ଖାଇବେ ଭାରତର, ଗାଇବେ ପାକିସ୍ତାନର

ଖୋର୍ଦ୍ଧା/ବାଣପୁର,୨୪ା୫(ପ୍ରଭାତ ପାଣିଗ୍ରାହୀ/ଦିଲୀପ ସ୍ବାଇଁ):ବାଣପୁରସ୍ଥିତ ଐତିହାସିକ ପଲଟଣ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଯୋଗୀ ଆଦିତ୍ୟନାଥ ଯୋଗଦେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଥିଲେ, ଓଡ଼ିଶା ସରକାର ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜାଇଦେଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶକ୍ତି ଦିଅନ୍ତୁ ଯେପରି ଓଡ଼ିଶାରେ ଭାଜପା ଡବଲ ଇଞ୍ଜିନ ସରକାର ଗଢ଼ିବ। ଯେଉଁ ଦଳ ହାରୁଛି, ସେହିଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ଅପେକ୍ଷା ଜିତିବା ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ। ଏଠାରେ ବାବୁମାନଙ୍କ ଘେରାବନ୍ଦୀରେ ନବୀନ ସରକାର ରହିଛନ୍ତି। ଯେଉଁଠି ବାବୁରାଜ ଚାଲେ ସେଠାରେ ଜନତା ହଇରାଣ ହୁଅନ୍ତି। ଜନସାଧାରଣଙ୍କ ପାଇଁ ସରକାର ଚାଲିବା ଆବଶ୍ୟକ। ବାବୁମାନଙ୍କ ଘେରାବନ୍ଦୀରେ ରହିଥିବା ଏହି ସରକାର ଓଡ଼ିଶାର ସଂସ୍କୃତି, ପରମ୍ପରାକୁ ନଷ୍ଟ କରୁଛନ୍ତି। ଡବଲ ଇଞ୍ଜିନ ସରକାର କିପରି ଚାଲୁଛି ଉତ୍ତରପ୍ରଦେଶ ଆସନ୍ତୁ ଦେଖିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିଛନ୍ତି। ଦେଶରେ ମୋଦି ଶାସନ ଚାଲିଛି। ଯିଏ ବଦ୍‌ମାସୀ କରିବ, ତାଙ୍କୁ ସାବାଡ୍‌ କରାଯିବ। ଓଡ଼ିଶାରେ ଖଣି, ବାଲି, ଗୋ’ମାଫିଆମାନଙ୍କୁ ସାବାଡ୍‌ କରାଯିବ। ଉତ୍ତରପ୍ରଦେଶ ଭଳି ବୁଲ୍‌ଡୋଜର ଚାଲିବ। ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି ବୋଲି ସେ କହିଛନ୍ତି।
ଯୋଗୀ ଆହୁରି କହିଥିଲେ ଯେ, କଂଗ୍ରେସ ଓ ବିଜେଡିର ନୀତି ଜନବିରୋଧୀ। କଂଗ୍ରେସକୁ ର୍ଟାଗେଟ କରି କହିଥିଲେ, ଭାରତରେ ଏମିତି ବି ଲୋକ ଅଛନ୍ତି ଖାଇବେ ଭାରତର, ଗାଇବେ ପାକିସ୍ତାନର। ଭାରତର ଯଦି ବନ୍ଦନା କରି ନ ପାରିବ ତେବେ ଭାରତରୁ ଚାଲିଯାଅ। ମୋଦିଙ୍କ ନେତୃତ୍ୱରେ ଦେଶର ସୁରକ୍ଷା, ବିକାଶ ସବୁ ହୋଇଛି। ଭାରତର ସୀମାକୁ ସୁରକ୍ଷିତ କରାଯାଇଛି। ଆତଙ୍କବାଦକୁ ସାବାଡ୍‌ କରାଯାଇଛି। ମୋଦିଙ୍କ ବିକାଶମୂଳକ ଯୋଜନା ହିସାବ ଦେଇ ଡବଲ ଇଞ୍ଜିନ ସରକାର ପାଇଁ ଆହ୍ବାନ ଦେଇଥିଲେ। ଭାଜପାର ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ବିଜୟୀ କରି ସଂସଦକୁ ପଠାନ୍ତୁ। ସେ ମଧ୍ୟ ପୁରୀକୁ ଅଯୋଧ୍ୟା ଭଳି ଭବ୍ୟ ଓ ଆଧ୍ୟାତ୍ମିକ ସହରଭାବେ ଗଢ଼ିତୋଳିବେ। ଚିଲିକାର ବିକାଶ ପାଇଁ ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭୋଟଦେବାକୁ ଯୋଗୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ସମାବେଶରେ ଛତିଶଗଡ଼ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ବ୍ରଜମୋହନ ଅଗ୍ରଓ୍ବାଲ, ଭାଜପାର ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର, ଚ଼ିଲିକା ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ ହରିଚ଼ନ୍ଦନ, ପୂର୍ବତନ ବିଧାୟକ ଡା. ବିଭୂତି ଭୂଷଣ ହରିଚ଼ନ୍ଦନ, ଶଙ୍କର୍ଷଣ ପରିଡ଼ା, ବିକାଶ ଚ଼ନ୍ଦ୍ର ପଟ୍ଟନାୟକ, ଦୁଷ୍ମନ୍ତ ହରିଚ଼ନ୍ଦନ, ଅମରେନ୍ଦ୍ର ରଣସିଂହ, ଜ୍ୟୋତ୍ସ୍ନା ବେହେରାଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri