ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅନ୍ୟ ଜଣଙ୍କ ଆଧାର ଲିଙ୍କ୍‌

ଲାଞ୍ଜିଗଡ଼,୨ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ପାର୍ବତୀ ସାହୁ (୭୪)ଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ମାଳିଯୁବାଙ୍ଗ ପଞ୍ଚାୟତର ପାର୍ବତୀ ସାହୁ ନାମକ ଅନ୍ୟ ଜଣେ ମହିଳାଙ୍କ ଆଧାର ଲିଙ୍କ୍‌ ଯୋଗୁ ହିତାଧିକାରୀ ପାର୍ବତୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ଘରଟଙ୍କା ପାଇପାରୁ ନାହାନ୍ତି। ଏ ବିଷୟରେ ପାର୍ବତୀ ବ୍ୟାଙ୍କକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ନ ମିଳିବାରୁ ଶେଷରେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି।
ସୂଚନାନୁସାରେ ପାର୍ବତୀ ସାହୁ ୨୦୨୧-୨୨ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ପ୍ରଥମ କିସ୍ତିରେ ଘର ନିର୍ମାଣ ଆରମ୍ଭ କରିବା ପାଇଁ ୪୦ ହଜାର ଟଙ୍କା ରହିଥିବା ବେଳେ ତମ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ ବୋଲି ବ୍ଲକ ପକ୍ଷରୁ କୁହାଯାଇଥିଲା। ପାର୍ବତୀ ଧାରଉଧାର କରି ଘର କାମ ଆରମ୍ଭ କରିଥିଲେ। କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସି ନ ଥିଲା। ସେ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ପ୍ରଥମ କିସ୍ତିର ଟଙ୍କା ତମ ବ୍ୟାଙ୍କ ଆକାଉଣ୍ଟକୁ ଛଡ଼ାଯାଇଛି ବୋଲି ବ୍ଲକ ପକ୍ଷରୁ କୁହାଯାଇଥିଲା। ଏହାପରେ ପାର୍ବତୀ ବେନଗାଁ ଷ୍ଟେଟବ୍ୟାଙ୍କକୁ ଯାଇ ଆକାଉଣ୍ଟ ଯାଞ୍ଚ କରିଥିଲେ। ତଦନ୍ତ ପରେ ଜଣାପଡ଼ିଲା ଯେ ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତର ପାର୍ବତୀ ସାହୁ ନାମକ ଅନ୍ୟଜଣେ ମହିଳାଙ୍କ ଆଧାର କାର୍ଡ ନମ୍ବର ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍‌ ହୋଇଯାଇଛି। ଫଳରେ ତାଙ୍କ ଆକାଉଣ୍ଟର ଟଙ୍କା ସେ ମହିଳା ଜଣକ ଉଠାଇଥିବା ଜାଣିବାକୁ ପାଇଥିଲେ। ବ୍ୟାଙ୍କ କର୍ମଚାରୀଙ୍କ ଭୁଲ ଲାଗି ପାର୍ବତୀଙ୍କ ଆବାସ ଯୋଜନାରେ ଆସିଥିବା ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ସହିତ ତାଙ୍କ କାଳିଆ ଯୋଜନାରେ ଆସିଥିବା ଟଙ୍କା, ଭତ୍ତା ଟଙ୍କା ଓ ନିଜେ ସଞ୍ଚୟ କରିଥିବା ଆଉ ୨୦ ହଜାର ଟଙ୍କା ମଧ୍ୟ ସେହି ମହିଳା ଜଣଙ୍କ ନିଜ ଆଧାର କାର୍ଡରେ ଉଠାଇ ନେଇଥିବା ଜଣାପଡିଥିଲା। ଏମିତି କିଭଳି ହେଲା ବୋଲି ପାର୍ବତୀ ବ୍ୟାଙ୍କରେ ପଚାରିବାରୁ ଆଧାର ଲିଙ୍କ କରିବା ସମୟରେ ଦୁଇଜଣ ମହିଳାଙ୍କ ନାମ ସମାନ ରହିଥିବାରୁ ଆଧାର ଲିଙ୍କ ହୋଇଯିବାରୁ ଏଭଳି ସମସ୍ୟା ହୋଇଛି। ଆମେ ସେହି ଆକାଉଣ୍ଟକୁ ଲକ୍‌ କରୁଛୁ। ଏହାର ସମାଧାନ ଅତିଶୀଘ୍ର କରାଯିବ ବୋଲି ପାର୍ବତୀଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ଆଧାର କାର୍ଡରେ ପଇସା ଉଠାଇଥିବା ମାଳିଯୁବାଙ୍ଗର ମହିଳା ପାର୍ବତୀ ସାହୁ ନିଜ ହାତରେ ଥିବା ୪୦ ହଜାର ଟଙ୍କା ବ୍ୟାଙ୍କକୁ ଫେରସ୍ତ କରିଥିବା ବେଳେ ଅନ୍ୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିଦେଇଛି ବର୍ତ୍ତମାନ ଦେଇପାରିବିନାହିଁ ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ। ପାର୍ବତୀ ନିଜ ଟଙ୍କା ଫେରିପାଇବା ପାଇଁ ବ୍ୟାଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମୟ ଗଡାଉଥିବାରୁ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି। ଏ ନେଇ ବିଡିଓ ପାତ୍ରଙ୍କୁ ପଚାରିବାରୁ କେବଳ ପାର୍ବତୀ ନୁହେଁ ବହୁ ଲୋକଙ୍କ ଏଭଳି ହୋଇଥିବା ଅଭିଯୋଗ ଆସିଛି। ଆମେ ଅତିଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ବ୍ୟାଙ୍କକୁ ଚିଠି କରିବୁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୮ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଏନେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ...

ଆଜିବି ପ୍ରବଳ ବର୍ଷିବ:  ଆହୁରି ଦୁଇ ଦିନ… 

ଭୁବନେଶ୍ୱର,୮।୯: ଆଜି  ମଧ୍ୟ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ରବିବାର  ଦକ୍ଷିଣ ଓ ଉପକୂଳ ଓଡ଼ିଶାର ...

ଟ୍ରକ୍‌ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨...

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri