ବଜାରରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ସିରିଜ୍‌, ବ୍ଲାକ୍‌ ଏଡିଶନର ଅନାବରଣ

ଭୁବନେଶ୍ୱର,୨୦।୫: ଟିଭିଏସ୍‌ ମୋଟର କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ସିରିଜ୍‌କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ‘ବ୍ଲେକ୍‌ ଅଫ୍‌ ବ୍ଲାକ୍‌’ ଡାର୍କ ଏଡିଶନ ମଡେଲ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ଏବଂ ଆର୍‌ଟିଆର୍‌ ୧୬୦ ୪ଭିର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ଏବଂ ଆର୍‌ଟିଆର୍‌ ୧୬୦ ୪ଭି ମୋଟରସାଇକେଲରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହ ଫିଚର ସଂଯୋଗ ହୋଇଛି।

ଏପରିକି ଉଭୟ ମଡେଲ ଶ୍ରେଷ୍ଠମାନର ପ୍ରଦର୍ଶନ ପାଇଁ ୩ ପ୍ରକାର ରାଇଡ୍‌ ମୋଡ୍‌, ଡିଜିଟାଲ ଏଲ୍‌ସିଡି କ୍ଲଷ୍ଟର, ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌, ଟେଲ୍‌ଲ୍ୟାମ୍ପ୍‌ ଓ ଜିଟିଟି ଭଳି ସୁବିଧା ସାମିଲ ରହିଛି। ଏହି ବର୍ଗର ପ୍ରଥମ ଇଞ୍ଜିନ ଓ ଏବିଏସ୍‌ର ସମ୍ମିଶ୍ରଣ ସହ ସ୍ପୋର୍ଟସ୍‌, ଅର୍ବାନ୍‌ ଓ ରେନ୍‌ ଭଳି ୩ ପ୍ରକାର ମୋଡ୍‌ ରହିଛି, ଯାହାକୁ ୩ଟି ଭିନ୍ନ ପରିବେଶକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ୬୦ରୁ ଅଧିକ ଦେଶରେ ଉପସ୍ଥିତି ସହ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ସାରା ବିଶ୍ୱରେ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ପୋର୍ଟସ୍‌ ମୋଟରସାଇକେଲ ବ୍ରାଣ୍ଡ୍‌ରେ ପରିଣତ ହୋଇଛି। ଟିଭିଏସ୍‌ ରେସିଂ ଡିଏନ୍‌ଏରୁ ସୃଷ୍ଟି ହୋଇଥିବା ଏହି ସିରିଜ୍‌ ପ୍ରଦର୍ଶନ, ଡିଜାଇନ୍‌, ପ୍ରଯୁକ୍ତି ଦୃଷ୍ଟିରୁ ନବସୃଜନରେ ଅଗ୍ରଣୀ ରହିଛି ଏବଂ ଏହାକୁ ଚାଳକଙ୍କ ସମ୍ପୃକ୍ତି, ସୁରକ୍ଷା ଓ ଆରାମ ଅନୁସାରେ ଡିଜାଇନ କରାଯାଇଛି।

ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ବ୍ୟବସାୟ ମୁଖ୍ୟ (ପ୍ରିମିୟମ୍‌) ବିମଳ ସୁମ୍ବଲି କହିଛନ୍ତି, ୪ ଦଶନ୍ଧି ଧରି ସମୃଦ୍ଧ ରେସିଂ ପରମ୍ପରାକୁ ନେଇ ଟିଭିଏସ୍‌ ଆପାଚି ସିରିଜ୍‌ ୫.୫ନିୟୁତ ଉତ୍ସାହୀଙ୍କ ଏକ ବିଶ୍ୱସ୍ତରୀୟ ଗୋଷ୍ଠୀରେ ପରିଣତ ହୋଇଥିବା ବେଳେ ଏହାକୁ ବିଶ୍ୱସ୍ତରରେ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରିମିୟମ ମୋଟରସାଇକେଲ ବ୍ରାଣ୍ଡ୍‌ରେ ପରିଣତ କରିଛି। ସେହିଭଳି ବ୍ରାଣ୍ଡ୍‌ର ପ୍ରଦର୍ଶନ ନିରନ୍ତର ସନ୍ଧାନକୁ ପ୍ରଦର୍ଶିତ କରି ଟିଭିଏସ୍‌ ଆପାଚି ସିରିଜ୍‌ ଉନ୍ନତ ପ୍ରଯୁକ୍ତିର ପ୍ରମାଣ ଭାବେ ଉଭା ହୋଇଛି। ବର୍ତ୍ତମାନ ଆକର୍ଷଣୀୟ ନୂଆ ବ୍ଲାକ୍‌ ଏଡିଶନ ସହ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ସିରିଜ୍‌ ସହ ଏହା ଏକ ଶକ୍ତିଶାଳୀ ଓ ସ୍ପୋର୍ଟି ଲୁକ୍‌ ଜରିଆରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରସ୍ତୁତ ରହିଛି। ଅପରପକ୍ଷରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ର ପ୍ରାରମ୍ଭିକ ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍‌ ଦିଲ୍ଲୀ) ୧.୨୦ ଲକ୍ଷ ଟଙ୍କା ଥିଲାବେଳେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ୪ଭିର ପ୍ରାରମ୍ଭିକ ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍‌ ଦିଲ୍ଲୀ) ୧.୨୫ଲକ୍ଷ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri