବା ରାୟ ଆଧାରରେ ହାଇକୋର୍ଟ ତାଙ୍କ ରାୟ ଶୁଣାଇଥିଲେ। ୧୯୬୬ର ରାୟକୁ ହାଇକୋର୍ଟ ଭରସା କରିବା କାହିଁକି ଭୁଲ୍‌ ଥିଲା ସେ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଥିଲା। ସାମ୍ବିଧାନିକ ପୀଠଙ୍କ ଏକ ରାୟକୁ କମ୍‌ କ୍ଷମତାସମ୍ପନ୍ନ ଖଣ୍ଡପୀଠ ମାନିବା ବାଧ୍ୟତାମୂଳକ ଏହା ଦର୍ଶାଇବା ପାଇଁ କୌଣସି ଆଇନର ଆବଶ୍ୟକତା ନାହିଁ। ୧୯୬୬ର ଭଗତ ରାମ ମାମଲାର ରାୟ ୫ ଜଣିଆ ପୀଠ ଦେଇଥିଲେ। ଏହି ରାୟର ପାରାଗ୍ରାଫ୍‌ ୫ ଅନୁଯାୟୀ ସାମ୍ବିଧାନିକ ପୀଠର ରାୟକୁ ୨ ଜଣିଆ ଖଣ୍ଡପୀଠ ଅଣଦେଖା କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri