ଏଇ ଭାରତରେ

କିଛି ନୂତନତ୍ୱ ନିଶାରେ କଲ୍ୟାଣ କୁମାର କଲେଜ ପଢ଼ାରେ ଡୋରି ବାନ୍ଧିଦେଲେ। ପରେ ତାଙ୍କ ପିତାଙ୍କ କମ୍ପାନୀରେ ଏକ ମେଶିନ ତିଆରି କରି ସେଥିରେ ଶସ୍ୟଜାତ ବର୍ଜ୍ୟରୁ କପ୍‌, ଗିନା ଓ ଚାମଚ ଆଦି ତିଆରି କରୁଛନ୍ତି। ତାମିଲନାଡୁ କୋଏମ୍ବାଟୁର ନିବାସୀ କଲ୍ୟାଣ ଏଥିରେ ଭଲ ଆୟ କରିବା ସହ ପରିବେଶ ସୁରକ୍ଷା ମଧ୍ୟ କରିପାରୁଛନ୍ତି। କୁଣ୍ଡା ଓ ଗହମ ଚୋପା, କଇଁଆ ମଞ୍ଜି, କଦଳୀ ପତ୍ରରୁ ସେ ଏହିସବୁ ଉପତ୍ାଦ ତିଆରି କରୁଛନ୍ତି। କଲ୍ୟାଣ ବିବିଏ କୋର୍ସ ଛାଡ଼ି ପ୍ରଥମେ ତାଙ୍କ ପିତାଙ୍କ କମ୍ପାନୀରେ ୨୦୧୭ରେ ପ୍ଲାଷ୍ଟିକ ବିକଳ୍ପ ଉପତ୍ାଦ ପାଇର୍ଁ ମେଶିନ ତିଆରି କରିବା ଆରମ୍ଭ କରିଥିଲେ। ପ୍ରଥମେ ଗୁଆପତ୍ର ଖୋଳପାରୁ ପ୍ଲେଟ୍‌ ପାଇଁ ଓ ପରେ ଶସ୍ୟ ବର୍ଜ୍ୟରୁ କପ୍‌ ତିଆରି ଲାଗି ମେଶିନ ନିର୍ମାଣ କରିଥିଲେ। ସେ ତିଆରି କରୁଥିବା ଛୋଟ ମେଶିନର ଦାମ୍‌ ୩ ଲକ୍ଷ ଓ ବଡ଼ ମେଶିନ ୩୦ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ସେ ଏବେ ଯେଉଁ ମେଶିନ ବ୍ୟବହାର କରୁଛନ୍ତି ତାହା ଏକାଥରକେ ୧୦୦୦ କପ୍‌ ତିଆରି କରୁଛି ଓ ବଡ଼ ମେଶିନରେ ଦିନକୁ ୧୦,୦୦୦ କପ୍‌ ତିଆରି ହେଉଛି। ମୋଟିଏ ମାସରେ ସେ ୧୦ ଲକ୍ଷ କପ୍‌ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ କିଲକାଟାଲ୍ଲାଇର ଉଜଭାର ସନ୍ଧାଇ ନିକଟରେ ୩୬ ବର୍ଷୀୟ ଡି ଉମା ରାନି ପ୍ରତିଦିନ ୮୦୦ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ବିଶେଷକରି ଅନ୍ୟମାନଙ୍କ ଘରେ...

କୃଷି ଓ କୃଷକର ପର୍ବ ନୂଆଁଖାଇ

କୃଷିଭିତ୍ତିକ ପର୍ବ ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳରେ କାହିଁ କେଉଁ କାଳରୁ ପାଳନ କରାଯାଇ ଆସୁଛି। ନୂଆଁଖାଇରେ ନୂଆଁ ଶସ୍ୟର ପ୍ରଥମ ନୈବେଦ୍ୟକୁ ବିଭୁଙ୍କୁ ଅର୍ପଣ କରିବା...

ସ୍ମାର୍ଟ ସ୍କୁଲର ସ୍ମାର୍ଟ ରହସ୍ୟ

ଆମ ରାଜ୍ୟରେ ଦୀର୍ଘ ଚବିଶ ବର୍ଷ ନିରଙ୍କୁଶ କ୍ଷମତାରେ ଥିବା ସରକାର କ୍ଷମତାରୁ ହଟିଯିବା ପରେ ଏବେ ଦୁର୍ନୀତିର ଯେଉଁ ପେଡ଼ି ଖୋଲୁଛି ତନ୍ମଧ୍ୟରୁ ସ୍କୁଲ...

ପ୍ରଥମରୁ ପଛଘୁଞ୍ଚା

ସଂଖ୍ୟାଗରିଷ୍ଠତା ନ ଥିବା ସରକାରଙ୍କ ସମ୍ମୁଖରେ ଦୁଇଟି ମୁଖ୍ୟ ସମସ୍ୟା ହେଉଛି କେମିତି ସେମାନେ ଅନାସ୍ଥା ପ୍ରସ୍ତାବକୁ ଏଡ଼ାଇଯିବେ ଏବଂ ଆଇନ ପ୍ରଣୟନ କରିବେ। ଏଥିରେ...

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri