‘ମୁଖ୍ୟମନ୍ତ୍ରୀଙ୍କୁ କିଭଳି ନିୟନ୍ତ୍ରଣ କରାଯାଉଛି ଦେଖି ହତଚକିତ ହୋଇଯାଉଛି’; ଭିଡିଓ ଶେୟାର କରି ପାଣ୍ଡିଆନଙ୍କୁ ଟାର୍ଗେଟ କଲେ…

ଭୁବନେଶ୍ୱର,୨୮।୫: ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଗୋଟିଏ ପଟେ ଦୀର୍ଘ ୨୫ ବର୍ଷର ଶାସନ କ୍ଷମତା ସହ ବିଜେଡି ପୁଣିଥରେ କ୍ଷମତାକୁ ଫେରିବାର ଆଶା ରଖିଥିବା ବେଳେ ଭାଜପା ଏହାକୁ କାଉଣ୍ଟର କରିବାକୁ ଗୋଟିଏ ବି ମଉକା ଛାଡ଼ୁନାହିଁ। ଏହି କ୍ରମରେ ଦୁଇ ଦଳର ନେତାମାନେ ପରସ୍ପରକୁ ଆରୋପ ପ୍ରତ୍ୟାରେପ ଲଗାଉଛନ୍ତି। ଭାଜପାର ପ୍ରଚାର ଦାୟିତ୍ୱରେ ବାରମ୍ବାର ଓଡ଼ିଶାକୁ ଆସୁଛନ୍ତି କେନ୍ଦ୍ରୀୟ ନେତା। ଏହି ଅବସରରେ ସେମାନେ ବିଜେଡିର ପ୍ରଚାର ଦାୟିତ୍ୱରେ ଥିବା ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି। ଜଣେ ତାମିଲ ଅଫିସର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିୟନ୍ତ୍ରଣ କରୁଥିବା ସେମାନେ ଅଭିଯୋଗ କରୁଛନ୍ତି।

ଏହି କ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପାଇଁ ଭାଜପାର ଷ୍ଟାର ପ୍ରଚାରକ ହିମନ୍ତ ବିଶ୍ୱ ଶର୍ମା ନିଜ ‘ଏକ୍ସ’ ଆକାଉଣ୍ଟରେ ନବୀନ ଏବଂ ପାଣ୍ଡିଆନଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ଜଣେ ଅବସରପ୍ରାପ୍ତ ଅଫିସର କେଉଁଭଳି ଭାବେ ଓଡ଼ିଶାର ଭବିଷ୍ୟତକୁ ନିୟନ୍ତ୍ରଣ କରୁଛନ୍ତି ସେ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଭିଡିଓକୁ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଶେୟାର କରି ହିମନ୍ତ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ ଭିଡିଓ। ଏଥିରେ ଭି.କେ. ପାଣ୍ଡିଆନ ନବୀନ ବାବୁଙ୍କ ହାତ ଥରିବାକୁ ନିୟନ୍ତ୍ରଣ କରୁଛନ୍ତି। ତାମିଲନାଡ଼ୁର ଜଣେ ଅବସରପ୍ରାପ୍ତ ପୂର୍ବତନ ଅମଲାତନ୍ତ୍ରୀ ବର୍ତ୍ତମାନ ଓଡ଼ିଶାର ଭବିଷ୍ୟତ ଉପରେ କିଭଳି ନିୟନ୍ତ୍ରଣ କରୁଛନ୍ତି, ତାହା କଳ୍ପନା କରି ମୁଁ ହତଚକିତ ହୋଇଯାଉଛି। ତେବେ ଭାଜପା ରାଜ୍ୟବାସୀଙ୍କ ହାତରେ ପୁଣିଥରେ ଓଡ଼ିଶାର ଶାସନ ଭାର ଧରାଇ ଦେବାକୁ ବଦ୍ଧ ପରିକର ବୋଲି ସେ କହିଛନ୍ତି।

ଭିଡିଓଟି ବେଶ ଭାଇରାଲ ହେଉଥିବା ବେଳେ ଲୋକେ ପ୍ରତିକ୍ରିୟା ରଖୁଛନ୍ତି। ଦେଖନ୍ତୁ ଭିଡିଓ:

 


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri