ଗୁଟଖା କାରବାର ଉପରେ ବଡ଼ ଚଢାଉ

ଜୟପୁର,୨୮ା୫(ପବନ ପାଣିଗ୍ରାହୀ): ବେଆଇନ ଭାବେ ଚାଲିଥିବା ଗୁଟୁଖା କାରବାର ଉପରେ ରୋକୋ ଲଗାଇବାକୁ ମଙ୍ଗଳବାର ଜୟପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ବ୍ୟାପକ ପରିମାଣର ଗୁଟଖା ଜବତ କରାଯାଇଛି।

ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନେତୃତ୍ୱରେ ସହରର କାପୁସାହିସ୍ଥିତ ଜଗତ ଜନନୀ ଡିଷ୍ଟ୍ରିବ୍ୟୁଟର ଓ ଭଦ୍ରାୟାସାହିସ୍ଥିତ ଅମନ ଏଜେନ୍ସିର ଦୁଇଟି ଗୋଦାମ ଉପରେ ଟାଉନଥାନା ପୋଲିସ ସହୟତାରେ ଚଢାଉ କରାଯାଇଥିଲା। ଚଢାଉକୁ ଉପଜିଲାପାଳ ପ୍ରଭାତ ପରିଡା ତଦାରଖ କରିଥିଲେ।

ଅମନ ଏଜେନ୍ସିରେ ଚଢାଉ କରି ୪୧୬ ପ୍ୟାକେଟ ଗୁଟୁଖା, ୧୧ ପ୍ୟାକେଟ ଜାର୍ଦ୍ଦା ଜବତ କରାଯାଇଛି। ଏଥିସହ ୨ଟି ଦୋକାନରେ ୪୦ ପ୍ୟାକେଟରୁ ଊର୍ଦ୍ଧ୍ୱ ଗୁଟୁଖା ମିଳିବାରୁ ସେହି ଦୁଇଟି ଦୋକାନକୁ ପୌରାପାଳିକା ସିଲ୍‌ କରିଛି।

୮୫ ପ୍ରତିଶତ ପ୍ୟାକେଟଗୁଡିକରେ ଓ୍ବାରନିଂ ଲେବଲ ନ ଥିବା ଜଣାପଡିଛି। ଅମନ ଏଜେନ୍ସି ମାଲିକଙ୍କୁ ୫୦ ହଜାର ଟଙ୍କା ଜରିମାନା କରାଯିବା ସହ ତାଙ୍କ ଦୋକାନ ସିଲ କରାଯାଇଛି। ଅମନ ଏଜେନ୍ସିର ଟ୍ରେଡ ଲାଇସେନ୍ସ ମଧ୍ୟ ନ ଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ।

ସେହିପରି କାପୁସାହିରେ ଥିବା ଜଗତଜନନୀ ଡିଷ୍ଟ୍ରିବ୍ୟୁଟର ଉପରେ ଚଢାଉ କରି ୩୮ ପ୍ୟାକେଟ ଗୁଟୁଖା ସହ ୩୧୦ କେଜି ପଲିଥିନ, ଡିପ୍ସୋଜଲ ଗ୍ଲାସ ଆଦି ଜବତ ହୋଇଛି। ଏହି ଡିଷ୍ଟ୍ରିବ୍ୟୁଟରକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜଗତ ଜନନୀ ଡିଷ୍ଟ୍ରିବ୍ୟୁଟର ମଧ୍ୟ ଟ୍ରେଡ ଲାଇସେନ୍ସ ନାହିଁ। ଆଗାମୀ ଦିନରେ ଏପରି ଚଢାଉ ଜାରି ରହିବ ବୋଲି ନିର୍ବାହି ଅଧିକାରୀ ପଟ୍ଟନାୟକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri