ବାସ୍ତୁ ଅନୁଯାୟୀ ଘରର କେଉଁ ରୁମ୍‌ରେ କି ରଙ୍ଗ ଦେଲେ ଶୁଭ? ବଢ଼ିବ ସୁଖଶାନ୍ତି, ଦୂର ହେବ…

ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍‌ ତଥା କାନ୍ଥ ଓ ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ପ୍ରତି ରୁମ୍‌ରେ ସବୁ ପ୍ରକାରର ରଙ୍ଗ ଦେଇହେବନାହିଁ। ତା’ହେଲେ ଜାଣନ୍ତୁ କେଉଁ ରୁମ୍‌ରେ କି ରଙ୍ଗ ଦେଲେ ତାହା ଶୁଭଫଳ ଦେବା ସହ ମନକୁ ଶାନ୍ତି ପ୍ରଦାନ କରିବ…

* ଲିଭିଂ ରୁମ୍‌ର ସକାରାତ୍ମକତା ଗୁଣ ବୃଦ୍ଧି କରିବା ପାଇଁ ଏହି ରୁମ୍‌ରେ ଧଳା, ହଳଦିଆ, ହାଲ୍‌କା ନୀଳ ଅଥବା ହାଲ୍‌କା ଗୋଲାପୀ ରଙ୍ଗ ଲଗାଇବା ବାସ୍ତୁ ଅନୁଯାୟୀ ଶୁଭ ହୋଇଥାଏ। ଗାଢ଼ ରଙ୍ଗର ପ୍ରୟୋଗ ଏହି ଘର ପାଇଁ ସେତେ ଠିକ୍‌ ନୁହେଁ।

* ରୋଷେଇ ଘରେ ଯେହେତୁ ଅଗ୍ନି ଦେବଙ୍କର ବାସସ୍ଥାନ, ସେଥିପାଇଁ ଏହି ଘରେ ହଳଦିଆ, ନାରଙ୍ଗୀ, ନାଲି ଅଥବା କେଶରିଆ ରଙ୍ଗ ଲଗାଇଲେ ଶୁଭଫଳ ମିଳିଥାଏ। କଳା ହେଉ ଅଥବା ଅନ୍ୟ କୌଣସି ଗାଢ଼ ରଙ୍ଗ ଏହି ଘରେ ଲଗାଇବେ ନାହିଁ।

* ପୂଜାଘର ଶାନ୍ତି ଓ ପବିତ୍ରତାର ପ୍ରତୀକ ହୋଇଥାଏ। ତେଣୁ ଏହି ଘରର ସୌନ୍ଦର୍ଯ୍ୟ ଓ ଗୁଣବତ୍ତାକୁ ଆହୁରି ବଢ଼ାଇବା ପାଇଁ ଏହି ଘରେ ହାଲ୍‌କା ନୀଳ, ଧଳା କିମ୍ବା ହାଲ୍‌କା ସବୁଜ ରଙ୍ଗ ଲଗାଇ ପାରିବେ।

* ନବବିବାହିତ ଦମ୍ପତିଙ୍କ ବେଡ୍‌ରୁମ୍‌ରେ ହାଲ୍‌କା ଗୋଲାପୀ କିମ୍ବା ହାଲ୍‌କା ଲାଲ୍‌ ରଙ୍ଗ ଲଗାଇବା ସବୁଠୁ ଶୁଭ ହୋଇଥାଏ। ଆବଶ୍ୟକ କ୍ଷେତ୍ରରେ ଏହି ରୁମ୍‌ରେ ଅନ୍ୟ ଯେ କୌଣସି ହାଲ୍‌କା ରଙ୍ଗ ମଧ୍ୟ ବ୍ୟବହାର କରିହେବ। କିନ୍ତୁ ଭୁଲ୍‌ରେ କେବେ ବି କଳା କିମ୍ବା ଗାଢ଼ ବାଇଗଣୀ ରଙ୍ଗ ବ୍ୟବହାର କରିବେନାହିଁ। ଏହା ସମ୍ପର୍କରେ ଭୁଲ୍‌ ବୁଝାମଣା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri