ଭାଜପାକୁ ଅଧିକ ଆସନ

ଭୁବନେଶ୍ୱର,୨ା୬(ଅନିଲ ଦାସ)ସାଧାରଣ ନିର୍ବାଚନ-୨୦୨୪ର ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ ଏକ୍‌ଜିଟ ପୋଲ୍‌ ତଥ୍ୟ ପ୍ରକାଶ ପାଇଛି। ଏହି କ୍ରମରେ ଓଡ଼ିଶାର ୨୧ ଲୋକ ସଭା ଆସନକୁ ନେଇ ହୋଇଥିବା ଏକ୍‌ଜିଟ ପୋଲ୍‌ ରିପୋର୍ଟ ଆସିଛି। ସମସ୍ତ ରିପୋର୍ଟରେ ଭାଜପାକୁ ଅଧିକ ଲୋକ ସଭା ସିଟ୍‌ ମିଳିବା ନେଇ ପୂର୍ବାନୁମାନ କରାଯାଇଛି। ଚଳିତ ନିର୍ବାଚନରେ ରାଜ୍ୟରେ ଭାଜପାକୁ ୨୧ ଲୋକ ସଭା ସିଟ୍‌ରୁ ୧୫ କିମ୍ବା ଏହାଠାରୁ ଅଧିକ ଆସନ ମିଳିବ ବୋଲି କେତେକ ସଂସ୍ଥାର ଏକ୍‌ଜିଟ ପୋଲ ତଥ୍ୟରୁ ଜଣାପଡ଼ିଛି। ଇଣ୍ଡିଆ ଟିଭିର ଏକ୍‌ଜିଟ ପୋଲ୍‌ ତଥ୍ୟ କହୁଛି ଭାଜପା ୧୫ରୁ ୧୭ ଆସନରେ ବିଜୟୀ ହେବାକୁ ଥିବାବେଳେ ବିଜେଡିକୁ ମିଳିବ ମାତ୍ର ୪ରୁ ୬ଟି ସିଟ୍‌। ସେହିପରି କଂଗ୍ରେସକୁ ୦-୧ ଆସନ ମିଳିବା ନେଇ ଅନୁମାନ କରାଯାଇଛି।

ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ୍‌ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଭାଜପା ୧୬ଟି ଲୋକ ସଭା ଆସନରେ ବିଜୟୀ ହେବ। ବିଜେଡିକୁ ୪ଟି ଆସନ ଓ କଂଗ୍ରେସକୁ ଏଥର ମଧ୍ୟ ଗୋଟିଏ ଆସନ ମିଳିବ। ଇଣ୍ଡିଆ ନ୍ୟୁଜ୍‌’ର ଏକ୍‌ଜିଟ ପୋଲ୍‌ ଅନୁଯାୟୀ ରାଜ୍ୟରେ ୨୧ଟି ଲୋକ ସଭା ଆସନରୁ ୧୩ଟିରେ ଭାଜପା ଓ ବିଜେଡିକୁ ୮ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନରେ ବି ଜିତିପାରିବ ନାହିଁ। ‘ଜନ୍‌ କି ବାତ୍‌’ର ଏକ୍‌ଜିଟ ପୋଲ୍‌ ତଥ୍ୟ କହୁଛି ଭାଜପା ରାଜ୍ୟରେ ୧୫-୧୮ଟି ଲୋକ ସଭା ଆସନ ହାତେଇବାରେ ସଫଳ ହୋଇପାରେ। ବିଜେଡିକୁ ୩ରୁ ୭ଟି ଆସନ ମିଳିବା ସମ୍ଭାବନା ରହିଛି। ୨୦୧୯ରେ ଗୋଟିଏ ଆସନ ଜିତିଥିବା କଂଗ୍ରେସର ହାତ ଖାଲି ରହିପାରେ ବୋଲି ଆକଳନ କରାଯାଇଛି।
ରିପବ୍ଲିକ ମାଟ୍ରିଜ୍‌ର ଏକ୍‌ଜିଟ ପୋଲ୍‌ ରିପୋର୍ଟରେ ଟିକେ ଅଲଗା ତଥ୍ୟ ରହିଛି। ଏହାର ଆକଳନ କହୁଛି ଭାଜପା ୯ରୁ ୧୨ଟି ଆସନ ଜିତିବ। ବିଜେଡି ହାତକୁ ୭ରୁ ୧୦ଟି ସିଟ୍‌ ଯିବ। କଂଗ୍ରେସ ଗୋଟିଏ ଆସନ ଜିତିପାରେ। ସେହିପରି ଏନ୍‌ଟିଭିରେ ପ୍ରସାରିତ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନରେ ବିଜୟୀ ହେବାକୁ ଥିବାବେଳେ ବିଜେଡି ୩ରୁ ୮ଟି ଆସନ ହାସଲ କରିପାରେ। କଂଗ୍ରେସକୁ ନିରାଶ ହେବାକୁ ପଡ଼ିପାରେ। ସେହିପରି ଆଜତକ୍‌ ଏକ୍‌ଜିଟ ପୋଲ୍‌ ସର୍ଭେ କହୁଛି ଭାଜପା ୨୧ ଆସନରୁ ୧୮ରୁ ୨୦ରେ ବିଜୟୀ ହେବ। ବିଜେଡି ୦-୨ ଓ କଂଗ୍ରେସ ଗୋଟିଏ ସିଟ୍‌ ନେଇପାରେ। ଇଣ୍ଡିଆ ନ୍ୟୁଜ୍‌ ଏକ୍‌ଜିଟ ପୋଲ୍‌ ରିପୋର୍ଟ ଅନୁଯାୟୀ ଭାଜପାକୁ ୧୩, ବିଜେଡିକୁ ୮ ଲୋକ ସଭା ସିଟ୍‌ ମିଳିବ। କଂଗ୍ରେସ ଖାତା ଖୋଲିପାରିବ ନାହିଁ। ସି-ଭୋଟରର ସର୍ଭେ ଅନୁସାରେ ଭାଜପା ୧୭ରୁ ୧୯ଟି ଆସନ ଜିତିବ। ବିଜେଡିକୁ ମାତ୍ର ୧ରୁ ୩ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନ ପାଇପାରେ। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନରେ ୨୧ ଲୋକ ସଭା ଆସନରୁ ବିଜେଡି ୧୨ଟି ଜିତିଥିବା ବେଳେ ଭାଜପା ୮ ଓ କଂଗ୍ରେସ ଗୋଟିଏ ଆସନ ପାଇଥିଲା। ୨୦୧୪ରେ ବିଜେଡି ୨୧ଟିରୁ ୨୦ଟି ଲୋକ ସଭା ଆସନ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ବ୍ଲକରେ ହେବ…

ଭୁବନେଶ୍ୱର,୫।୧୦: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କ ବଡ଼ ସୂଚନା। ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର। ଆଗାମୀ ୫ ବର୍ଷରେ ପ୍ରତି ବ୍ଲକରେ ହେବ ଶୀତଳ...

ଏହି ୩ ପ୍ରସଙ୍ଗ ହରିୟାଣାରେ କଲା ଓଲଟପାଲଟ, ଏମିତି ହୋଇଥିଲେ…

ନୂଆଦିଲ୍ଲୀ,୫।୧୦: ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ଏଥିସହ ରାଜ୍ୟର ଏକଜିଟ ପୋଲ ମଧ୍ୟ ପ୍ରକାଶ ପାଇଛି। ତେବେ ଏଥରର ଏକଜିଟ୍‌ ପୋଲ୍‌ ସମସ୍ତଙ୍କୁ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ହରିୟାଣାରେ କାହାର ସରକାର? ସଟ୍ଟା ବଜାର ଦେଲା ବଡ଼ ସିଗନାଲ…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣାରେ ଗୋଟିଏ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ପଶ୍ଚିମବଙ୍ଗରେ ପୁଣି ତେଜିଲା ହିଂସା: ୯ବର୍ଷର ଝିଅକୁ ଅତି ନୃଶଂସ ଭାବରେ ବଳାତ୍କାର କରି ହତ୍ୟା, ପୋଲିସ ଆଉଟପୋଷ୍ଟ ଜାଳିଦେଲେ…

କୋଲକାତା,୫ା୧୦: ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲା ଜୟନଗର ଅଞ୍ଚଳର ଏକ ସନ୍ତସନ୍ତିଆ ସ୍ଥାନରୁ ଶନିବାର ସକାଳେ ଜଣେ ୧୦ ବର୍ଷୀୟା ବାଳିକାଙ୍କ ମୃତଦେହ ମିଳିବା ପରେ...

ଏକଜିଟ ପୋଲ ଦେଖି ଢଳିଲେ କି ମେହେବୁବା ମୁଫତି, କହିଲେ ଦେବୁ ସମର୍ଥନ…

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି।...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri