ଭୋଟ୍‌ ଦେବାକୁ ଚାଲିଛି ଟଙ୍କା ବଣ୍ଟା, ଭାଇରାଲ ହେଉଛି ଭିଡିଓ…

କଟକ,୨୪ା୫ (କାର୍ତ୍ତିକ ସାହୁ): ରାତି ପାହିଲେ ଭୋଟଦାନ। ମାତ୍ର ତା’ ପୂର୍ବରୁ ଏସ୍‌ଏଚ୍‌ଜି ମହିଳାଙ୍କୁ ୫୦୦ ଟଙ୍କିଆ ନୋଟ୍‌ ଦେଇ  ଭୋଟ ଦେବା ନିମନ୍ତେ ପ୍ରଲୋଭିତ କରାଯାଉଛି। କଟକ ସହରରେ ସଂଘଟିତ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଗୋଟିଏ ଏସ୍‌ଏଚ୍‌ଜିର ସଦସ୍ୟାମାନେ ଏକତ୍ରିତ ହୋଇ ବୈଠକ କରିଥିବା ଦେଖାଯାଉଛି। ଏସ୍‌ଏଚ୍‌ଜିର ଜଣେ ସଦସ୍ୟା ସମ୍ଭବତଃ ମୁଖିଆ ହୋଇପାରନ୍ତି ଜଣ ଜଣ କରି ୫୦୦ ଟଙ୍କିଆ ନୋଟ ବାଣ୍ଟୁଛନ୍ତି। ଟଙ୍କା ବାଣ୍ଟି ସାରିବା ପରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିର ବିଧାୟକ ଓ ଏମ୍‌ସି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କହୁଛନ୍ତି। ବିଜେଡି ତଥା ନବୀନ ଆମ ପାଇଁ ଅନେକ କିଛି କରିଛନ୍ତି। ତେଣୁ ପ୍ରତ୍ୟେକଙ୍କ ପରିବାରର ସମସ୍ତ ଲୋକେ ବିଜେଡିକୁ ଭୋଟ ଦେବା ନିମନ୍ତେ କୁହାଯାଉଛି। ଅପରପକ୍ଷରେ ଏହି ଘଟଣାଟି ବିଡ଼ାନାସୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ବିଡ଼ାନାସୀ ଥାନା ଆଇଆଇସି ଯୁବରାଜ ସ୍ବାଇଁ ଏଭଳି ଘଟଣା ସଂକ୍ରାନ୍ତରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କଟକ ମହାନଗର ନିଗମ ୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଇମାମନଗରବସ୍ତିରେ ଭୋଟ ପାଇଁ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ଅଞ୍ଚଳର ଅଙ୍ଗନବାଡ଼ି ଦିଦି ଟଙ୍କା ବାଣ୍ଟୁଥିବା କେତେକ ଲୋକେ ଅଭିଯୋଗ କରିଥିଲେ। ଖବର ପାଇବା ପରେ ପୋଲିସ ଉକ୍ତ ବସ୍ତିରେ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପୋଲିସ ୪ ଜଣ ମହିଳାଙ୍କୁ ଥାନାରେ ଏନେଇ ପଚରାଉଚୁରା କରି ପରେ ଛାଡ଼ି ଦେଇଥିବା ମର୍କତନଗର ଥାନା ଆଇଆଇସି କମଳାକାନ୍ତ ଦାସ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri