ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଅନୁତାପ କରିବାକୁ ଆଗାମୀ ୩ ଦିନ ଉପବାସ କରିବି।
ସମ୍ବିଟ ପାତ୍ର ରାତି ପ୍ରାୟ ୧ଟା ସମୟରେ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିବାର ଭିଡିଓ ଶେୟାର କରି ଲେଖିଛନ୍ତି, ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ବିଷୟରେ ମୁଁ କରିଥିବା ଭୁଲ ବିଷୟରେ ଆଜି ମୋର ବିବେକ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି। ମୁଁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ପାଦତଳେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛି। ମୋର ଭୁଲକୁ ସଂଶୋଧନ କରିବା ପାଇଁ ମୁଁ ଆଗାମୀ ୨ ଦିନ ଉପବାସ କରିବି।
ସେ ଆହୁରି ମଧ୍ୟ କହିଛନ୍ତି,ପୁରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’ର ସଫଳତା ପରେ ମୁଁ ଅନେକ ମିଡିଆ ଚ୍ୟାନେଲକୁ ବିବୃତ୍ତି ଦେଇଥିଲି। ଏହି ସମୟ ମଧ୍ୟରେ ମୁଁ ସବୁଆଡେ କହିଥିଲି ଯେ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ଜଗନ୍ନାଥଙ୍କ ଭକ୍ତ, କିନ୍ତୁ ଗୋଟିଏ ସ୍ଥାନରେ ମୁଁ ହଠାତ୍‌ ବିପରୀତ ବିବୃତ୍ତି ଦେଇଥିଲି। ଆପଣ ଜାଣନ୍ତି ଯେ ବେଳେବେଳେ ଟଙ୍ଗ୍‌ ସ୍ଲିପ ହୁଏ, ତେଣୁ ଏହାକୁ ଏକ ରାଜନୀତି କରନ୍ତୁ ନାହିଁ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଥିଲେ। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଥିଲେ। ତେବେ ଏହା ଭିତରେ ସମ୍ବିତ ପାତ୍ର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ମୋଦିଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ ଜମିଛି। ମୋଦିଙ୍କ ଭକ୍ତ ଜଗନ୍ନାଥ। ଆମେ ସବୁ ମୋଦିଙ୍କ ପରିବାର ଜନ। ଏ ଅଦ୍ଭୁତ ଦୃଶ୍ୟ ଦେଖି ମୁଁ ଭାବପ୍ରବଣ। ମୋତେ ଲାଗୁଛି ସବୁ ଓଡ଼ିଆଙ୍କୁ ପାଇଁ ଆଜି ଗୋଟେ ବିଶେଷ ଦିନ।
ସମ୍ବିତଙ୍କ ମନ୍ତବ୍ୟକୁ ଟାର୍ଗେଟ୍‌ କରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଭଗବାନ ଜଗନ୍ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ବ୍ରହ୍ମାଣ୍ଡର ପ୍ରଭୁ। ମହାପ୍ରଭୂଙ୍କୁ କୌଣସି ମଣିଷର ଭକ୍ତ ବୋଲି କହିବା ଭଗବାନଙ୍କ ପ୍ରତି ଅପମାନ ଅଟେ। ଏହା ଜଗନ୍ନାଥ ଭକ୍ତ ଏବଂ ଓଡିଆ ଲୋକଙ୍କ କୋଟି କୋଟି ଲୋକଙ୍କ ବିଶ୍ୱାସକୁ ଆଘାତ ଦେଇଛି। ମହାପ୍ରଭୁଙ୍କୁ ଅନ୍ୟ ଜଣେ ମଣିଷର ଭକ୍ତ ବୋଲି କହିବା ପ୍ରଭୁଙ୍କ ପ୍ରତି ଅପମାନ ଅଟେ। ଏହା ସାରା ବିଶ୍ୱରେ ଜଗନ୍ନାଥ ଭକ୍ତ ଏବଂ ଓଡିଆଙ୍କ ଭାବନାକୁ ଆଘାତ ଦେଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଆ ପରିଚୟର ସବୁଠାରୁ ବଡ଼ ପ୍ରତୀକ। ଭାଜପା ନେତା ଓଡିଆ ପରିଚୟକୁ ଆଘାତ ଦେଇଛନ୍ତି। ରାଜ୍ୟବାସୀ ଏହାକୁ ମନେ ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri