Posted inଖେଳ

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇପାରନ୍ତି ଏହି ବିସ୍ଫୋରକ ବ୍ୟାଟର, ଜାଣନ୍ତୁ ଆଇପିଏଲ୍‌ର ଏହି ଦଳରେ ଖେଳନ୍ତି…

ନୂଆଦିଲ୍ଲୀ,୨୦ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବିସ୍ଫୋରକ ବ୍ୟାଟର ଜେମ୍‌ ଫ୍ରେଜର ମ୍ୟାକ୍‌ଗ୍ରୁପ୍‌ ଓ ମାଥ୍ୟୁ ଶର୍ଟ ଅଷ୍ଟ୍ରେଲିଆର ଟ୍ରାମେଲିଂ ରିଜର୍ଭ ଖେଳାଳି ହୋଇ ପାରନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ଅନ୍ୟତମ ମେଗା ଇଭେଣ୍ଟ ଆମେରିକାରେ ଜୁନ୍‌ ୧ରେ ଆରମ୍ଭ ହେବାକୁ ଯାଉଛି। ୨୨ ବର୍ଷୀୟ ମ୍ୟାକ୍‌ଗ୍ରୁକ୍‌୍‌ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳି ତାଙ୍କ ଚମତ୍କାର ଫର୍ମ ସମ୍ପର୍କରେ ସୂଚାଇ ଦେଇଛନ୍ତି।

ଏହି ଟପ୍‌ ଅର୍ଡର ବ୍ୟାଟର ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରି ନାହାନ୍ତି। ଘୋଷଣା କରାଯାଇଥିବା ପ୍ରାରମ୍ଭିକ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ ତାଙ୍କ ନାମ ସ୍ଥାନ ପାଇ ନାହିଁ। କାରଣ ଏହି ଦଳରେ ଅଷ୍ଟ୍ରେଲିଆର ୩ ଜଣ ପ୍ରତିଷ୍ଠିତ ଟପ୍‌ ବ୍ୟାଟର ଡେଭିଡ ଓ୍ବାର୍ନର, ଟ୍ରାଭିସ ହେଡ୍‌ ଓ ମିଚେଲ ମାର୍ଶଙ୍କ ନାମ ସ୍ଥାନ ପାଇଛି। ଅନ୍ୟପକ୍ଷରେ ବ୍ୟାଟିଂ ଅଲରାଉଣ୍ଡର ଶର୍ଟ ଅଷ୍ଟ୍ରେଲିଆର ଗତ ୧୪ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ମଧ୍ୟରୁ ୯ଟିରେ ଖେଳିଛନ୍ତି।

ବିଗ୍‌ ବାଶ ଲିଗ୍‌ରେ ସେ ପଛକୁ ପଛ ଲଗାତର ଦୁଇବର୍ଷ ପ୍ଳେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଯେତେବେଳେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଦଳ ଘୋଷଣା କରାଗଲା ସେତେବେଳେ ସିଲେକ୍ସନ କମିଟି ମୁଖ୍ୟ ଜର୍ଜ ବେଲି ମାତ୍ର ଜଣେ ରିଜର୍ଭ ଖେଳାଳିଙ୍କ ନାମ ଘୋଷଣା କରିଥିଲେ।

ବର୍ତ୍ତମାନ ସେମାନେ ଶର୍ଟଙ୍କ ସହ ଫର୍ମରେ ଥିବା ମ୍ୟାକ୍‌ଗ୍ରୁକ୍‌ଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ କରିପାରନ୍ତି। ତ୍ରିନିଦାଦଠାରେ ଏକ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବା ଲାଗି ଅଷ୍ଟ୍ରେଲିଆର ବିଶ୍ୱକପ୍‌ ଦଳ ଗୁରୁବାର ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିବ। ସେଠାରେ ଦଳ ଯଥାକ୍ରମେ ନାମ୍ବିଆ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ମେ ୨୮ ଓ ୩୦ରେ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବ। ଆଇପିଏଲ ଶେଷ ହେବା ପରେ ହେଡ୍‌, କାମେରନ ଗ୍ରୀନ, ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କଓ ଗ୍ଲେନ ମାକ୍ସଓ୍ବେଲଙ୍କ ଭଳି ଖେଳାଳି ଦଳ ସହ ଯୋଗ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri