ଡ୍ରିମ୍‌ସ ପଲିଟେକ୍‌ନିକ୍‌ର କ୍ୟାମ୍ପସ ଚୟନ

ଭୁବନେଶ୍ୱର,୨୮।୫: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପର ପ୍ରମୁଖ କଲେଜ ଡ୍ରିମ୍‌ସ ପଲିଟେକ୍‌ନିକର କ୍ୟାମ୍ପସ ଚୟନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଲେଜର ମୋଟ ୪୪୨ ଜଣ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ମିଳିଛି। ଏପରିକି ଗତ ୬ ମାସ ମଧ୍ୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଆୟୋଜିତ ହୋଇଥିବା କ୍ୟାମ୍ପସ ଚୟନରେ କଲେଜର ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେଶନ ଇଞ୍ଜିନିୟରିଂ ଭଳି ବିଭାଗର ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରି ଏହି ସଫଳତା ହାସଲ କରିଛନ୍ତି।
ସେହିଭଳି ଦେଶର ପ୍ରତିଷ୍ଠିତ ଉଦ୍ୟୋଗ ମଧ୍ୟରେ ଆପୋଲୋ ଟାୟାର, ଭୋଲଟାସ୍‌, ହିଟାଚି ଆସଟେମୋ ଲିଃ, ଏଚ୍‌ଏଫ୍‌ସିଏଲ୍‌ ଗ୍ରୁପ, ଟାଟା ଷ୍ଟିଲ, ସୁବ୍ରୋସ ଲିମିଟେଡ୍‌, ଟେକ୍‌ ମହିନ୍ଦ୍ରା, ଟାଟା ପାୱାର, ଥରମାକ୍ସ, ଏକଜିମ୍‌ ଲଜିଷ୍ଟିକ୍‌, କ୍ୟୁମେନ୍ସ ଇଣ୍ଡିଆ, ଏସ୍‌ପିଡି କନ୍‌ଷ୍ଟ୍ରକଶନ୍‌, ଆମ୍ପିନ୍‌ ଏନର୍ଜି ଟ୍ରାଜିସନ୍‌, ବଜାଜ ଅଟୋ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ, ଏଲ୍‌ ଆଣ୍ଡ ଟି, ଇନଡଚ୍‌ କମ୍ପୋଜିଟ୍ସ ଟେକ୍‌ନୋଲୋଜି, ନୀଳାଚଳ ଇସ୍ପାତ୍‌ ନିଗମ ଲିମିଟେଡ୍‌ ଭଳି ପ୍ରମୁଖ କମ୍ପାନୀ ପକ୍ଷରୁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।
ସେହିପରି ବୈଷୟିକ ଶିକ୍ଷା ଓ ବିଷୟଗତ ପାରଦର୍ଶିତା ଓ ଯୋଗାଯୋଗ କ୍ଷେତ୍ରରେ ପ୍ରଭାବୀ ପ୍ରଦର୍ଶନ ଆଧାରରେ ଏହି ନିଯୁକ୍ତି ଚୟନ କରାଯାଇଥିଲାବେଳେ ଛାତ୍ରୀଛାତ୍ର ଯେଭଳି ଅଧିକ ସଂଖ୍ୟାରେ କର୍ମ ନିୟୋଜନ ସୁଯୋଗ ପାଇବେ, ସେଥିପାଇଁ ଆବଶ୍ୟକ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମମାନ ପୂର୍ବରୁ ଆୟୋଜନ କରାଯାଇଥିବା ଶିକ୍ଷାନୁଷ୍ଠାନର ପ୍ଲେସ୍‌ମେଣ୍ଟ ଅଧିକାରୀ ବୈଦ୍ୟନାଥ ସାମଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ନିଯୁକ୍ତି ସୁଯୋଗ ପାଇଥିବା ଛାତ୍ରୀଛାତ୍ରଙ୍କୁ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ବରିଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ଏକାଡେମିକ୍‌ ନିର୍ଦ୍ଦେଶକ ପ୍ରଦୀପ୍ତ ରଞ୍ଜନ ମହାନ୍ତି ଓ ଅଧ୍ୟକ୍ଷା ଇଂ. ତପସ୍ବିନୀ ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri