ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏପରିକି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ତା’ର ସିଇଓ ଜନ୍‌ ସ୍ଲାଭେନଙ୍କୁ ଆଇଏଆଇର ଉପାଧ୍ୟକ୍ଷ ଭାବେ ମଧ୍ୟ ଘୋଷଣା କରିଛି। ସେହିଭଳି ସ୍ଲାଭେନ୍‌ ଆଲୁମିନିୟମ୍‌ ଶିଳ୍ପର ସ୍ଥାୟୀ ରୂପାନ୍ତରଣକୁ ବୃଦ୍ଧି କରିବା ତଥା ଜିରୋ କାର୍ବନ୍‌ ଆଧୁନିକ ଦୁନିଆରେ ଶକ୍ତି ପରିବର୍ତ୍ତନକୁ ସକ୍ଷମ କରିବା ସହିତ ଆଲୁମିନିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପଗୁଡିକର ନେତୃତ୍ୱ ନେବେ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ୧୯୭୨ରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ହେଉଛି ଏକମାତ୍ର ସଂଗଠନ, ଯାହାକି ବିଶ୍ୱବ୍ୟାପୀ ପ୍ରାଥମିକ ଆଲୁମିନିୟମ ଶିଳ୍ପକୁ ପ୍ରତିନିଧିତ୍ୱ କରିଥାଏ। ବର୍ତ୍ତମାନ ବିଶ୍ୱର ଅଗ୍ରଣୀ ବକ୍ସାଇଟ୍‌, ଆଲୁମିନା ଏବଂ ଆଲୁମିନିୟମ୍‌ କମ୍ପାନୀଗୁଡିକ ହେଉଛନ୍ତି ଆଇଏଆଇ ସଦସ୍ୟ। ଉତ୍ପାଦନ, ବ୍ୟବହାର, ଶକ୍ତି ବ୍ୟବହାର ଏବଂ ପରିବେଶ ପ୍ରଭାବ ଉପରେ ୪୦ବର୍ଷରୁ ଅଧିକ ବିଶ୍ଳେଷଣ ସହିତ ଏହା ଆଲୁମିନିୟମ ଶିଳ୍ପ ଉପରେ ସର୍ବଭାରତୀୟ ବିଶ୍ୱସ୍ତରୀୟ ତଥ୍ୟକୁ ଧାରଣ କରିଥାଏ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ୍‌ର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ଅନ୍ତର୍ଜାତୀୟ ଆଲୁମିନିୟମ୍‌ ପ୍ରତିଷ୍ଠାନର ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରି ମୁଁ ବେଶ୍‌ ଉତ୍ସାହିତ ଅଛି। ଏପରିକି ଏକ ନେଟ୍‌ ଜିରୋ ଭବିଷ୍ୟତ ଦିଗରେ ଆବଶ୍ୟକ ପଦକ୍ଷେପ ସହ ବିଶ୍ୱ ପରିବର୍ତ୍ତନରେ ଆଲୁମିନିୟମ୍‌ ନିଜକୁ ଜରୁରୀ ପ୍ରମାଣିତ କରିସାରିଛି। ମୁଁ ବିଶ୍ୱାସ କରେ ଯେ, ଆଲୁମିନିୟମ୍‌ର ଅସୀମ ସମ୍ଭାବନା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସବୁଜ ଗୃହ ନିର୍ମାଣରେ ଏହାର ପ୍ରୟୋଗକୁ ସୃଦୁଢ କରିବା ପାଇଁ ସାମୂହିକ ଶିଳ୍ପର ବିଶ୍ୱସ୍ତରୀୟ ନେତା ଭାବେ ଆମ ଉପରେ ପ୍ରଭାବ ପଡିଛି। ଏହି ପରିପ୍ରେକ୍ଷୀରେ ଆଇଏଆଇ ପ୍ରୟାସ ଜାରି ରଖିଛି ଏବଂ ଭବିଷ୍ୟତର ନିର୍ଦ୍ଦିଷ୍ଟ ଧାତୁ ଭାବେ ଆଲୁମିନିୟମକୁ ସୁଦୃଢ କରିବା ପାଇଁ ମୁଁ ମୋର ସାଥୀ ବୋର୍ଡ ସଦସ୍ୟ ଏବଂ ସହକର୍ମୀମାନଙ୍କ ସହିତ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri