Posted inଜାତୀୟ

ଅଖିଳେଶଙ୍କୁ ମିଳିଲା ରାଜା ଭୈୟାଙ୍କ ସହଯୋଗ

ଲକ୍ଷ୍ନୌ,୨୩।୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ରାଜନୀତି ଅଧିକ ରୋମାଞ୍ଚକର ହେବାରେ ଲାଗିଛି। ଉତ୍ତର ପ୍ରଦେଶ ରାଜନୀତିରେ ପ୍ରବଳ ପ୍ରଭାବ ପକାଇଥିବା ପ୍ରତାପଗଡ ଜିଲାର କୁଣ୍ଡାର ବିଧାୟକ ତଥା ଜନସତା ଦଳ (ଗଣତାନ୍ତ୍ରିକ) ରଘୁରାଜ ପ୍ରତାପ ସିଂ ଛଓରଫ ରାଜା ଭୈୟା ତାଙ୍କର ଶେଷ ପଦକ୍ଷେପ ନେଇ ମିର୍ଜାପୁର ଲୋକ ସଭା ଆସନରୁ ସମାଜବାଦୀ ପାର୍ଟିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ବିଶ୍ୱାସ କରାଯାଏ ଯେ, ରାଜା ଭୈୟାଙ୍କ ଏହି ଘୋଷଣା କେବଳ ମିର୍ଜାପୁର ଆସନରେ ଭାରତୀୟ ଜନତା ପାର୍ଟିର କ୍ଷତି କରିବ ନାହିଁ ବରଂ ପୁର୍ବାଞ୍ଚଳର ଅନେକ ଆସନରେ କ୍ଷତି ସହିବାକୁ ପଡିପାରେ। ଯେଉଁ ଆସନରେ ଭାଜପା କ୍ଷତି ସହିପାରେ, ସେଥିରେ ପ୍ରତାପଗଡ, ଜୈନପୁର, ମିର୍ଜାପୁର ଏବଂ ଆହ୍ଲାବାଦ ଆସନ ରହିଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଏନଡିଏ ନେତା ରାଜା ଭୈୟାଙ୍କୁ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଥିଲା, ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିଆ ପଟେଲ ଏବଂ ରାମଦାସ ଅଠାଓ୍ବେଲେ ମଧ୍ୟ ସାମିଲ ହୋଇଥିଲେ। ଅନୁପ୍ରିୟା ପଟେଲ କୁଶମ୍ବୀ ଏବଂ ପ୍ରତାପଗଡ଼ରେ ପ୍ରଚାର କରୁଥିବାବେଳେ ରାଜ ଭୈୟାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ କିଛି ଲୋକ କୁଣ୍ଡାକୁ ସେମାନଙ୍କର ସମ୍ପତ୍ତି ବୋଲି ଭାବନ୍ତି ଏବଂ ସେମାନଙ୍କୁ ଏକ ଶିକ୍ଷା ଦେବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଗତ ବୁଧବାର ରାମଦାସ ଅଠାଓ୍ବେଲେ ଅନୁପ୍ରିୟା ପଟେଲଙ୍କ ବିବୃତ୍ତିକୁ ଠିକ କରି ରାଜା ଭୈୟାଙ୍କୁ ଟାର୍ଗେଟ କରିଥିଲେ। ଏଭଳି ପରିସ୍ଥିତିରେ ରାଜ ଭୈୟାଙ୍କ ବିରୋଧରେ ହୋଇଥିବା ଭାଷଣ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି କଳ୍ପନାଜଳ୍ପନା ଚାଲିଥିଲା ଏବଂ ବର୍ତ୍ତମାନ ମଧ୍ୟ ସମାନ ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri