ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର ଓଡ଼ିଆଙ୍କ ହାତରେ ରହିବ ବୋଲି ଖୋଦ୍‌ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ତେବେ ନବୀନବାବୁଙ୍କ ଏପରି ପ୍ରୟାସ ବଡ଼ ଆକାରରେ ବିଫଳ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ମଙ୍ଗଳବାର ସମ୍ବଲପୁର, ଢେଙ୍କାନାଳର ପରଜଙ୍ଗ ଏବଂ କେନ୍ଦୁଝରରେ ଆୟୋଜିତ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, ଦୀର୍ଘ ୨୫ ବର୍ଷର ସରକାରରେ ରାଜ୍ୟରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟସେବା, ଦାଦନ ସମସ୍ୟା ଚିନ୍ତାଜନକ। ୨୫ ବର୍ଷର ଅପାରଗ ସରକାର ବିରୋଧରେ ପ୍ରବଳ ଜନମତ ରହିଛି। ପିଇବା ପାଣି ପାଇଁ ମୋଦି ଓଡ଼ିଶାକୁ ୧୦ ହଜାର ଟଙ୍କା ପଠାଇଛନ୍ତି। କିନ୍ତୁ ଏଠାକାର ବିଜେଡି ସରକାର ତାମିଲ କଣ୍ଟ୍ରାକ୍ଟରଙ୍କୁ ପୋଷି ଲୋକଙ୍କୁ ପାଣି ଦେଉନାହିଁ। ଓଡ଼ିଆ ଲୋକଙ୍କ ପଇସାରେ ବାହାର ରାଜ୍ୟର ଠିକାଦାରଙ୍କୁ ପୋଷାଯାଉଛି। ମୁଖ୍ୟମନ୍ତ୍ରୀ ଶାସନରେ ନାହାନ୍ତି, ଠିକାରେ ଶାସନ ଚାଲିଛି। ବିଜେଡି ମନରେ ପରାଜୟର ଡର ଘାରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଗାଳି କରିବାକୁ ପଛାଉନାହିଁ। ପ୍ରଧାନମନ୍ତ୍ରୀଙ୍କ ପ୍ରତି ହେଉଥିବା ଅପମାନକୁ ଲୋକେ ସହିବେ ନାହିଁ, ଭୋଟରେ ଜବାବ ଦେବେ। ଓଡ଼ିଶାରେ ଏଥର ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବ। ମୋଦିଙ୍କ ଡବଲ ଇଞ୍ଜିନ ସରକାର କରିବା ପାଇଁ ଲୋକମାନେ ମନ ସ୍ଥିର କରିସାରିଛନ୍ତି। ଓଡ଼ିଶାର ଶାସନ ଓଡ଼ିଆ ଲୋକଙ୍କ ହାତରେ ରହିବ। ଗରିବଙ୍କୁ ମୌଳିକ ସୁବିଧା, ଚାଷୀଙ୍କ କଲ୍ୟାଣ ସହ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା, ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ଯୁବବର୍ଗଙ୍କୁ ରୋଜଗାର ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି। ଭାଜପା ସରକାର ହେଲେ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେବ। ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଅଧିକ ୧୫ ଲକ୍ଷ ଘର ପ୍ରଦାନ କରାଯିବ। ସବୁ ଘରେ ପିଇବା ପାଣି, ଶୌଚାଳୟ, ଗ୍ୟାସ୍‌ର ବ୍ୟବସ୍ଥା ହେବ। କଳା, ସଂସ୍କୃତି, ପରମ୍ପରା, ବୀର ସଂଗ୍ରାମୀଙ୍କ ଭୂମିରେ ଶାହାଙ୍କ ପ୍ରତି ଜନତାଙ୍କ ଅମାପ ସମର୍ଥନ ରାଜ୍ୟରେ ପରିବର୍ତ୍ତନର ବଡ ପ୍ରତିଫଳନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆଗାମୀ ୫ ବର୍ଷରେ ଓଡ଼ିଶା ୧ ନମ୍ବର ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri