‘ୱାର୍ଡମେମ୍ବର ନିର୍ବାଚନ ଲଢ଼ିନାହାନ୍ତି, ମୋତେ ପଚାରୁଛନ୍ତି କ’ଣ କରିଛ’: ଅପରାଜିତା

ଭୁବନେଶ୍ୱର,୧୯।୫: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସୀମା ଭିତରେ ରହି ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ”  ମୋର କାମକୁ ନେଇ ପାଣ୍ଡିଆନ ବାବୁ ସନ୍ତୁଷ୍ଠ ନୁହଁ ବୋଲି କହିଛନ୍ତି। ହେଲେ ମୋର ରାଜନୈତିକ ଭବିଷ୍ୟତ ତାଙ୍କ ମତାମତ ଉପରେ ନିର୍ଭର କରେନାହିଁ। ମୁଁ ପ୍ରତିବର୍ଷ ମୋର ରିପୋର୍ଟ କାର୍ଡ ଦେଇଛି। ଯାହାକି ପବ୍ଲିକ ଡୋମେନରେ ଉପଲବ୍ଧ ରହିଛି। ପାଣ୍ଡିଆନ ବାବୁ ତାହାକୁ ସେଠାରୁ ପଢି ନିଅନ୍ତୁ।

ମୁଁ ପାଣ୍ଡିଆନ ବାବୁଙ୍କୁ ପ୍ରଶ୍ନ କରୁଛି, ରାଜନୀତିରେ ମର୍ଯ୍ୟାଦାପୂର୍ଣ୍ଣ ମର୍ଯ୍ୟାଦା ପୂର୍ଣ୍ଣ ମନ୍ତବ୍ୟ ବ୍ୟବହାର କରାଯାଏ। ପ୍ରଶାସନିକ ଅଧିକାରୀଙ୍କୁ ଟ୍ରେନିଂ ରେ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାରର ଶିକ୍ଷା ଦିଆଯାଇଥାଏ। ଜଣେ ପୂର୍ବତନ ଅଧିକାରୀ ହିସାବରେ ପ୍ରଧାନମନ୍ତ୍ରୀ ଙ୍କ କାମକୁ ନେଇ ନକାରାତ୍ମକ ଟିପ୍ପଣୀ ନକରନ୍ତୁ ପାଣ୍ଡିଆନ ବାବୁ। ପ୍ରଧାନମନ୍ତ୍ରୀଙ୍କୁ ଟୁରିଷ୍ଟ ବୋଲି ଟିପ୍ପଣୀ ନଦିଅନ୍ତୁ। ଖାଲି ସେତିକି ନୁହଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ତାଙ୍କ ଔକାତ୍, ଓ ଦମ ସବ୍ଦର ବ୍ୟବହାର କରିବା ଏବଂ ତାଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିବା ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଶୋଭା ଦେଉନାହିଁ। ପାଣ୍ଡିଆନ୍ ବାବୁ ନିଜ ସୀମା ଭିତରେ ରହିବା ଦରକାର। ମର୍ଯ୍ୟାଦାପୂର୍ଣ୍ଣ କଥା କହିବା ଉଚିତ୍।

ମୋତେ ପଚାରୁଛନ୍ତି ମୁଁ ୫ ବର୍ଷରେ କଣ କରିଛି। ମାତ୍ର ବିଜେଡିର ୧୨ ଜଣ ସାଂସଦ ଙ୍କ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନ୍ ରେ ରଖନ୍ତୁ ପାଣ୍ଡିଆନ୍ ବାବୁ। ପ୍ରସନ୍ନ ପାଟ୍ଟଶାଣୀ ବାବୁ ୨୫ ବର୍ଷ ସାଂସଦ ଥିଲେ। ସବୁ ବର୍ଷର ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନ୍ ରେ ରଖି ପାରିବେ କି? ୨୦୧୯-୨୪ ମଧ୍ୟରେ ୧୨ ଜଣ ସାଂସଦ ବିଜେଡିର ଲୋକସଭାରେ ଥିଲେ। ସେମାନଙ୍କ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନରେ ରଖନ୍ତୁ ତ? ମାତ୍ର ୩ ଜଣ କୁ ଛାଡିଦେଲେ ଅନ୍ୟ କୌଣସି ସାଂସଦ ଲୋକସଭାରେ ନା ପ୍ରଶ୍ନ କରୁଥିଲେ ନା ସେମାନଙ୍କୁ ଲୋକସଭାରେ ଦେଖିବାକୁ ମିଳୁଥିଲା। ଲୋକମାନେ ମନସ୍ଥ କରିସାରିଲେଣି ବିଜେପିକୁ ଆଉ ନରେନ୍ଦ୍ର ମୋଦୀ ଙ୍କୁ ହିଁ ଜିତାଇବେ। ଆଶ୍ଚର୍ଯ୍ୟର କଥା ପାଣ୍ଡିଆନ ନିଜେ ୱାର୍ଡ ମେମ୍ବର ନିର୍ବାଚନ ମଧ୍ଯ ଲଢ଼ି ନାହାନ୍ତି। ସେ ପଚାରୁଛନ୍ତି ଅପରାଜିତା ଷଡଙ୍ଗୀ କଣ କରିଛନ୍ତି। ଲୋକେ ଜାଣିବା ଦରକାର ବିଜେଡି ଏମପି କଣ କରିଛନ୍ତି।

ସେପଟେ ସାକ୍ଷାତକାରରେ ଭାଜପାର ନେତାମାନଙ୍କୁ କୁଜି ନେତା କହିଛନ୍ତି ପାଣ୍ଡିଆନ୍ ବାବୁ। ମୁଁ ଏହିଭଳି ଶବ୍ଦ ପ୍ରୟୋଗକୁ ଭର୍ସନା କରୁଛି। ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଏପରି ମତ ପାଣ୍ଡିଆନ୍ ବାବୁଙ୍କୁ ଶୋଭା ଦେଉନାହିଁ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଟିପ୍ପଣୀ ଦେବା ଶୋଭା ଦେଉନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ସ୍ଵାସ୍ଥ୍ୟର ଫାଇଦା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଗୃହବନ୍ଦୀ କରି ନିଜକୁ ମହାନ ଜନ ନାୟକ ହେବାକୁ ଚେଷ୍ଟା କରୁଛନ୍ତି ସେ। ନିର୍ବାଚନୀରେ ଛିଡା ହେବାକୁ ସାହସ ନାହିଁ। ମାତ୍ର ଭାଜପାର ଯେଉଁ ନେତା ମାନେ ଦିର୍ଘ ଦିନ ଧରି କାମ କରୁଛନ୍ତି ସେମାନଙ୍କୁ କୁଜି ନେତା କହିଛନ୍ତି। ଏହା ସେ ନିଜ ଲକ୍ଷ୍ମଣରେଖା ଡେଇଁ ଯାଉଛନ୍ତି। ଶବ୍ଦର ଏହିଭଲି ପ୍ରୟୋଗ କରୁଛନ୍ତି ତାକୁ ମୁଁ ଘୋର ଭର୍ସନା କରୁଛି। ଯିଏ ନିଜେ ୱାର୍ଡ ମେମ୍ବର ପାଇଁ ନିର୍ବାଚନୀ ଲଢ଼ି ନାହାନ୍ତି ସେ ଏଭଲି ମନ୍ତବ୍ୟ ଦେବା ଉଚିତ୍ ନୁହଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri