ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ ଗ୍ରାମବାସୀ। ଖବର ପାଇ ବଲାଙ୍ଗୀର ସଦର ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି। ଗ୍ରାମର ୧୩୧ ଓ ୧୩୨ ବୁଥରେ ମତଦାନ ଚାଲିଥିଲା। ସକାଳ ୭ ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ସମୟ ରହିଥିଲା। ସଂଧ୍ୟା ୬ଟା ପରେ ବୁଥ ପରିସରରେ ଥିବା ମତଦାତଙ୍କୁ ପୋଲିଂ ଅଧିକାରୀ ଟୋକନ ପ୍ରଦାନ କରିସାରିଥିଲେ। ହେଲେ ସ୍ଥାନୀୟ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ଇଙ୍ଗିତରେ ସେକ୍ଟର ଅଫିସର ପଧାନ ଏକ ନିର୍ଦ୍ଦିଷ୍ଟ ଦଳ ସପକ୍ଷ ରେ ମତଦାନ ପଡିବାକୁ ଥିବା ୧୫ ରୁ ୨୦ ଲୋକଙ୍କୁ ବୁଥ ପରିସରକୁ ପଶି ମତଦାନ ଦେବାକୁ ସୁଯୋଗ ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ସେକ୍ଟର ଅଫିସରଙ୍କୁ ପ୍ରତିବାଦ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିଂ ପାର୍ଟି କୁ ଛାଡି ଦେଇ ଉତକ୍ଷିପ୍ତ ଲୋକେ ସେକ୍ଟର ଅଫିସରଙ୍କୁ ବାନ୍ଧିରଖିଥିଲେ। ଏହାପରେ ସମ୍ପୃକ୍ତ ସେକ୍ଟର ଅଫିସର ଜଣକ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନାମ କହିଥିଲେ। ଏହାପରେ ସେହି ଜନ ପ୍ରତିନିଧି ଘଟଣାସ୍ଥଳ ଛାଡ଼ି କୁଆଡ଼େ ଫେରାର ହୋଇଯାଇଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ସମ୍ପୃକ୍ତ ସେକ୍ଟର ଅଫିସର ଓ ଜନ ପ୍ରତିନିଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri