Posted inଖେଳ

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଷେକ ଶର୍ମା ସନରାଇଜର୍ସ ହାଇଦ୍ରାବାଦକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଥିଲେ ଏବଂ ଟ୍ରାଭିସ ହେଡଙ୍କ ସହ ଚମତ୍କାର ଇନିଂସ ଆରମ୍ଭ କରିଥିଲେ।
ଯେତେବେଳେ ବି ଆଇପିଏଲର ଏହି ସିଜନରେ ତାଙ୍କୁ ସୁଯୋଗ ମିଳିଲା, ସେତେବେଳେ ସେ ଛକା ମାରିଥିବାର ଦେଖାଯାଇଥିଲା ଏବଂ ହାଇଦ୍ରାବାଦର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ। ଚଳିତ ସିଜନରେ ସେ ଏମିତି ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି ଯିଏ ବିରାଟ କୋହଲିଙ୍କୁ ଅତିକ୍ରମ କରି ସର୍ବାଧିକ ଛକା ମାରଥିବା ପ୍ରଥମ ଭାରତୀୟ ଖେଳାଳି ହୋଇପାରିଛନ୍ତି।
ପଞ୍ଜାବ କିଙ୍ଗସ (PBKS) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ତାରକା ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏକ ଅର୍ଦ୍ଧଶତକ ଖେଳିଥିଲେ। ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଜଣେ ଓପନର୍‌ ଭାବେ ଅଭିଷେକ ୨୮ ବଲରେ ୬୬ରନର ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୫ ଚୌକା ଓ ୬ ଛକା ମାରିଥିଲେ। ସେ ମାତ୍ର ୨୧ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପଞ୍ଜାବ ବିପକ୍ଷ ଇନିଂସରେ ଅଭିଷେକ ୬ ଟି ଛକା ମାରିଥିଲେ ଏବଂ ଏହି ସମୟରେ ସେ ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ୬ଟି ଛକା ମାରିବାଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ଚଳିତ ସିଜନରେ ସେ ୪୧ ଛକା ମାରିଥିଲେ।
ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବରେ ଅଭିଷେକ ଶର୍ମା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇ ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ଛକା ମାରିଥିଲେ। ଏଥିରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ଆଇପିଏଲ ୨୦୧୬ରେ ୩୮ଛକା ମାରିଥିବାବେଳେ ଋଷଭ ପନ୍ତ ଆଇପିଏଲ ୨୦୧୮ ରେ ୩୮ ଛକା ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri