ରେପୋରେଟ୍‌ କମିବା ଆଶା କ୍ଷୀଣ

ଭୁବନେଶ୍ୱର,୩।୬(ଅନୁରାଧା ମହାରଣା): ମୁଦ୍ରାସ୍ଫୀତିର ଆହ୍ବାନ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଆଗାମୀ ମୁଦ୍ରାନୀତି କମିଟି ବୈଠକରେ ରେପୋ ରେଟ୍‌ ହ୍ରାସ ହେବା ଆଶା କ୍ଷୀଣ ହୋଇଛି। ବିଶିଷ୍ଟ ଅର୍ଥନୈତିକ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଲୋକ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ତୁରନ୍ତ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଜୁନ୍‌ ୫ରୁ ୭ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଅର୍ଥନୈତିକ ଅଭିବୃଦ୍ଧି ବଢ଼ୁଥିବାରୁ ଏମପିସି ହାର ହ୍ରାସକୁ ଏଡାଇ ଦେଇପାରେ। ଫେବୃଆରୀ ୨୦୨୩ ଠାରୁ ରେପୋ ହାର ୬.୫ ପ୍ରତିଶତରେ ରହିଛି। ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏମପିସି ବୈଠକର ନିଷ୍ପତ୍ତି ଜୁନ ୭ରେ ଘୋଷଣା କରାଯିବ। ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଯଦି ଜୁନ ୭ରେ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନ ଥାଏ, ତେବେ ସ୍ଥିତି ବଜାୟ ରଖିବା ପାଇଁ ଏହା ଅଷ୍ଟମ ସୁଯୋଗ ହେବ।

ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସାବନାଭିସଙ୍କ ମତାନୁସାରେ ପୂର୍ବ ନୀତି ପରଠାରୁ ଅର୍ଥନୈତିକ ସ୍ଥିତି ପ୍ରାୟତଃ ଅପରିବର୍ତ୍ତିତ ରହିଛି। ପିଏମଏମଆଇଏବଂ ଜିଏସଟି ସଂଗ୍ରହ ପରି ଉଚ୍ଚ ଫ୍ରିକ୍ୱେନ୍ସି ସୂଚକ ଦର୍ଶାଏ ଯେ ଅଭିବୃଦ୍ଧି ଠିକ ଦିଗରେ ଅଛି। ସେହିପରି ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ରହିଛି ଏବଂ ଉତ୍ତାପ ପନିପରିବା ମୂଲ୍ୟ ଉପରେ ବିଶେଷ ପ୍ରଭାବ ପକାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଇଣ୍ଡଷ୍ଟ୍ରିଆଲ ଚାମ୍ବର ଆସୋଚାମର ପ୍ରେସିଡେଣ୍ଟ ସଞ୍ଜୟ ନାୟାର କହିଛନ୍ତି, ଖୁଚୁରା ମୁଦ୍ରାସ୍ଫୀତି ଧାର୍ଯ୍ୟ ଲକ୍ଷ୍ୟଠାରୁ ୪% ଅଧିକ ରହିଥିବାରୁ ଆସନ୍ତା ଏମପିସି ବୈଠକରେ ରେପୋ ହାର ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି। ଯଦିଓ ମୁଦ୍ରାସ୍ଫୀତି ହ୍ରାସ ପାଇବାରେ ଲାଗିଛି। ସେପ୍ଟେମ୍ବରରେ ମୈାସୁମୀ ଅଧିବେଶନ ଶେଷ ହେବା ପରେ ମାକ୍ରୋ-ଅର୍ଥନୈତିକ ସ୍ଥିତି ସ୍ପଷ୍ଟ ହୋଇପାରେ। ଆଇସିଆରଏର ମୁଖ୍ୟ ଅର୍ଥନୀତିଜ୍ଞ ଅଦିତି ନାୟାର କହିଛନ୍ତି ଯେ, ସମ୍ପ୍ରତି ମୁଦ୍ରାସ୍ଫୀତି ତଥ୍ୟ ଏବଂ ଖାଦ୍ୟ ମୂଲ୍ୟର ପୂର୍ବାନୁମାନ ସୂଚାଇ ଦେଉଛି ଯଥାସ୍ଥିତି ରହିବ। ସେ କହିଛନ୍ତି ଯେ, ମୋଟ ଘରୋଇ ଉତ୍ପାଦ (ଜିଡିପି) ଆକଳନ ଏହି ତଥ୍ୟକୁ ସୁନିଶ୍ଚିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri