ବି.ଏଡ୍‌‌.ରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି

ଭୁବନେଶ୍ୱର,୨।୬: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବି.ଏଡ୍‌‌.ରେ ନାମଲେଖା ପାଇଁ ଆବେଦନ ସମୟସୀମା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଏନେଇ ଜାତୀୟ ଶିକ୍ଷକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ଅନୁଷ୍ଠାନ – ଏନ୍‌‌.ସି.ଇ.ଆର୍‌‌.ଟି. ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆବେଦନର ସମୟ ସୀମା ମଇ ୩୧ ତାରିଖ ପର୍ଯ୍ୟନ୍ତ ଥିଲା । ଛାତ୍ରଛାତ୍ରୀମାନେ ଏନ୍‌‌.ସି.ଇ.ଆର୍‌‌.ଟି. ୱେବ୍‌‌ସାଇଟ୍‌‌ www.cee.ncert.gov.in ରୁ ଆବେଦନ ସଂକ୍ରାନ୍ତ ଅଧିକ ସୂଚନା ଜାଣିପାରିବେ ।

ଅନ୍ୟପଟେ ରାଜ୍ୟରେ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ପାଇଁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ଏକାଦଶ ଶ୍ରେଣୀ ନିମନ୍ତେ ଆସନ୍ତା ୭ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ନାମଲେଖାପାଇଁ ଅନ୍‌‌ଲାଇନ୍‌‌ ସାମ୍‌‌ସ ପୋର୍ଟାଲ୍‌‌ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ । ନାମଲେଖାର ସମସ୍ତ ପ୍ରକ୍ରିୟା ସାମ୍‌‌ସ ୱେବ୍‌‌ସାଇଟରେ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ

ଭୁବନେଶ୍ୱର,୬।୯: ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସରକାର। ବିଧାୟକ ଚକ୍ରମଣି କହଁରଙ୍କ...

ଓଡ଼ିଶା DRDOରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୩।୯: ଡିଆରଡିଓ(DRDO) ITR ଖାଲି ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ।...

ଓଡ଼ିଶା ଜିଲା ପରିଷଦର ୧୪୮୭ ପଦବୀରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ବର,୧।୯: ଏମଜିଏନଆରଇଜିଏ ଯୋଜନା ଅନ୍ତର୍ଗତ ଚୁକ୍ତି ଭିତ୍ତିରେ ଗ୍ରାମ ରୋଜଗର ସେବକ (GRS) ନିଯୁକ୍ତି ପାଇଁ ଓଡିଶା ଜିଲା ପରିଷଦ ଘୋଷଣା କରିଛି। ବାଲେଶ୍ୱର, ନୁଆପଡା,...

ଅବସର ନେଇଥିବା କର୍ମଚାରୀଙ୍କୁ ପୁଣି ଚାକିରିରେ ରଖିବ Indian Railway , ଜାଣନ୍ତୁ କେଉଁ ପଦ ପଦବୀରେ ହେବ ନିଯୁକ୍ତି

ନୂଆଦିଲ୍ଲୀ,୩୦।୮: ଭାରତୀୟ ରେଳବାଇ ବୋର୍ଡ ଅବସରପ୍ରାପ୍ତ ରେଳ ଅଧିକାରୀଙ୍କୁ ପୁନଃ ନିଯୁକ୍ତି କରିବାକୁ ଅନୁମୋଦନ କରିଛି। ଅଗଷ୍ଟ ୨୯ରେ ସମସ୍ତ ଆଞ୍ଚଳିକ ରେଳବାଇ ଏବଂ ସରକାରୀ...

ଖାଲିପଡ଼ିଥିବା ଆର୍‌.ଆଇ, ଏ.ଆର୍‌.ଆଇ ଏବଂ ଅମିନ ପଦବୀ କେବେ ପୂରଣ ହେବ ? ବିଧାନସଭାରେ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୨୯ା୮: ରାଜ୍ୟରେ ଖାଲି ପଡ଼ିଥିବା ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜସ୍ୱ...

ବିନା ପରୀକ୍ଷାରେ କରିପାରିବେ ଅଙ୍ଗନବାଡିରେ ଚାକିରି, ୨୩ହଜାରରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ,୩।୮: ମହିଳାଙ୍କ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ । ଏବେ ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାରରେ ଏହି...

ଓଡ଼ିଶା ଅଙ୍ଗନୱାଡ଼ିରେ ୨୫୪୫ ପଦବୀରେ ନିଯୁକ୍ତି ପାଇଁ ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ

ଭୁବନେଶ୍ୱର,୨୮ା୭: ଓଡ଼ିଶାରେ ଥିବା ଅଙ୍ଗନୱାଡ଼ି ମାନଙ୍କରେ ନିଯୁକ୍ତି ପାଇଁ ଆବେଦନ ଜାରି ରହିଛି। ଏହି ପ୍ରକ୍ରିୟାରେ ଅଙ୍ଗନୱାଡ଼ି କର୍ମୀ ଓ ହେଲପର ନିଯୁକ୍ତ ହେବେ। ଯେଉଁ...

ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ଲାପ୍‌ଟପ୍; ଏତିକି କୋଟି ଟଙ୍କା ବ୍ୟୟବରାଦର କଲେ ସରକାର

ଭୁବନେଶ୍ୱର,୨୫।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୩୫ ହଜାର ୫ ଶହ ୩୬ କୋଟି ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri