Posted inଜାତୀୟ

ବାୟୁସେନାରେ ବାହାରିଲା ଚାକିରୀ, ୩୦୪ ପଦରେ ହେବ ଭର୍ତ୍ତି

ନୂଆଦିଲ୍ଲୀ, ୩।୬: ଇଣ୍ଡିଆନ୍‌ ଏୟାର ଫୋର୍ସ ବା ଭାରତୀୟ ବାୟୁସେନାରେ ଟେକ୍ନିକାଲ ଏବଂ ନନ୍‌-ଟେକ୍ନିକାଲ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିପାରିବେ। ବାୟୁସେନାର ଏହି ବିଜ୍ଞପ୍ତିରେ ତିନି ବ୍ରାଞ୍ଚ- ଫ୍ଲାଇଂ, ଗ୍ରାଉଣ୍ଡ୍‌ ଡ୍ୟୁଟି (ଟେକ୍ନିକାଲ୍‌), ଗ୍ରାଉଣ୍ଡ ଡ୍ୟୁଟି (ନନ୍‌ ଟେକ୍ନିକାଲ)ରେ ଖାଲି ଥିବା ପଦ ପାଇଁ ଭର୍ତ୍ତି ହେବ। ଏଥିପାଇଁ ମେ ୩୦ ତାରଖରୁ ଆବେଦନ ଆରମ୍ଭ ହୋଇଥିବା ବେଳେ ଆଶାୟୀ ଜୁନ୍‌ ୨୮ ତାରିଖ ମଧ୍ୟରେ ଫର୍ମ ପକାଇ ପାରିବେ। ବାୟୁସେନାର ଏହି ଭର୍ତ୍ତି ପାଇଁ ୩୦୪ ଜଣଙ୍କୁ ଚୟନ କରାଯିବ।

ଖାଲି ପଦବୀ:

ଟେକ୍ନିକାଲ୍‌ :
ଏଏଫ୍‌ସିଏଟି(ଫ୍ଲାଇଂ)-୨୯ ପୋଷ୍ଟ
ଏଏଫ୍‌ସିଏଟି ଗ୍ରାଉଣ୍ଡ୍‌ ଡ୍ୟୁଟି ଟେକ୍ନିକାଲ-୧୫୬ ପୋଷ୍ଟ
ଏରୋନେଟିକାଲ ଇଞ୍ଜିନିୟରିଂ ଇଲେକ୍ଟ୍ରିକାଲ୍ସ (ଏଲ)-୧୧୧ ପଦ
ଏରୋନେଟିକାଲ ଇଞ୍ଜିନିୟରିଂ ଇଲେକ୍ଟ୍ରିକାଲ୍ସ (ଏମ୍‌)-୪୫ ପଦ
ନନ୍‌ ଟେକ୍ନିକାଲ :
ପ୍ରଶାସନିକ ପଦ-୫୪
ଲଜିଷ୍ଟିକ୍‌ ପଦ -୧୭
ଆକାଉଣ୍ଟ୍‌-୧୨ ପୋଷ୍ଟ
ଗ୍ରାଉଣ୍ଡ୍‌ ଡ୍ୟୁଟି ଟେକ୍‌ନିକାଲ ୯ ପୋଷ୍ଟ
ଗ୍ରାଉଣ୍ଡ ଡ୍ୟୁଟି ନନ୍‌ ଟେକ୍ନିକାଲ-୧୭ ପୋଷ୍ଟ
ମେଟ୍ରୋଲୋଜି- ୧୦ ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

ଫ୍ଲାଇଙ୍ଗ୍‌  –

ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ସର୍ବନିମ୍ନ ୫୦% ମାର୍କ ସହିତ ଦ୍ୱାଦଶ ପାଶ

ଏହା ବ୍ୟତୀତ, ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ ଡିଗ୍ରୀ

ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ୍) –

ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ସର୍ବନିମ୍ନ ୫୦% ମାର୍କ ସହିତ ଦ୍ୱାଦଶ ପାଶ

ଏହା ବ୍ୟତୀତ, ସେମାନେ AICTE ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନଗୁଡ଼ିକରୁ ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ (B.Tech) ଡିଗ୍ରୀ

ଗ୍ରାଉଣ୍ଡ ଡ୍ୟୁଟି (ନନ୍ ଟେକ୍ନିକାଲ୍) –

UGC ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ ଡିଗ୍ରୀ

ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

ସର୍ବନିମ୍ନ ବୟସ – ୨୦ ବର୍ଷ

ସର୍ବାଧିକ ବୟସ – ୨୪/୨୬ ବର୍ଷ

ଚୟନ ପ୍ରକ୍ରିୟା:

ମେଡିକାଲ୍ ଟେଷ୍ଟ୍

ଡକ୍ୟୁମେଣ୍ଟ୍ ଯାଞ୍ଚ

ଲିଖିତ ପରୀକ୍ଷା

ସାକ୍ଷାତକାର

ଆବେଦନ ଶୁଳ୍କ:

ସମସ୍ତ ବର୍ଗ – ୫୫୦

ଏନ୍‌ସିସି ବର୍ଗ – ଦେୟ ମୁକ୍ତ

 

ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୦ ମେ ୨୦୨୪

ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ଜୁନ୍ ୨୦୨୪

ଅନ୍‌ଲାଇନ୍ ପରୀକ୍ଷା – ୦୯, ୧୦, ୧୧ ଅଗଷ୍ଟ ୨୦୨୪


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri