ଅଂଶୁଘାତର ବିପଦ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଣିଷଜାତି ପାଇଁ ଏହା ବଡ଼ ବିପଦ ଭାବେ ଉଭା ହେଲାଣି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ପ୍ରତିବାଦର ଏକ ନୂଆ ଢଙ୍ଗ ଆରମ୍ଭ ହୋଇଛି; ଯେଉଁଥିରେ ମୋଟର ଗାଡ଼ି ଚଳାଚଳକୁ ରୋକିବା, ଉଡ଼ାଜାହାଜ ପଡ଼ିଆରେ ଏହାର ବିମାନ ଉଡ଼ାଣ ଉପରେ ଅଭିନବ ପ୍ରତିବାଦ, ଅତ୍ୟନ୍ତ ମୂଲ୍ୟବାନ ପେଣ୍ଟିଂ ଓ ପ୍ରତିମୂର୍ତ୍ତିକୁ ଅନେକେ ନଷ୍ଟ କରୁଛନ୍ତି। ତାହା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ବିରକ୍ତିଭାବ ଦେଖାଦେଉଛି ପଛେ କୌଣସି ପରିବର୍ତ୍ତନ ଘଟୁନାହିଁ। ଏଭଳି ବିଷୟରେ ପ୍ରତିବାଦକାରୀମାନେ ସଚେତନ ରହିବା ଦରକାର। ସାଧାରଣ ନାଗରିକଙ୍କ ଜୀବନଯାପନରେ ବାଧା ସୃଷ୍ଟିକଲେ ସେଥିରୁ ନକାରାତ୍ମକ ସ୍ଥିତି ଗଢ଼ିଉଠିବ।
ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ଦେଖି ଉପରୋକ୍ତ ପଦକ୍ଷେପ ନିଆଯାଉଛି। କିନ୍ତୁ ପ୍ରତିବାଦର ତରିକା କଠିନ ହୋଇଯାଉଛି। ବାସ୍ତବରେ ଦେଖିଲେ ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ଘଟିଚାଲିଛି, ତାହା ଦ୍ୱାରା ପ୍ରତ୍ୟେକ ମଣିଷ ଓ ପ୍ରାଣୀଜଗତ ଘୋର ପ୍ରଭାବିତ ହେଉଛନ୍ତି। ଓଡ଼ିଶାରେ ଗତ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇବା ସହ ଯେଭଳି ଭାବେ ଗୁଳୁଗୁଳି ଅନୁଭୂତ ହେଉଛି, ତାହା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନିର୍ବାଚନ ଚାଲିଥିବା ବେଳେ ଅସହ୍ୟ ଗୁଳୁଗୁଳି ସହି ନ ପାରି ଦାୟିତ୍ୱରେ ଥିବା କେତେ ଜଣ କର୍ମଚାରୀଙ୍କ ସହ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଯାଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ସୂଚନା ଅନୁସାରେ ଇତିମଧ୍ୟରେ ୧୪୧ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୨୬ ଜଣଙ୍କ ପ୍ରାଣହାନି ଅଂଶୁଘାତରୁ ହୋଇଥିବା ସ୍ଥାନୀୟ ଜିଲାପାଳମାନେ ସ୍ପଷ୍ଟ କରିଛନ୍ତି।
ଏଭଳି ସ୍ଥଳେ ଦେଖିଲେ ଓଡ଼ିଶାର ରାଉରକେଲା ସତେଯେମିତି ଏକ ଜଳନ୍ତା ଚୁଲି ପାଲଟିଗଲାଣି। ସମଗ୍ର ବିଶ୍ୱର ମାନଚିତ୍ରକୁ ଦୃଷ୍ଟି ପକାଇଲେ ମନେ ହେଉଛି ଯେପରି ଓଡ଼ିଶା ଓ ତା’ର ଆଖପାଖ ଅଞ୍ଚଳରେ ଦିନକୁ ଦିନ ସବୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ଆଜିର ମଣିଷ ଓଡ଼ିଶାକୁ ଏକ ମାନଚିତ୍ରରେ ଦେଖିଲେ ତାହା ପ୍ରଶାସନିକ ସୀମା ଭିତରେ ସୀମିତ ବୋଲି ଚିନ୍ତା କରୁଥାଇପାରେ। କିନ୍ତୁ ଗତ ମାସର ତାପମାତ୍ରା ଦେଖିଲେ ବିଶ୍ୱର ସର୍ବାଧିକ ଉତ୍ତପ୍ତ ୧୦ଟି ସହର ମଧ୍ୟରୁ ୫ଟି ଭାରତର ଥିଲା। ସେଗୁଡ଼ିକ ହେଲା ଝାଡ଼ଖଣ୍ଡର ଜାମସେଦପୁର, ପଶ୍ଚିମବଙ୍ଗର ମିଦିନାପୁର, ଓଡ଼ିଶାର ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱର। ତେବେ ସର୍ବାଧିକ ତାପମାତ୍ରାରେ ଯଥାକ୍ରମେ ବାରିପଦା, ବାଲେଶ୍ୱର, ଜାମସେଦପୁର, ମିଦିନାପୁର ଓ ଭୁବନେଶ୍ୱର ରହିଥିଲେ। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ଏସବୁ ପୂର୍ବାଞ୍ଚଳ ବିଶେଷକରି ଓଡ଼ିଶା ଓ ତା’ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଥିଲା। ଏହା ସୂଚାଉଛି ଯେ, ମଣିଷ ଜାତି ପାଇଁ ପ୍ରାକୃତିକ ବିପଦ ମୁଣ୍ଡ ଉପରେ ଆସି ବସିପଡ଼ିଲାଣି। ଏହା ଭବିଷ୍ୟବାଣୀ ନୁହେଁ। ରାଉରକେଲା ଦର୍ଶାଉଛି ଏହି ମୁହୂର୍ତ୍ତଠାରୁ ସଚେତନତାମୂଳକ କାର୍ଯ୍ୟକ୍ରମ କଲେ ହୁଏତ ସମସ୍ତେ ବଞ୍ଚିବା ସମ୍ଭବପର ହୋଇପାରନ୍ତା। କେବଳ ମନ୍ତ୍ରୀ କିମ୍ବା ଅମଲାତନ୍ତ୍ରୀ ରାଉରକେଲା ଯାଇ ମୃତକଙ୍କ ପରିବାରକୁ ଆଶ୍ୱାସନା ସହିତ କ୍ଷତିପୂରଣ ଦେଲେ ଏଭଳି ବିରାଟକାୟ ସମସ୍ୟାର ସମାଧାନ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ସାଧାରଣତଃ ନିର୍ବାଚନ ପରେ ଆମ ଦେଶରେ ତେଜରାତିଠାରୁ ଆରମ୍ଭ କରି ପନିପରିବା ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ଥାଏ,...

ପ୍ରକୃତି ଓ ମାନସିକ ସ୍ବାସ୍ଥ୍ୟ

ଏକ ସୁସ୍ଥ ଓ ସମୃଦ୍ଧ ଜୀବନଧାରଣ ଲାଗି ମଣିଷ ପ୍ରକୃତି ଏବଂ ଏହାର ବିଭେଦତା ଉପରେ ଏକାନ୍ତ ନିର୍ଭରଶୀଳ। ବୃକ୍ଷଲତା, ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି କୀଟପତଙ୍ଗ...

ଶ୍ରେଷ୍ଠ ନୀତି ସାମାଜିକ ନ୍ୟାୟ

ବର୍ତ୍ତମାନର ବିପଦପୂର୍ଣ୍ଣ ତଥା ଅନିଶ୍ଚିତ ସମୟରେ ଯେ କେହି ନିରାଶାବାଦୀ ହେବା ସ୍ବାଭାବିକ। ବିଶ୍ୱରେ ଅସ୍ଥିରତା ବଢ଼ିବାରେ ଲାଗିଛି । ପ୍ରତିଦିନ ଆମ ଦେଖିବାରେ ସଂଘର୍ଷ...

ଏଇ ଭାରତରେ

ଚିକେନ ସେଣ୍ଟରରୁ ବାହାରୁଥିବା ପର ଓ ବର୍ଜ୍ୟରୁ ଉଲ ଭଳି ସୂତା ପ୍ରସ୍ତୁତ କରୁଛନ୍ତି ରାଜସ୍ଥାନର ରାଧେଶ ଅଗରହାରି। କେବଳ ଏତିକି ନୁହେଁ ଏହି ବର୍ଜ୍ୟରୁ...

ଏଇ ଭାରତରେ

ପାଞ୍ଚ ଦିନର ପ୍ରଶିକ୍ଷଣ ପରେ ସଫଳତା ଆକାଶଛୁଆଁ। ଏକଥା ବିଶ୍ୱାସ କରି ହେଉ ନ ଥିଲେ ବି ସତ। ରାଜସ୍ଥାନର ଗୌରବ ପଚୌରି ମୁକ୍ତା ଚାଷ...

ଭକ୍ତ ପାଇବେ ସୁରକ୍ଷା

ଡ. ଗୌରୀଶଙ୍କର ସାହୁ     “ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିବାବେଳେ ଅନୁଭବ ହୁଏ, ସେ ଗରିବଙ୍କ ଠାକୁର।“ ନବନିର୍ମିତ ସେଣ୍ଟ୍ରାଲ ହଲ୍‌ରେ ନବନିର୍ବାଚିତ ସାଂସଦମାନଙ୍କୁ...

ପୁଣ୍ୟର କରାମତି

ଡ. ପ୍ରମୋଦ କୁମାର ପଣ୍ଡା   ଜୀବନକାଳ ମଧ୍ୟରେ ଆମେ ସତ୍‌ କିମ୍ବା ଅସତ୍‌ ଉପାୟରେ ପ୍ରଚୁର ଧନ ସମ୍ପତ୍ତି ଠୁଳ କରିଛୁ। ତେବେ ଅର୍ଜିତ...

ଫ୍ରାନ୍ସ ନିର୍ବାଚନ ଓ ମାକ୍‌ରଁ

ଜନ ଓ୍ବେର୍ନର ମୁଲେର   ୟୁରୋପୀୟ ସଂସଦ ନିର୍ବାଚନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ପାର୍ଟି ଦକ୍ଷିଣପନ୍ଥୀ ନ୍ୟାଶନାଲ ରାଲିଠାରୁ ପରାଜୟ ବରଣ କଲା ପରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri