”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି ପଛୁଆ ହୋଇ ରହିଯାଇଛି। ଯଦି ବିଜେଡି ଓଡ଼ିଶାକୁ କିଛି ଦେଇଛି, ତାହା ହେଉଛି ଖଣି ମାଫିଆ, ବାଲି ମାଫିଆ, ଜମି ମାଫିଆ, କୋଇଲା ମାଫିଆ। ଏହା ସହିତ ଦଳର ବିଧାୟକ ମନ୍ତ୍ରୀ ମଧ୍ୟ ଭ୍ରଷ୍ଟାଚାରରେ ସବୁବେଳେ ଲିପ୍ତ ରହୁଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ବିକାଶ ଅସମ୍ଭବ।

ଏହା ସହିତ ସେ କହିଛନ୍ତି, ”ଓଡ଼ିଶାର ଏପରି କୌଣସି ବ୍ଲକ ନ ଥିବ ସେଠାରୁ ଲୋକ ଯାଇ ଗୁଜରାଟରେ ପେଟ ପୋଷୁ ନଥିବେ। ଯେଉଁ ପ୍ରଦେଶ ଏତେ ସମୃଧ, ଏହାକୁ ବରବାଦ କରିଥିବା ଲୋକଙ୍କୁ ସଜା ଦେବା ପାଇଁ ଏହି ନିର୍ବାଚନ ଆସିଛି। ତେବେ ମୋର କାର୍ଯ୍ୟକାଳ ସମୟରେ ରେକର୍ଡ ଟଙ୍କା ମୁଁ ଓଡିଶାକୁ ପଠାଇଥିଲା ବେଳେ ପିସି ନ ପାଇଲା ପର୍ଯ୍ୟନ୍ତ କାମ କରାଇ ଦେଉନାହାନ୍ତି ବିଧାୟକ ମନ୍ତ୍ରୀ। ଏଥିପାଇଁ କିଛି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇପାରୁନାହିଁ। ଏହା ସହିତ ବିଭିନ୍ନ ପ୍ରକଳ୍ପକୁ ନିଜର ନିକଟତର ଠିକାଦାରଙ୍କୁ ଦେଇ ସବୁଦିଗରୁ ଆପଣମାନଙ୍କୁ ଲୁଟୁଛନ୍ତି।”

”ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର, ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବେ। ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ, ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି। ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛି। ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ।ଆମକୁ ଓଡ଼ିଶାରେ ନିବେଶ ଦରକାର, ନୂଆ ଉଦ୍ୟୋଗ ଦରକାର। ବିଜେପିର ତାକତ ଅଛି, ଏସବୁ ବିଜେପି ହିଁ କରିପାରିବ। ଓଡ଼ିଶାର ହେବାକୁ ଥିବା ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ।”


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri