ଟ୍ରେଣ୍ଡସ୍‌ର ରଜ ମଉଜ

ଭୁବନେଶ୍ୱର, ୧।୬(ଅଭୟ ଦାଶ): ରିଲାଏନ୍ସ ରିଟେଲର ପୋଷାକ ଓ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡସ୍‌’ର ରଜ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଶନିବାରଠାରୁ ଟ୍ରେଣ୍ଡସ୍‌ର ରଜ ମଉଜ ଏବଂ ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତା ସହ ରଜ ଅଭିଯାନ ଆରମ୍ଭ ହୋଇଯାଇଛି। ଏପରିକି ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ନିମନ୍ତେ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ବ୍ରାଣ୍ଡ୍‌ ପକ୍ଷରୁ ଶୁଭାରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟ୍ରେଣ୍ଡସ୍‌ର ରଜ ଅଭିଯାନ ୨୦୨୪ ଜୁନ୍‌ ୧ରୁ ୧୯ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ଟ୍ରେଣ୍ଡସ୍‌ର ରଜ ମଉଜ ଏବଂ ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତାର ଅବଧି ମଧ୍ୟରେ ଆଶାୟୀ ଗ୍ରାହକମାନେ ଶ୍ରେଷ୍ଠ ରଜ ଲୁକ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ନେଇପାରିବେ। ସେହିଭଳି ରଜ ଅଭିଯାନକୁ ଗ୍ରାହକଙ୍କ ପାଇଁ ଅଧିକ ରୋମାଞ୍ଚକ ଏବଂ ଲାଭଦାୟକ କରିବା ପାଇଁ ଟ୍ରେଣ୍ଡସ୍‌ ଏକ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ କରିଛି। ଏଥିରେ ୩,୯୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ କିଣାକିଣି କରୁଥିବା ଗ୍ରାହକମାନେ ମାତ୍ର ୨୪୯ଟଙ୍କା କିମ୍ବା ୩୯୯ ଟଙ୍କାର ଏକ ଆକର୍ଷଣୀୟ ଉପହାର ପାଇପାରିବେ। ପ୍ରତିଯୋଗୀ ନିଜର ଏକ ସେଲ୍ଫି କ୍ଲିକ୍‌ କରି କିମ୍ବା ଏକ ମିନିଟ୍‌ର ରିଲ୍‌ ପ୍ରସ୍ତୁତ କରି ସେମାନଙ୍କ ଇନ୍‌ଷ୍ଟାଗ୍ରାମ କିମ୍ବା ଫେସ୍‌ବୁକ୍‌ ପ୍ରୋଫାଇଲରେ ପୋଷ୍ଟ କରିବା ସହିତ @RelianceTrends ପୃଷ୍ଠାକୁ ଟ୍ୟାଗ୍‌ କରି ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri