ଏହି ୩ ବଡ଼ ସମସ୍ୟାରୁ ମୁକ୍ତି ଦିଏ ସାଇକେଲ ଚାଳନା

ପ୍ରତିବର୍ଷ ଜୁନ୍‌ ୩ରେ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର କଳ୍ପନା ପ୍ରଥମେ ଆମେରିକାରେ କାର୍ଯ୍ୟ କରୁଥିବା ପୋଲାଣ୍ଡ-ଆମେରିକାର ସାମାଜିକ ବୈଜ୍ଞାନିକ ପ୍ରଫେସର ଲେସ୍‌ଜେକ ସିବିଲସ୍କିଙ୍କ ଦ୍ୱାରା କରାଯାଇଥିଲା। ଏହା ପରେ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ବିଶ୍ୱ ସାଇକେଲ ଦିବସ ପାଳନ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ ସେ ତୁର୍କମେନିସ୍ତାନ ଏବଂ ଅନ୍ୟ ୫୬ ଦେଶରୁ ସମର୍ଥନ ମିଳିଥିଲା। ଏପ୍ରିଲ ୨୦୧୮ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଘୋଷଣା କରାଯାଇଥିଲା ଯେ, ପ୍ରତିବର୍ଷ ଜୁନ୍‌ ୩ରେ ବିଶ୍ୱ ସାଇକେଲ ଦିବସ ପାଳନ କରାଯିବ।

Why Riding A Bike Is Good For You | Transportation

ସୁସ୍ଥ ରହିବା ପାଇଁ ସାଇକେଲ ଚଲାଇବା ଏକ ସହଜ ଉପାୟ। ଯାହା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସକ୍ରିୟ ରଖେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ୩୦ ମିନିଟ୍‌ ପାଇଁ ସାଇକେଲ ଚଳାଇବା ଆପଣଙ୍କ ରୁଟିନ୍‌ର ଏକ ଅଂଶ କରନ୍ତି, ତେବେ ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିସହିତ କୋଲେଷ୍ଟରଲ ହ୍ରାସ କରିବାରେ ଏବଂ ଗୋଡ଼କୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।

Road Biker About To Start The Ride

ସାଇକେଲ ହେଉଛି ଏକ ସରଳ, ସୁଲଭ, ପରିଷ୍କାର ଏବଂ ପରିବେଶ ପାଇଁ ସ୍ଥାୟୀ ପରିବହନର ମାଧ୍ୟମ। ଏହି ସାଇକେଲ ସ୍ବଚ୍ଛ ବାୟୁ ଏବଂ କମ୍‌ ସମସ୍ୟାରେ ସହାୟକ ହୋଇଥାଏ। ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ଅସୁରକ୍ଷିତ ଜନସଂଖ୍ୟା ପାଇଁ ଅଧିକ ସୁବିଧାଜନକ କରିଥାଏ। ଏକ ସ୍ଥାୟୀ ପରିବହନ ବ୍ୟବସ୍ଥା ଯାହା ଅଥନୈତିକ ଅଭିବୃଦ୍ଧିକୁ ବି ପ୍ରୋତ୍ସାହିତ କରିଥାଏ, ଅସମାନତାକୁ ହ୍ରାସ କରିଥାଏ ଏବଂ ଜଳବାୟୁ ପରିବର୍ତ୍ତନ ବିରୋଧରେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମିଳିତ ଜାତିସଂଘ ତା’ର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଲେଖିଛି।

Proper Body Position on a Road Bike | Liv Cycling Official site
ସାଇକେଲ ପରିବହନର ଏକ ସ୍ଥାୟୀ ଧାରା। ପରିବେଶ ଅନୁକୂଳ ଏବଂ ବ୍ୟାୟାମ ପାଇଁ ଅତ୍ୟନ୍ତ ଉତ୍ତମ। ପ୍ରତିଦିନ ସାଇକେଲ ଚଳାଇବା ଦ୍ୱାରା ମାଂସପେଶୀ ଶକ୍ତି ବୃଦ୍ଧି ପାଇଥାଏ। ସାଇକେଲ ଚଳାଇଲେ ମଣିଷ ଖୁସି ଅନୁଭବ କରିଥାଏ ଏବଂ ମନୋବଳ ବଢ଼ିଥାଏ। ବାୟୁ ପ୍ରଦୂଷଣରୁ ଏହା ଆମକୁ ସାହାଯ୍ୟ କରେ। ବିଶ୍ୱ ସାଇକେଲ ଦିବସ ପାଳନର ଅର୍ଥ ସାଇକେଲ ଚାଳନାର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା।


Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

ଅଖରୋଟ୍‌ ଖାଇଲେ ମିଳେ ଏସବୁ ଫାଇଦା

ଅଖରୋଟ୍‌ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ...

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ...

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ...

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri