ବଦଳିବ କି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଭାଗ୍ୟ

ଭବାନୀପାଟଣା, ୯ା୬(ଉତ୍ତମ କୁମାର ଦାଶ)ଭିନ୍ନକ୍ଷମମାନଙ୍କ ପାଇଁ ପ୍ରତିବନ୍ଧକ ଶୂନ୍ୟ ପରିବେଶ ସୃଷ୍ଟି କ୍ଷେତ୍ରରେ ସରକାର ବିଭିନ୍ନ ସ୍ତରରେ ପ୍ରୟାସ କରିଆସିଛନ୍ତି। ଯେମିତି କି ସେମାନେ ଏକ ସୁସ୍ଥ, ସ୍ବାଧୀନ ଓ ସୁରକ୍ଷିତ ଜୀବନ ଜିଇଁପାରିବେ। କଳାହାଣ୍ଡି ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଅବସ୍ଥାରେ ଦୀର୍ଘ ୨୨ବର୍ଷ ହେବ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ। ବର୍ତ୍ତମାନ ବିଜେଡି ସରକାର ବଦଳି ନୂତନ ଭାଜପା ସରକାର ଆସୁଥିବାରୁ ଏହି କେନ୍ଦ୍ରର ଭାଗ୍ୟ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି।
କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଅଲଗା ହୋଇ ୨୦୧୬ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ରୂପେ ନୂତନ କାର୍ଯ୍ୟାଳୟ ସୃଷ୍ଟିହେଲା। ଏହି ବିଭାଗର ପୃଷ୍ଠଭୂମି ରୂପେ ରହିଛି ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର। ଏଯାବତ ଠିକା କର୍ମଚାରୀ ରୂପେ ଦାୟିତ୍ୱ ତୁଲାଇ ଆସୁଛନ୍ତି କେନ୍ଦ୍ରର ସମସ୍ତ କାର୍ଯ୍ୟରତ କର୍ମଚାରୀ। ଏହି କେନ୍ଦ୍ର ୨୦୦୩ ମସିହାରୁ ସେମିତି ପଡିରହିଛି। ଆଶ୍ଚର୍ଯ୍ୟର ବିଷୟ ଯେ, କାର୍ଯ୍ୟରତ ଜିଲା ଭିନ୍ନକ୍ଷମ ପୁନର୍ବାସ ବିଶେଷଜ୍ଞ, ଶ୍ରବଣ ବିଶେଷଜ୍ଞ, ଚଳନ ପ୍ରଶିକ୍ଷକଙ୍କ ସମେତ କିରାଣି, ଆକାଉଣ୍ଟାଣ୍ଟ, କୃତି୍ରମ ଅଙ୍ଗ ନିର୍ମାଣ ସହାୟକ, ଶ୍ରବଣ ବାଣୀ ସହାୟକ, ମନୋବିଜ୍ଞାନୀ, ଭୌତିକ ଚିକିତ୍ସକ, ବହୁମୁଖୀ ପୁନର୍ବାସ କର୍ମୀ ଏପରି କି ପିଅନ ପଦବୀ ମଧ୍ୟ ଏଯାବତ୍‌ ଠିକା କର୍ମଚାରୀ ଭାବେ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି। ଦରମା ୫ରୁ ୭ ହଜାରରୁ ୧୫/୧୮ ହଜାର ମଧ୍ୟରେ ସୀମିତ ରହିଛି। ଏହି କେନ୍ଦ୍ରରେ କୃତ୍ରିମ ଅଙ୍ଗ ନିର୍ମାଣ ସହାୟକ, ଶ୍ରବଣ ବାଣୀ ସହାୟକ, ମନୋବିଜ୍ଞାନୀ, ଭୌତିକ ଚିକିତ୍ସକ, ବହୁମୁଖୀ ପୁନର୍ବାସ କର୍ମୀ ପଦବୀ ବର୍ଷ ବର୍ଷ ଧରି ଖାଲିପଡ଼ିଛି। ଦୁଃଖ ଓ ପରିତାପର ବିଷୟ ଯେ, ଗତବର୍ଷ ଅକ୍ଟୋବରରେ ଏହି କେନ୍ଦ୍ରରେ କାର୍ଯ୍ୟରତ କୃତ୍ରିମ ଅଙ୍ଗ ବିଶେଷଜ୍ଞ ଶୁଭାଶିଷ ମହାନ୍ତିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଏଥିରୁ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର ବିଶେଷଜ୍ଞମାନଙ୍କ ଆର୍ଥିକ ଓ ମାନସିକ ସ୍ଥିତି ସହଜରେ ଅନୁମେୟ। ସରକାରଙ୍କ ଦ୍ବାରା ପ୍ରଦତ୍ତ କୋଟି କୋଟି ଟଙ୍କାର ଉପକରଣର ବ୍ୟବହାର ଓ ବଣ୍ଟନ କାର୍ଯ୍ୟ ସୁଚାରୁରୂପେ ତୁଲାଉଥିବା ସମୟରେ ନିଜ ଆର୍ଥିକ ପରିସ୍ଥିତିକୁ ନେଇ ସମସ୍ତେ ଭାରାକ୍ରାନ୍ତ ମନରେ କାର୍ଯ୍ୟ କରିବା ଯନ୍ତ୍ରଣାଦାୟକ ବୋଲି କୁହାଯାଇଛି। ଭିନ୍ନକ୍ଷମମାନଙ୍କ ଯଥାସମ୍ଭବ ଉପଚାର କରିବା ତଥା ସେମାନଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ସମାଜରେ ଯଥୋଚିତ ସ୍ଥାନ ଦିଆଯିବାରେ ସରକାରୀ ସ୍ତରରେ ଚେଷ୍ଟା କରାଯାଉଛି ସତ। କିନ୍ତୁ ଦୀର୍ଘ ୨୨ବର୍ଷ ଧରି ଠିକା କର୍ମଚାରୀ ଭାବେ ଜୀବନ ବିତାଇବା ମଧ୍ୟ କଷ୍ଟକର ବ୍ୟାପାର। ଓଡ଼ିଶାରେ ଥିବା ୮ଟି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ମଧ୍ୟରୁ ଭବାନୀପାଟଣା କେନ୍ଦ୍ର ଅନ୍ୟତମ। ବିଭିନ୍ନ କ୍ଷେତ୍ର ତଥା ପ୍ରତିଭାଶାଳୀ ଭିନ୍ନକ୍ଷମକୁ ଉତ୍ସାହିତ କରିବା ପାଇଁ ଅନେକ ଯୋଜନା ସଞ୍ଚାଳନ କରାଯାଇଛି। ଦୃଷ୍ଟିହୀନତା, ଅଳ୍ପ ଦୃଷ୍ଟିସମ୍ପନ୍ନ, ଶ୍ରବଣ ଦୋଷଯୁକ୍ତ, ଚାଲିବାରେ ଭିନ୍ନକ୍ଷମତା, ମାନସିକ ରୁଗ୍‌ଣତା ଏବଂ କୁଷ୍ଠରୋଗ ପାଇଁ ଚିକିତ୍ସା, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତିଆରି ଓ ବିତରଣ, ଭୌତିକ ଚିକିତ୍ସା, ବାଣୀ ଚିକିତ୍ସା ଏବଂ ଅନ୍‌ଲାଇନ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ଭିନ୍ନକ୍ଷମମାନଙ୍କୁ ପରାମର୍ଶ ସେବା ପ୍ରଦାନ ଏମିତି ଅନେକ କାର୍ଯ୍ୟ କରାଯାଉଛି। ଏଠାରେ ସୂଚନାଯୋଗ୍ୟ, ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ୨୦୦୩ ସ୍ବାଧୀନତା ଦିବସରେ ସ୍ଥାପିତ ହୋଇଛି। ଉକ୍ତ ଦିନଠାରୁ ୧ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଜିଲାର ଭିନ୍ନକ୍ଷମମାନଙ୍କୁ ପୁନର୍ବାସ ସହ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଇଛି। କଳାହାଣ୍ଡି ଜିଲାରେ ଆଡ୍‌ଭାନ୍ସ ରିହାବିଲିଟେଶନ ସେଣ୍ଟର ଓ ସାମାଜିକ ସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି। ଅଧିକାରୀମାନଙ୍କ ଇଚ୍ଛାଶକ୍ତିର ଅଭାବ ଓ ସ୍ଥାନ ଚିହ୍ନଟରେ ବିଳମ୍ବ କାରଣରୁ କୋଟି କୋଟି ଟଙ୍କାର ପ୍ରକଳ୍ପ ହାତଛଡ଼ା ହୋଇପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼,୧୮।୧୦: ବଲାଙ୍ଗୀର ଜିଲା ଲାଠୋର ଥାନା ଝଲିଆଲିଟି ପାହାଡ଼ ଉପରୁ ଶୁକ୍ରବାର ଜଣେ ନାବାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି...

ସମସ୍ତଙ୍କ ପାଇଁ ହେବ ବ୍ୟବସ୍ଥା, ପ୍ରତିଶ୍ରୁତି ଦେଲେ ଜୟନ୍ତୀ ଷଡ଼ଙ୍ଗୀ

ପୁରୀ,୧୮ା୧୦: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ତେବେ ଏହାରି...

କଂସ ଅଭିନେତାଙ୍କ ଅଡୁଆ ବଢ଼ିଲା, ମହାପ୍ରୟାଣ ଗାଡ଼ି ବାବଦ ଟଙ୍କା ନେବା ପଡ଼ିଲା ମହଙ୍ଗା

ବରଗଡ଼,୧୮।୧୦(ପ୍ରେମାନନ୍ଦ ଖମାରୀ): ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ମୃତକଙ୍କ ସମ୍ପକୀୟଙ୍କଠାରୁ ଟଙ୍କା ନେବା ଘଟଣା ବରଗଡ଼ ଜିଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡ୍ରାଇଭର ତଥା...

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା: ଏହି ସବୁ ଲୋକଙ୍କୁ ମିଳିବ…

ଭୁବନେଶ୍ୱର,୧୮।୧୦: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ। ଏନେଇ ମୋହନ...

ବାଥ୍‌ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ: ବଢୁଛି ସନ୍ଦେହ

ବାଲିଗୁଡା,୧୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ପଣସପଡ଼ିଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବାଥ୍‌ରୁମ୍‌ରୁ ଯୁବତୀଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ସୂଚନା...

ଟ୍ରେନ୍‌ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ୧୫ ଦିନ ବିତିଲା, ସମିତିସଭ୍ୟ-ସରପଞ୍ଚଙ୍କୁ ଭୟଭୀତ ପାଇଁ କୂଟଚକ୍ରାନ୍ତ

କେସିଙ୍ଗା,୧୮ା୧୦: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜକୁ ୧୫ଦିନ ବିତି ଗଲାଣି। ପ୍ରଶାସନିକସ୍ତରରେ ନୋଟିସ୍‌...

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri