ଅନ୍‌ଲାଇନ ଟ୍ରେଡିଂରେ ସାଇବର ଠକ

ଯୁଧିଷ୍ଠିର ମହାରଣା

 

ରାତାରାତି ବଡ଼ଲୋକ ହେବା ପାଇଁ ଆମ ଗହଣରେ ଥିବା ଅନେକ ଲୋକ ଇଚ୍ଛା ରଖନ୍ତି। ବିନା ପରିଶ୍ରମରେ ଘରେ ବସି କିପରି ଗୋଡ଼ ଲମ୍ବାଇ ବଡ଼ ଲୋକ ହୋଇଯିବ ଏହି ଚିନ୍ତାଧାରା ହିଁ କିଛି ଲୋକଙ୍କ ପାଇଁ କେବଳ ବିପଜ୍ଜନକ ସାବ୍ୟସ୍ତ ହୋଇ ନ ଥାଏ ବରଂ ଜଣ ଜଣଙ୍କୁ ଅର୍ଥସ୍ବାନ୍ତ କରି କାଙ୍ଗାଳ କରିଦିଏ। ଆଉ କେହି କେହି ଅନ୍ୟ ବ୍ୟକ୍ତି ବା ସଂସ୍ଥାଠାରୁ ଆଣିଥିବା କରଜ ଶୁଝିବା ପାଇଁ ନିଜ ମୂଲ୍ୟବାନ ଜୀବନକୁ ହାରିବା ପାଇଁ ବାଧ୍ୟ ହୋଇଥାନ୍ତି। ସାଇବର ଠକମାନେ ଅନ୍‌ଲାଇନ ଟ୍ରେଡିଂ ନାମରେ କୋଟି କୋଟି ଟଙ୍କା ଲୁଟ୍‌ କରି ଅନେକଙ୍କୁ ରାସ୍ତା କଡ଼ର ଭିକାରି କରିଦେଉଥିଲେ ମଧ୍ୟ ଏ ଖବରକୁ ଲୋକମାନେ ଗଣମାଧ୍ୟମରୁ ଜାଣିବା ସତ୍ତ୍ୱେ ନିଜକୁ ସୁଧାରି ପାରୁନାହାନ୍ତି। ଆଜିକାଲି ଠକମାନେ ଅନ୍‌ଲାଇନର ବଡ଼ ସାହାଯ୍ୟ ନେଉଛନ୍ତି। କାରଣ ସୂଚନା ପ୍ରଯୁକ୍ତିର ଅତ୍ୟାଧୁନିକ କୌଶଳ ଏଥିରେ ରହିଥିବାରୁ ଲୋକଙ୍କ ପାଖକୁ ପ୍ରତିଦିନ ସେମାନଙ୍କ ହାତ ପାଖରେ ଥିବା ମୋବାଇଲ ଫୋନ୍‌କୁ ଅନେକ ମିଛ ପ୍ରଲୋଭନର ସୂଚନା ଆସୁଛି। ଲୋକମାନେ ଏ ସମ୍ବନ୍ଧରେ କୌଣସି ତଦନ୍ତ ନ କରି ବା ଭଲ ଭାବେ କୌଣସି ତଥ୍ୟ ସଂଗ୍ରହ ନକରି କିପରି ଇଜି ମନି ରୋଜଗାର ଦ୍ୱାରା ବଡ଼ଲୋକ ହୋଇଯିବେ ଏହି ଚିନ୍ତାଧାରା ହିଁ ସେମାନଙ୍କୁ ତଳିତଳାନ୍ତ କରିଦେଉଛି।
ସାଇବର ଠକେଇ ଦିନକୁ ଦିନ ବଢ଼ି ଚାଲୁଥିବାବେଳେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ଠକଙ୍କୁ ମଧ୍ୟ ଧରିବା ସହଜ ହେଉନାହିଁ। ଏହି ଠକମାନେ ଅନ୍‌ଲାଇନ ଟ୍ରେଡିଂକୁ ମାଧ୍ୟମ କରି ସମ୍ପ୍ରତି ସକ୍ରିୟ ହୋଇପଡ଼ିଛନ୍ତି। ଅନ୍‌ଲାଇନ ଟ୍ରେଡିଂ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରି ସାଇବର ଠକମାନେ ଲୁଟି ଚାଲିଛନ୍ତି। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ମଧ୍ୟ ଏଭଳି ମାମଲା ବଢ଼ିବା ଦେଖିବାକୁ ମିଳିଲାଣି। ସାଇବର ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ ପ୍ରାୟ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀମାନେ ପ୍ରାୟ ଅଧ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ। କିନ୍ତୁ ତଦନ୍ତ ଜାରି ରହିଛି ବୋଲି ସାଇବର ଥାନା ପୋଲିସ ସୂଚନା ଦେଇଛି। ଅନ୍‌ଲାଇନ ଟ୍ରେଡିଂରେ ବହୁ ବ୍ୟବସାୟୀ ଓ ଯୁବପିଢ଼ି ଏହି ବ୍ୟବସାୟ କରି ଲାଭବାନ ହୋଇଥାଆନ୍ତି। ଏବେ ଏହି ବ୍ୟବସାୟକୁ ଟାର୍ଗେଟ କରିଛନ୍ତି ସାଇବର ଠକ। ଠକ ନିଜକୁ ଜଣେ ବ୍ରୋକର ଭାବେ ପରିଚୟ ଦେଇ ସୋସିଆଲ ମିଡ଼ିଆରେ ଲୋକଙ୍କ ସହ ଯୋଡ଼ି ହୋଇଥାନ୍ତି। ବିଶ୍ୱାସଭାଜନ ହେବାକୁ ନାନା ମନଭୁଲା କଥା କହିଥାଆନ୍ତି। ତା’ ଜରିଆରେ ଟ୍ରେଡିଂ କରି କିଭଳି ବହୁତ ଲୋକ ଲକ୍ଷ ଲକ୍ଷ ଟଙ୍କା ଲାଭ କରିଛନ୍ତି ସେ ସବୁର କାହାଣୀ ଶୁଣାନ୍ତି। ବିଶ୍ୱାସ ଜନ୍ମାଇବାକୁ ବିଭିନ୍ନ ଲୋକଙ୍କ ପୋର୍ଟଫୋଲିଓ ଦେଖାଇଥାନ୍ତି। କିନ୍ତୁ ସେ ସବୁ ନକଲି ଥାଏ। ଏହାପରେ ଠକ ବିଭିନ୍ନ ନକଲି ୱେବସାଇଟ ଜରିଆରେ ଟ୍ରେଡିଂ କରିବାକୁ ପ୍ରବର୍ତ୍ତାଇଥାନ୍ତି। ବିଭିନ୍ନ କମ୍ପାନୀର ଷ୍ଟକ୍‌, ବଣ୍ଡ୍‌, ମ୍ୟୁଚୁଆଲ ଫଣ୍ଡ ଓ ଆସେଟ ଇତ୍ୟାଦିରେ ଟଙ୍କା ବିନିଯୋଗ କରିବାକୁ ଲୋଭ ଦେଖାଇଥାନ୍ତି। ସେହିଭଳି ଅନ୍‌ଲାଇନ ଟ୍ରେଡିଂ ବାବଦରେ ଜାଣିବାକୁ ଇଣ୍ଟରନେଟ ସର୍ଚ୍ଚ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଟାର୍ଗେଟ କରନ୍ତି ଏହି ଗ୍ୟାଙ୍ଗ। ସାଇବର ଠକ ତାଙ୍କ ଆଇପି ଆଡ୍ରେସରୁ ସବୁ ତଥ୍ୟ ହାତେଇବା ପରେ ଫୋନ୍‌ ନମ୍ବର ଟେଲିଗ୍ରାମ୍‌ କିମ୍ବା ଅଧିକ ଟଙ୍କା ବିନିଯୋଗ କରିବାକୁ ଲୋଭ ଦେଖାନ୍ତି। କିନ୍ତୁ ଟଙ୍କା ଉଠାଇବାକୁ ମଉକା ଦିଅନ୍ତି ନାହିଁ। କେବଳ ୱେବସାଇଟରେ ଲାଭ କେତେ ହେଲା, ତାହା ଦେଖାଇ ଦିଅନ୍ତି। ଏମିତିରେ ସାଧାରଣତଃ କିଛି ବ୍ୟକ୍ତି ଲୋଭର ବଶବର୍ତ୍ତୀ ହୋଇ ଅଧିକ ପୁଞ୍ଜି ନିବେଶ କରନ୍ତି। ଏହା ଭିତରେ କେହି ଟଙ୍କା ଉଠାଇବାକୁ ଅଡ଼ି ବସିଲେ ଠକ ପାଲଟା ତାଙ୍କୁ ଧମକ ଦେଇଥାଏ। ଅଧାରୁ ଟଙ୍କା ଉଠାଇନେଲେ ମୂଳ କି କିଛି ଲାଭ ମିଳିବନାହିଁ। ଠକାମିର ଶିକାର ହେବା ସନ୍ଦେହ କରି ନିବେଶକାରୀ ଆଉ ଯଦି ଟଙ୍କା ନ ଲଗାଉଛି ତେବେ ଠକ ତା’ର ସାଇଟ ବନ୍ଦ କରିଦିଏ। ନିବେଶକାରୀ ଯେତେ ଚେଷ୍ଟା କଲେ ମଧ୍ୟ ସାଇଟ ଖୋଲିବାର ବାଟ ପାଏ ନାହିଁ।
ଏନେଇ ସାଇବର ଏକ୍ସପର୍ଟ କହିବା କଥା, ପ୍ରଥମତଃ ଅନ୍‌ଲାଇନ ଟ୍ରେଡିଂ କରୁଥିବା ବ୍ୟକ୍ତି ବୁଝିଯିବା ଉଚିତ ଯେ କୌଣସି କମ୍ପାନୀ ଦୁଇ ଦିନରେ ଟଙ୍କା ଡବଲ କରନ୍ତି ନାହିଁ। ସବୁ କମ୍ପାନୀ ଏକ ସୀମା ଭିତରେ ଲାଭ ଦେଇଥାନ୍ତି। ଏସବୁ ବିଷୟରେ ଜ୍ଞାନ ନଥିବା ବ୍ୟକ୍ତି ଏହି ବ୍ୟବସାୟରେ ଅଭିଜ୍ଞ ଲୋକଙ୍କ ସହ ପରାମର୍ଶ କରିବା ଉଚିତ। ପ୍ରଥମରୁ ଟଙ୍କା ଉଠାଣ ସମସ୍ୟା ହେଲା ତ ଆଗକୁ ନିବେଶ କରିବା ଅନୁଚିତ। ତୁରନ୍ତ ସାଇବର କ୍ରାଇମ ସେଲରେ ଜଣାଇବା ଦରକାର। କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ହରାଇ ସାରିବା ପରେ ଅଭିଯୋଗ ହେଉଛି। ସେତେବେଳକୁ ଠକ ସବୁ ଲୁଟି ସାରିଥାଏ ଆଉ ନିଜକୁ ଲୁଚାଇ ମଧ୍ୟ ସାରିଥାଏ। ତେଣୁ ଏଥିପ୍ରତି ସଜାଗ ରହିବା ଦରକାର। ପ୍ରଥମରୁ ସନ୍ଦେହ ହେଲେ ସାଇବର ସେଲର ସହଯୋଗ ନିଅନ୍ତୁ। ଆପଣଙ୍କ ଜୀବନର ମୂଲ୍ୟବାନ ପୁଞ୍ଜିକୁ କୌଣସି ସଫଳ ବ୍ୟବସାୟରେ ବିନିଯୋଗ ପୂର୍ବରୁ ଭଲ ଭାବରେ ଏ ନେଇ ସମସ୍ତ ଖବର ସଂଗ୍ରହ କରି ନୂଆ ବ୍ୟବସାୟରେ ପାଦ ଦିଅନ୍ତୁ ନଚେତ୍‌ ଆପଣ ସର୍ବସ୍ବାନ୍ତ ହେବା ସହ ଅନ୍ୟମାନଙ୍କ ପାଇଁ ବିପଦର କାରଣ ଯେପରି ନହୁଅନ୍ତି।
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ ମୋ : ୯୪୩୭୧୬୩୫୨୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପାଞ୍ଚ ଦିନର ପ୍ରଶିକ୍ଷଣ ପରେ ସଫଳତା ଆକାଶଛୁଆଁ। ଏକଥା ବିଶ୍ୱାସ କରି ହେଉ ନ ଥିଲେ ବି ସତ। ରାଜସ୍ଥାନର ଗୌରବ ପଚୌରି ମୁକ୍ତା ଚାଷ...

ଭକ୍ତ ପାଇବେ ସୁରକ୍ଷା

ଡ. ଗୌରୀଶଙ୍କର ସାହୁ     “ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିବାବେଳେ ଅନୁଭବ ହୁଏ, ସେ ଗରିବଙ୍କ ଠାକୁର।“ ନବନିର୍ମିତ ସେଣ୍ଟ୍ରାଲ ହଲ୍‌ରେ ନବନିର୍ବାଚିତ ସାଂସଦମାନଙ୍କୁ...

ପୁଣ୍ୟର କରାମତି

ଡ. ପ୍ରମୋଦ କୁମାର ପଣ୍ଡା   ଜୀବନକାଳ ମଧ୍ୟରେ ଆମେ ସତ୍‌ କିମ୍ବା ଅସତ୍‌ ଉପାୟରେ ପ୍ରଚୁର ଧନ ସମ୍ପତ୍ତି ଠୁଳ କରିଛୁ। ତେବେ ଅର୍ଜିତ...

ଫ୍ରାନ୍ସ ନିର୍ବାଚନ ଓ ମାକ୍‌ରଁ

ଜନ ଓ୍ବେର୍ନର ମୁଲେର   ୟୁରୋପୀୟ ସଂସଦ ନିର୍ବାଚନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ପାର୍ଟି ଦକ୍ଷିଣପନ୍ଥୀ ନ୍ୟାଶନାଲ ରାଲିଠାରୁ ପରାଜୟ ବରଣ କଲା ପରେ...

ସଦ୍‌ଗୁଣାବଳୀର ସକ୍ରିୟ ଚିତ୍ର

ବ୍ୟକ୍ତିତ୍ୱର ସାରବାର୍ତ୍ତା ହିଁ ଚରିତ୍ର। ଏହା ଜୀବନର ମୌଳିକ ନୀତିନିୟମର ସମନ୍ବିତ ଓ ସକ୍ରିୟ ରୂପ। ଦିଗ ନିର୍ଣ୍ଣୟ ଯନ୍ତ୍ର ପରି ଚରିତ୍ର ମଣିଷର କାର୍ଯ୍ୟଧାରାକୁ...

ଏଇ ଭାରତରେ

ହିମାଚଳପ୍ରଦେଶର ଆନି ବ୍ଲକର କାମନ୍ଦ ପଞ୍ଚାୟତର ଗାଢ଼ାରୀ ଗାଁରେ ରହନ୍ତି ୭୩ ବର୍ଷ ବୟସ୍କା ଲୁରମା ଦେବୀ। ସେ ବୁଲାପ୍ରାଣୀଙ୍କୁ ଖାଇବାକୁ ଦେଇ ଖୁବ୍‌ ଆନନ୍ଦିତ...

ସରକାରୀ ଛୁଟିରେ ପାତରଅନ୍ତର

ସାଧାରଣତଃ କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ଷକୁ ଯେଉଁ ୧୭ଟି କାର୍ଯ୍ୟ ବନ୍ଦ ଦିବସକୁ ଛୁଟି ଭାବରେ ପାଇଥାନ୍ତି, ସେଥିମଧ୍ୟରୁ ୧୪ଟି ଛୁଟି ସବୁ ରାଜ୍ୟର କର୍ମଚାରୀମାନଙ୍କ...

ତାଳଗଛ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଜୁଲାଇ ୧ରୁ ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଯାଇଛି । ଜିଲା, ବ୍ଲକ୍‌, ପଞ୍ଚାୟତ, ପୌର ପରିଷଦ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri