ଶିଶୁପୁତ୍ରର ବେକରେ ଭୁଜାଲି ରଖି ଲୁଟିନେଲେ ଟଙ୍କା, ଅଳଙ୍କାର

ପାରଳାଖେମୁଣ୍ଡି,୩୦ା୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ବନାଥନଗରରେ ଗୁରୁବାର ଏକ ବଡ଼ ଧରଣର ଲୁଟପାଟ୍‌ ଘଟିଛି। ୪ଜଣ ଲୁଟେରା ଜଣେ ଶିଶୁପୁତ୍ରର ବେକରେ ଭୁଜାଲି ରଖି ପରିବାର ଲୋକଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

୪ଜଣ ଦୁର୍ବୃତ୍ତ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଘରେ ପଶି ତାଙ୍କ ଶିଶୁ ପୁତ୍ରର ବେକରେ ଭୁଜାଲି ରଖି ୩ ଲକ୍ଷ ଟଙ୍କା ସହ ପ୍ରାୟ ୫ ତୋଳା ସୁନା ଅଳଙ୍କାର ଲୁଟି ନେଇଛନ୍ତି। ରାଜସ୍ବ ବିଭାଗରେ କାର୍ଯ୍ୟରତ ଶ୍ୟାମସୁନ୍ଦର ଅଫିସକୁ ଯିବା ପରେ ଘରେ ତାଙ୍କ ସ୍ତ୍ରୀ ସସ୍ମିତା ଏବଂ ୧୧ ବର୍ଷର ଶିଶୁପୁତ୍ର ସୌମ୍ୟଜିତ ଥିଲେ। ଦୁର୍ବୃତ୍ତମାନେ ବାରିପଟ କବାଟ ଠେଲି ଘର ଭିତରକୁ ପ୍ରବେଶ କରିଥିଲେ।

ଇତି ମଧ୍ୟରେ ସସ୍ମିତା ଆଲମିରା ବାହାର କରୁଥିଲେ ଏବଂ ତାଙ୍କ ପୁତ୍ର ସୌମ୍ୟଜିତ ଟିଭି ଦେଖୁଥିଲେ। ଏହି ସମୟରେ ଜଣେ ଦୁର୍ବୁତ୍ତ ସୌମ୍ୟଜିତଙ୍କ ତଣ୍ଟିରେ ଭୁଜାଲି ରଖିଥିବା ବେଳେ ଅନ୍ୟ ୩ଜଣ ତାଙ୍କ ମା’ଙ୍କୁ ଧମକାଇ ଆଲମିରାରୁ ୩ ଲକ୍ଷ ଟଙ୍କା ଏବଂ ପ୍ରାୟ ୫ ତୋଳା ସୁନା ଧରି ଚମ୍ପଟ ମାରିଥିଲେ। ଗଲାବେଳେ ଘର ସାରା ପାଣି ପକାଇଦେଇ ଚାଲିଯାଇଥିଲେ।

ଖବର ପାଇ ପାରଳାଖେମୁଣ୍ଡି ଏସ୍‌ଡିପିଓ ମାଧବାନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ପହଞ୍ଚି ତଦନ୍ତ କରିଥିଲେ। ଏହାପରେ ଡଗ୍‌ ସ୍କାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ବିଶ୍ବନାଥନଗର ଅଞ୍ଚଳରୁ ଦୁଇ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri