Posted inଜାତୀୟ

ଆଉ ରାତିରେ ହେବନି ଚେକିଂ, ଚାଲାଣ କାଟିବନି ପୋଲିସ, ସିଟ୍‌ ବେଲ୍ଟ ନ ଲଗାଇଲେ ବି ହେବନି ଅସୁବିଧା

ନୂଆଦିଲ୍ଲୀ,୩୧।୫: ଏବେ ରାତିରେ ଚାରିଆଡେ ପୋଲିସ ଗାଡି ଚେକିଂ କରୁଛି। ଗାଡି ଚେକିଂ ସମୟରେ ପୋଲିସ ବାବୁମାନେ ଅଯଥା ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଡିସିପି(ଟ୍ରାଫିକ) ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାତିବେଳା ପୋଲିସ କର୍ମଚାରୀମାନେ ମନଇଚ୍ଛା କୌଣସି ଗାଡିକୁ ଅଯଥାରେ ଅଟକାଇ ପାରିବେ ନାହିଁ। ସେହିପରି ସେମାନେ ଚାଲାଣ ମଧ୍ୟ କାଟି ପାରିବେ ନାହିଁ। ଏହାଦ୍ୱାରା ଡ୍ରାଇଭରମାନେ ଆଉ ରାତିରେ ଅଯଥା ସମସ୍ୟାରେ ପଡିବେ ନାହିଁ।

ଯଦି ଅତି ଦରକାର ପଡେ ତା’ହେଲେ ଟ୍ରାଫିକ କର୍ମଚାରୀମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ଆଣି ପରେ ଚାଲାଣ କାଟି ପାରିବେ ବୋଲି ଟ୍ରାଫିକ ଡିସିପି ଜାରି କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏମଭି ଆକ୍ଟ ଅଧୀନରେ ଯଦି କୌଣସି ଡ୍ରାଇଭରଙ୍କ ନାଁରେ ଚାଲାଣ କାଟିବାକୁ ପଡେ ତା’ହେଲେ ଗେଜେଟେଡ ଅଫିସର/ଅଧିକୃତ ଅଧିକାରୀଙ୍କ ଅନୁମତି ପରେ ହିଁ ଜାରି କରାଯାଇ ପାରିବ। ଏହି ନିର୍ଦ୍ଦେଶକୁ ସମସ୍ତେ କଡାକଡି ଭାବେ ପାଳନ କରିବେ। ଯଦି ଏଥିରେ ତ୍ରୁଟି କିମ୍ବା ଅବହେଳା ହୁଏ, ତା’ହେଲେ ଟ୍ରାଫିକ ପୋଲିସ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କଡା ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁଗ୍ରାମ ଜିଲାରେ ରାତ୍ରୀକାଳୀନ ଯାତାୟାତକୁ ସୁଗମ କରିବା ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି। କିନ୍ତୁ ରାତି ସମୟରେ ଡ୍ୟୁଟି କରୁଥିବା ଟ୍ରାଫିକ ପୋଲିସ ଅଯଥାରେ ସାଧାରଣ ଲୋକଙ୍କ ଗାଡି ଅଟକାଇବା ସହ ବେଆଇନ ଭାବେ ଚାଲାଣ ମଧ୍ୟ କାଟୁଛନ୍ତି ବୋଲି ବୀରେନ୍ଦ୍ର କହିଛନ୍ତି। ତେଣୁ ଏସବୁକୁ ବନ୍ଦ କରିବାକୁ ଡିସିପି କଡା ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri