Posted inଜାତୀୟ

ଏଏପି ଛାଡ଼ିବେ ସ୍ବାତୀ ମାଲିଓ୍ବାଲ! ଦଳ ଛାଡିଲେ ହରେଇବେ ରାଜ୍ୟ ସଭା ସିଟ୍‌

ନୂଆଦିଲ୍ଲୀ,୧୯।୫: ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲ ଏବଂ ତାଙ୍କ ପାର୍ଟି ଆମ ଆଦମୀ ମଧ୍ୟରେ ସମ୍ପର୍କ ଧିରେଧିରେ ବିଗିଡିବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ PA ବୈଭବ କୁମାର, ମାଲିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ବୈଭବଙ୍କୁ ଶନିବାର ଦିଲ୍ଲୀ ପୋଲିସ ଗିରଫ କରିଛି। ଏନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରଶ୍ନ ଉଠୁଥିବାବେଳେ ସ୍ବାତୀଙ୍କ ସପକ୍ଷରେ ଭାଜପା ବାହାରିଛି। ଏଭଳି ପରିସ୍ଥିତିରେ ସ୍ବାତୀ ମାଲିୱାଲଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଏନେଇ କଳ୍ପନାଜଳ୍ପନା ଜାରି ରହିଛି। ଚଳିତ ବର୍ଷ ଜାନୁଆରୀରେ ଏଏପି ଦ୍ୱାରା ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ସ୍ବାତୀଙ୍କ ସହିତ ଦଳର ସମ୍ପର୍କ କାହିଁକି ଅଡୁଆ ହେଲା ଏନେଇ ବିଭିନ୍ନ ଆକଳନ କରାଯାଉଛି। କୁହାଯାଉଛି କି ସେ ଦଳ ପରିବର୍ତ୍ତନ କରିପାରନ୍ତି। ସେ କେଉଁ ଦଳରେ ଯୋଗଦେବେ ସେ ନେଇ କିଛି ସ୍ପଷ୍ଟ ହୋଇ ନ ଥିବାବେଳେ ଏଏପି ଛାଡିଲେ ତାଙ୍କ ରାଜ୍ୟ ସଭା ସିଟ୍‌ ତାଙ୍କୁ ହରାଇବାକୁ ପଡିବ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଦେଶର ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ, ନିର୍ବାଚିତ ଜନ ପ୍ରତିନିଧୀଙ୍କ ବିଷୟରେ ବିସ୍କୃତ ଆଲୋଚନା ହୋଇଛି। ଆବଶ୍ୟକ ସ୍ଥଳେ ଜଣେ ସାଧାରଣ ପ୍ରତିନିଧୀ କେବଳ ଦୁଇଟି ପରିସ୍ଥିତିରେ ଅଯୋଗ୍ୟ ହୋଇପାରିବେ। ପ୍ରଥମେ, ଯଦି ସେ ସ୍ବେଚ୍ଛାକୃତ ଭାବରେ ତାଙ୍କ ପଦ ଛାଡିଦିଅନ୍ତି କିମ୍ବା ଇସ୍ତଫା ଦିଅନ୍ତି । ଦ୍ୱିତୀୟ, ସେ ଗୃହରେ ଦଳର ନିର୍ଦ୍ଦେଶ ବିରୋଧରେ ଭୋଟ ଦିଅନ୍ତି କିମ୍ବା ଭୋଟ ଦେବା ଦିନ ଅନୁପସ୍ଥିତ ରୁହନ୍ତି। ଏପରି କରିବା ଦ୍ୱାରା ସେ ନିଜ ସଦସ୍ୟତା ହରେଇ ପାରନ୍ତି।

ଏହାର ଅର୍ଥ ଯଦି AAP ସ୍ବାତୀ ମାଲିୱାଲଙ୍କୁ ଦଳରୁ ନିଲମ୍ବନ କରେ ତା’ ପରେ ମଧ୍ୟ ସେ ରାଜ୍ୟ ସଭାରେ ଦଳର ଏମପି ରହିବେ। ଏବଂ ତାଙ୍କୁ ଦଳର ସବୁ ନିର୍ଦ୍ଦେଶକୁ ଗୃହରେ ମାନିବାକୁ ପଡ଼ିବ। କିନ୍ତୁ, ଯଦି AAP ତାଙ୍କୁ ଦଳରୁ ବହିଷ୍କାର କରେ, ତେବେ ସେ ସ୍ବୟଂଚାଳିତ ଭାବରେ ଗୃହରେ ଜଣେ ସ୍ବାଧୀନ ଏମପି ହେବେ । ଗୃହରେ AAP ର କୌଣସି ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ ହେବେ ନାହିଁ ।

ଦଶମ ସୂଚୀରେ ଦଳବଦଳ ଆଇନକୁ ନେଇ କୁହାଯାଇଛି ଯେ, ଯଦି ସେ ନିଜେ ଇସ୍ତଫା ଦିଅନ୍ତି କିମ୍ବା ଯଦି ସେ ଦଳ ଦଳ ଦ୍ୱାରା ଜାରି କରାଯାଇଥିବା କୌଣସି ନିର୍ଦ୍ଦେଶକୁ ଉଲ୍ଲଂଘନ କରନ୍ତି ତେବେ ରାଜ୍ୟ ସଭାରେ ସେ ଅଯୋଗ୍ୟ ଘୋଷଣା ହେବେ।

ତେବେ AAP ସ୍ବାତୀ ମାଲିୱାଲଙ୍କୁ ନିଲମ୍ବନ କି ବହିଷ୍କାର କରିବ କି ନାହିଁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଆଇନ ଅନୁଯାୟୀ ଦଳ ତାଙ୍କୁ ବହିଷ୍କାର କଲେ ସ୍ବାତୀ ରାଜ୍ୟ ସଭାରେ ସ୍ବାଧୀନ ପ୍ରାର୍ଥ ତ ରହିବେ କିନ୍ତୁ କୌଣସି ଦଳରେ ଯୋଗ ଦେଇ ପାରିବେ ନାହିଁ। ଆଉ ଗୋଟିଏ ଦଳରେ ଥାଇ ଯଦି ସେ ଅନ୍ୟ ଏକ ଦଳରେ ଯୋଗ ଦିଅନ୍ତି ତେବେ ସେ ନିଜର ସଦସ୍ୟତା ହରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri