ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌

ଭୁବନେଶ୍ୱର, ୩୧।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)କୁ ନିକଟରେ ଆଉ ଏକ ମାନତ୍ୟ ସହ ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌ ସାମିଲ ହୋଇଛି। ଉଲ୍ଲେଖଯୋଗ୍ୟ,ପ୍ରସିଦ୍ଧ ଆମେରିକୀୟ ପତ୍ରିକା ‘ଟାଇମ୍‌’ ପକ୍ଷରୁ ୨୦୨୪ବର୍ଷ ପାଇଁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନୀଗୁଡିକର ତାଲିକା ପ୍ରକାଶ କରାଯାଇଛି। ଏପରିକି ଶ୍ରେଷ୍ଠ ୧୦୦ କମ୍ପାନୀ ତାଲିକା ମଧ୍ୟରେ ୩ ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ଟାଟା ଗ୍ରୁପ୍‌ ସ୍ଥାନ ପାଇଛନ୍ତି।

ଏପରିକି ଏହି ତାଲିକାକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି। ସେଥିରେ ଅଗ୍ରଣୀ(ଲିଡର୍ସ), ଡିସ୍‌ରପଟର୍ସ,ଇନୋଭେଟର୍ସ, ଟାଇଟନ୍ସ ଏବଂ ପାୟୋନିୟର୍ସ ଭଳି ୫ଟି ବର୍ଗ ଥିଲାବେଳେ ରିଲାଏନ୍ସ ଓ ଟାଟା ଗ୍ରୁପ୍‌ ଟାଇଟନ୍ସ ବର୍ଗ ଏବଂ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପାୟୋନିୟର୍ସ ବର୍ଗ ପାଇଁ ଚୟନ କରାଯାଇଛି। ପ୍ରତ୍ୟେକ ବର୍ଗରେ ୨୦ଟି କମ୍ପାନୀ ସ୍ଥାନ ପାଇଛନ୍ତି। ଟାଇମ ପତ୍ରିକା ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଇଣ୍ଡିଆଜ୍‌ ଜଗରନଟ୍‌ ନାମରେ ନାମିତ କରିଛି।

ଏ ନେଇ ଟାଇମ୍‌ ପତ୍ରିକା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଉପରେ ମତବ୍ୟକ୍ତ କରି ଲେଖିଛି, ବସ୍ତ୍ର ଓ ପଲିଷ୍ଟର କମ୍ପାନୀ ଭାବେ ଆରମ୍ଭ ହୋଇଥିବା ରିଲାଏନ୍ସ ଆଜି ଏକ ବୃହତ୍‌ ବ୍ୟବସାୟ ସମୂହ ସହିତ ଦେଶର ସବୁଠାରୁ ମୂଲ୍ୟବାନ୍‌ କମ୍ପାନୀରେ ପରିଣତ ହୋଇଛି। ଏପରିକି ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ କମ୍ପାନୀ ଶକ୍ତି, ରିଟେଲ ଓ ଟେଲିକମ ସମେତ ଅନେକ କ୍ଷେତ୍ରରେ ବ୍ୟବସାୟ କରୁଛି। ସେହିଭଳି ଭାରତର ସର୍ବବୃହତ୍‌ ଡିଜିଟାଲ ସେବା ପ୍ରଦାନକାରୀ ତଥା ପ୍ରମୁଖ ପ୍ରଯୁକ୍ତି କମ୍ପାନୀ ଜିଓ ପ୍ଲାଟ୍‌ଫର୍ମସ ୨୦୨୧ରେ ଏହି ତାଲିକାରେ ସ୍ଥାନ ପାଇଥିଲା। ଟାଇମ୍‌ ପତ୍ରିକା ରିଲାଏନ୍ସ ଏବଂ ଡିଜ୍‌ନି ସହଭାଗିତା ଚୁକ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri