Posted inଫୁରସତ

ନାକରେ ଟାଇପ୍‌ କରି ଗିନିଜ ୱାଲର୍‌ଡ ରେକର୍ଡ କଲେ ବିନୋଦ

ନୂଆଦିଲ୍ଲୀ: ୪୪ ବର୍ଷୀୟ ବିନୋଦ କୁମାର ଚୌଧୁରୀ ନାମକ ଜଣେ ଭାରତୀୟ ବ୍ୟକ୍ତି ହାତରେ ନୁହେଁ ବରଂ ନିଜ ନାକରେ ଟାଇପ୍‌ କରି ତୃତୀୟ ଥର ପାଇଁ ଗିନିଜ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇବା ସହ ନିଜ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ସେ ସବୁଠାରୁ ଦ୍ରୁତ ଗତିରେ ନିଜ ନାକରେ ବର୍ଣ୍ଣମାଳା ଟାଇପ୍‌ କରି ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଏହିପରି ସେ ୨ ଥର ଗିନିଜ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ନିଜ ନାମ ଲେଖାଇଥିଲେ।

ୱାଲର୍‌ଡ ରେକର୍ଡସ (ଜିଡବ୍ଲ୍ୟୁଆର) ଅନୁଯାୟୀ, ବିନୋଦ ସମାନ ଶ୍ରେଣୀରେ ତୃତୀୟ ଥର ପାଇଁ ନିଜ ରେକର୍ଡକୁ ଭାଙ୍ଗିଛନ୍ତି। ସେ ୨୦୨୩ରେ ପ୍ରଥମ ଥର ପାଇଁ ମାତ୍ର ୨୭.୮୦ ସେକେଣ୍ଡରେ ନାକରେ ଟାଇପ୍‌ କରି ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଥିଲେ। ସେହିବର୍ଷ ସେ ୨୬.୭୩ ସେକେଣ୍ଡରେ ଟାଇପ୍‌ କରି ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ୍‌ ଜିତିଥିଲେ। ଚଳିତ ଥର ବିନୋଦ ଏହି କାର୍ଯ୍ୟକୁ ମାତ୍ର ୨୫.୬୬ ସେକେଣ୍ଡରେ ସମାପ୍ତ କରି ଇତିହାସ ରଚିଛନ୍ତି। ଜିଡବ୍ଲ୍ୟୁଆର ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛି। ଏହି କ୍ଲିପ୍‌ରେ ବିନୋଦ ନିଜ ନାକରେ ଇଂରାଜୀ ବର୍ଣ୍ଣମାଳା ଟାଇପ୍‌ କରୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର କ୍ୟାପଶନରେ ଜିଡବ୍ଲ୍ୟୁଆର ପକ୍ଷରୁ ଲେଖାଯାଇଛି “ଟାଇପିଂ ମ୍ୟାନ୍‌ ଅଫ୍‌ ଇଣ୍ଡିଆ” ଭାବରେ ଜଣାଶୁଣା ବିନୋଦ ନିଜ ନାକ ସହ ମାତ୍ର ୨୫.୬୬ ସେକେଣ୍ଡରେ ସମ୍ପୂର୍ଣ ବର୍ଣ୍ଣମାଳାକୁ ଟାଇପ କରିଦେଇଛନ୍ତି। ସେ ନିଜ ନାକରେ ଏକ ମାନକ କ୍ୱେର୍ଟୀ କି-ବୋର୍ଡରେ ରୋମାନ୍‌ ବର୍ଣ୍ଣମାଳା ଟାଇପ୍‌ କରି ଏହି ସଫଳତା ପାଇଛନ୍ତି। ତେବେ ନିଜର ପୂର୍ବ ରେକର୍ଡକୁ ଭାଙ୍ଗିବା ପାଇଁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରିବାକୁ ପଡିଥିଲା ବୋଲି ଏହି ଅବସରରେ ବିନୋଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନର ଦୀପ ଯେଉଁଠି ଜଳେ, ସେଠି ଅନ୍ଧାକାର ହୋଇ ନ ଥାଏ

ଜ୍ଞାନର ଦୀପ ଯେଉଁଠି ଜଳିଥାଏ, ସେଠି କେବେ ଅନ୍ଧକାର ହୋଇ ନ ଥାଏ। ଶବ୍ଦର ଜ୍ଞାନ କିମ୍ବା ଲେଖାପଢ଼ା ଜ୍ଞାନ ଏମିତି ଏକ ଶକ୍ତି, ଯାହା...

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri