Posted inଜାତୀୟ

ଭାଜପା ଖେଳକୁ ବିଗାଡିବ N ଫ୍ୟାକ୍ଟର, ଶେଷ ସମୟରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ନୀତିଶ-ନାଇଡୁ

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପରେ ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ହେଉଛି କିଏ ସରକାର ଗଠନ କରିବେ। ଭାଜପାକୁ ସଂମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ, ଯେଉଁଥିପାଇଁ ସରକାର ଗଠନ ପାଇଁ ସହଯୋଗୀମାନଙ୍କର ଆବଶ୍ୟକତା ପଡ଼ିବ। ବିଶେଷକରି JDU ଏବଂ TDP ପରି ଦଳଗୁଡିକର ସମର୍ଥନ ଏଠାରେ ବଡ଼ ଭୂମିକା ନିଭାଇପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହି ଦଳଗୁଡିକ ପ୍ରତି ନଜର ରଖିଛି। କଂଗ୍ରେସ ଆଶା କରୁଛି ଯେ, ଏହି ଦଳଗୁଡିକ ଭାଜପା ଛାଡ଼ି ଇଣ୍ଡିଆ ମେଣ୍ଟରେ ଯୋଗଦେଲେ ସରକାର ଗଠନରେ ସାହାଯ୍ୟ ହେବ। ଯଦି ଏହି ଦୁଇ ନେତା ଏନଡିଏଠାରୁ ଅଲଗା ହୁଅନ୍ତି, ତେବେ ସରକାର ଗଠନ କରିବା ଭାଜପା ପାଇଁ କଷ୍ଟସାଧ୍ୟ ହେବ। ତେଣୁ ଭାଜପା ନେତୃତ୍ୱଙ୍କ ମଧ୍ୟରେ ଏବେ ଖେଳ ବିଗାଡିବ ଏହି N ଫ୍ୟାକ୍ଟର। ଉଭୟ ନେତାଙ୍କ ନାମରେ ‘N’ ଅକ୍ଷରର ଉପସ୍ଥିତି ଯୋଗୁଁ ସୋସିଆଲ ମିଡିଆରେ ‘N ଫ୍ୟାକ୍ଟର’ ବିଷୟରେ ମଧ୍ୟ ଆଲୋଚନା ହେଉଛି।

ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ। କିନ୍ତୁ ଯେତେବେଳେ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଦାବି ପୂରଣ ହେଲା ନାହିଁ, ସେତେବେଳେ ସେ ଭାଜପା ଛାଡ଼ି ବିରୋଧୀ ଶିବିରରେ ଯୋଗ ଦେଇଥିଲେ। ୨୦୧୯ରେ, ଟିଡିପି କଂଗ୍ରେସ ସହିତ ମିଶି ନିର୍ବାଚନ ଲଢ଼ିଥିଲା କିନ୍ତୁ ଏକ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

କିନ୍ତୁ ଏଥର ନିର୍ବାଚନ ପୂର୍ବରୁ ନାଇଡୁ ପୁଣିଥରେ ଭାଜପା ସହ ମେଣ୍ଟ ସରକାର ଗଠନ କରିଥିଲେ ଏବଂ ଏହା ଉଭୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ତାଙ୍କୁ ଉପକୃତ କରିଛି। ଏହି ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁ କିଙ୍ଗମେକର ଭାବେ ଉଭା ହୋଇଛନ୍ତି ଏବଂ ଭାଜପା ତାଙ୍କୁ ନେଇ ସରକାର ଗଠନ କରିବ ବୋଲି ଆଶା ବାନ୍ଧିଛି।

ସେହିପରି ୧୯୯୮ ରୁ ୨୦୧୩ ପର୍ଯ୍ୟନ୍ତ ନୀତିଶ କୁମାର ଭାଜପା ନେତୃତ୍ୱାଧୀନ ଏନଡିଏ ସହିତ ଥିଲେ, କିନ୍ତୁ ନରେନ୍ଦ୍ର ମୋଦିଙ୍କ ନାମ ଆଗକୁ ଆସିବା ପରେ ସେ ୨୦୧୪ରେ ଏନଡିଏ ସହ ସମ୍ପର୍କ ଭାଙ୍ଗିଥିଲେ। ବିରୋଧୀ ମେଣ୍ଟ ଗଠନ ପାଇଁ ଶ୍ରେୟ ମଧ୍ୟ ତାଙ୍କ ନିକଟକୁ ଯାଉଛି। ତେବେ ଲୋକ ସଭା ନିର୍ବାଚନର କିଛି ମାସ ପୂର୍ବରୁ ସେ ପୁଣିଥରେ ଭାଜପାରେ ଯୋଗ ଦେଇଥିଲେ। ବର୍ତ୍ତମାନ କଂଗ୍ରେସ ନୀତିଶ କୁମାରଙ୍କୁ ମଧ୍ୟ ସମାନ କାରଣ ଆଧାରରେ ଏକାଠି ହେବାକୁ ନିବେଦନ କରୁଛି। ତେବେ ଏବେ ଦେଖିବା ବାକି ରହିଲା ଶେଷବେଳକୁ କ’ଣ ଓଲଟପାଲଟ ହେଉଛି ନା ଏନଡିଏ ସରକାର ଗଠନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri