ବିଶ୍ୱ ଆଦିବାସୀ ଦିବସ ପାଳିତ: ଭାଷା,ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

ମୁରିବାହାଲ, ୧୮।୮ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଜମିଦାରପଡାଠାରେ ରବିବାର ରାଜ୍ୟସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏଥିରେ ଆଦିବାସୀଙ୍କର ଜମି, ଜଳ, ଜଙ୍ଗଲ, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଆଦିବାସୀମାନେ ଶିକ୍ଷା ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଜିତୁ ଜାରେସିକା ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ। ଜାରେସିକା ତାଙ୍କ ବକ୍ତବ୍ୟରେ ଆଦିବାସୀମାନଙ୍କର ବିକାଶ, ନିଜର ନ୍ୟାର୍ଯ୍ୟ ଦାବି ହାସଲ, ଶିକ୍ଷାର ଉନ୍ନତୀକରଣ ଉପରେ ଯୋର ଦେଇଥିଲେ। ପୃଥିବୀର ୯୦ଟି ଦେଶର ୪୦ କୋଟିରୁ ଉର୍ଦ୍ଧ୍ୱ ଆଦିବାସୀ ୭ ହଜାର ଭାଷା ବ୍ୟବହାର କରୁଥିବା ବେଳେ ୫ ହଜାର ସଂସ୍କୃତି ସହ ଜଡିତ ଅଛନ୍ତି । ତେଣୁ ସମଗ୍ର ଆଦିବାସୀ ନିଜ ସମ୍ପ୍ରଦାୟର ମାତୃଭାଷା, ସାହିତ୍ୟ, ପାଣ୍ଡୁଲିପି, ସଂସ୍କୃତିର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିବା ପାଇଁ ସେ ଆହ୍ବାନ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ମହାସଚିବ ନିରଞ୍ଜନ ବିଶି, ରାଜ୍ୟ ଉପସଭାପତି ପରମାନନ୍ଦ ମାଝୀ, ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ଉପାଧ୍ୟକ୍ଷ ଯୋଗେନ୍ଦ୍ର ଭୋଇ, ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ଶରତ ଚନ୍ଦ୍ର ସିଂଭୋଇ, ହେମ୍ରମ ହଂସଦା, ସୁରେଶ ଭୋଇ, ସରପଞ୍ଚ ମିଥିଲା ମାଝୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ରାୟଗଡାରୁ ଆସିଥିବା ଗୁରକା ଲୋକନୃତ୍ୟ, ନୟମଗିର ଡଙ୍ଗରିଆ କନ୍ଧଙ୍କ ଦ୍ୱାରା ଢାପ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଥମଥର ପାଇଁ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ମାତୃଭାଷା ଓ ସୁରକ୍ଷା ଦିବସ ସମାରୋହରେ ରାଜ୍ୟର ୯ଟି ଜିଲାର ଆଦିବାସୀମାନେ ଯୋଗଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଠିକା କାମ ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ଲୋଇସିଂହା,୬ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଠିକାବିବାଦରୁ ଏପରି କାଣ୍ଡ ଘଟିଥିବା ଜଣାଯାଇଛି। ଲୋଇସିଂହା...

୨ ଦିନ ହେବ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ: ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ବଲାଙ୍ଗୀର, ୪।୯(ସୁନିଲ କୁମାର ମହାନ୍ତି): ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅନ୍ତର୍ଗତ ଗୋଏଲଭାଡ଼ି ଗ୍ରାମ ନିକଟସ୍ଥ ବର୍ଣ୍ଣି ସଂରକ୍ଷିତ ଜଙ୍ଗଲରୁ ଜଣେ ଫାଇନାନ୍ସ କମର୍ର୍ଚାରୀଙ୍କ ଝୁଲନ୍ତା...

ଭାଜପା-ବିଜେଡି କର୍ମୀ ମୁହାଁମୁହିଁ: ଭାଜପା କର୍ମୀଙ୍କ ବିରୋଧରେ ନିଆଯାଉନି…

ପାଟଣାଗଡ଼,୪।୯(ସଚ୍ଚିଦାନନ୍ଦ ମହାକୁର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ପରିସରରେ ଗଣ୍ଡଗୋଳ ଘଟଣାରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ପୋଲିସ...

ପାର୍ସଲ ବୋମା ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା

ପାଟଣାଗଡ,୩।୯(ସଚ୍ଚିଦାନନ୍ଦ ମହାକୁଡ): ବଲାଙ୍ଗିର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର କେସ ପାଟଣାଗଡ଼ କୋର୍ଟରେ ଚାଲିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ...

ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ବଲାଙ୍ଗୀର,୨ା୯: ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ରେଞ୍ଜ ଅଧୀନରେ ଥିବା ଚାବିରିପାଲି ଗ୍ରାମରେ  ଦନ୍ତାହାତୀ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗ୍ରାମର ନୀଳାମ୍ବର...

ଭାଜପା-ବିଜେଡି କର୍ମୀ ମୁହାଁମୁହିଁ: ସରପଞ୍ଚଙ୍କ ସ୍ବାମୀଙ୍କୁ ମାଡ଼ ମାରି ବନ୍ଧାହେଲେ ବ୍ଲକ ଅଧ୍ୟକ୍ଷ

ପାଟଣାଗଡ,୧।୯: ପାଟଣାଗଡ଼ ବିଡିଓଙ୍କ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ସହ ତାଙ୍କର ୪ଜଣ ସହଯୋଗୀ ମରୁଆଁ ସରପଞ୍ଚଙ୍କ ସ୍ବାମୀ ସ୍ବରୂପ ପରୁଆଙ୍କୁ ମରଣାନ୍ତକ ଆକ୍ରମଣ...

ଭଙ୍ଗା ଘରେ ବିତୁଛି ଜୀବନ

ଖପ୍ରାଖୋଲ,୩୦ା୮(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁରେ ମହେଶ୍ୱର ବକୁଳ(୬୫)ଙ୍କ ଘର। ପରିବାର କହିଲେ ସ୍ତ୍ରୀ ଜୟନ୍ତୀ ଓ ଝିଅ...

ଅଡିଟ ବେଳେ ନକଲି ସୁନା ବନ୍ଧକ ଧରାପଡ଼ିଲା

ଲୋଇସିଂହା,୩୦।୮(ସୁଶାନ୍ତ ବାରିକ): ନକଲି ସୁନା ବନ୍ଧକ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଋଣ ନାମରେ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଘଟଣାରେ ବଲାଙ୍ଗୀର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri