Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଧାନ ବିହନ କିଣିଥିଲି: ସବ୍ୟସାଚୀ ବିଷୋୟୀ

ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ ମୋର ଜନ୍ମ। ଜାତିରେ ଜନଜାତି ନହେଲେ ମଧ୍ୟ ସଂସ୍କୃତିରେ ସମ୍ପୁର୍ଣ୍ଣ ଆଦିବାସୀ ଜୀବନଶୈଳୀ ପ୍ରତିଭାତ। ସେମାନଙ୍କ ସହିତ ଏକାକାର ହେବାର ସୌଭାଗ୍ୟ ମିଳିଛି। ବାଲ୍ୟଜୀବନ ସେମାନଙ୍କ ସହିତ ବିତିବା ପରେ ପ୍ରାଥମିକରୁ ଦଶମ ଯାଏଁ ସରକାରୀ ଉଚ୍ଚ ବିଦ୍ୟାଳୟ କଣ୍ଟାମାଳଠାରେ ଶିକ୍ଷାଲାଭ କରିଥିଲି। ଏଠାରେ ଶିକ୍ଷକ ବବୃବାହନ ନାୟକ ଓ ବିଦ୍ୟାଧର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ପ୍ରଥମ ଛାତ୍ର ଭାବେ ଦଶମରେ ଉର୍ତ୍ତିଣ୍ଣ ହୋଇଥିଲି। ଭୈରବ ମହାବିଦ୍ୟାଳୟ ଡାବୁଗାଁରେ ଯୁକ୍ତଦୁଇ ଓ ନବରଙ୍ଗପୁର ମହାବିଦ୍ୟାଳୟରେ ଯୁକ୍ତତିନି ପଢିବା ପରେ ମୁଣ୍ଡେଇବାକୁ ପଡିଥିଲା ପାରିବାରିକ ଜଞ୍ଜାଳ। ଯୁକ୍ତତିନି ପରେ ୨୦୧୮ ମସିହାରେ ଗୋଟିଏ ଏନ୍‌ଜିଓ ସଂସ୍ଥାରେ ଯୋଗଦେଇ ପ୍ରଥମ ରୋଜଗାର କରିଥିଲି।

ପ୍ରଥମ ରୋଜଗାର ଖୁବ କମ ଥିଲେ ମଧ୍ୟ ଜମି ପାଇଁ କିଣିଥିଲି ଧାନ ବିହନ। ସେହି ବର୍ଷଠାରୁ ନିଜେ ଚାଷକାମ କରିବା ଆରମ୍ଭ କଲି। ମୋର ପ୍ରଥମ ରୋଜଗାର ମତେ ଚାଷକାମ କରିବା ପାଇଁ ବାଟ ଦେଖାଇଥିଲା। ତେଣୁ ଏନ୍‌ଜିଓ ସଂସ୍ଥା ଛାଡି ଚାଷ କରିବା ଶିଖିଲି। ଏବେ ଚାଷକୁ ଜୀବିକା କହିବାରେ କୌଣସି ଦ୍ବିଧା ନାହିଁ। ଏହାବ୍ୟତୀତ ସୃଜନଶୀଳତା ପ୍ରତି ରହିଛି ଅହେତୁକ ଦୂର୍ବଳତା। ଆଦିବାସୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ସାମାଜିକ ଜୀବନଶୈଳୀ ପ୍ରତି ଆକୃଷ୍ଟ ହୋଇ କ୍ରମେ ଅବିଭକ୍ତ କୋରାପୁଟ ଓ ଅବିଭକ୍ତ ବସ୍ତର ଜିଲାର ଲୋକ ସଂସ୍କୃତି ଉପରେ ଲେଖାଲେଖି କରେ। ମୋ ଲେଖାରେ ଗବେଷଣା’ ତ ନୁହେଁ ମୁଁ ଭୋଗୁଥିବା ଆଦିବାସୀ ଜନସମାଜର ସଂସ୍କୃତିକୁ ହିଁ ଛାଞ୍ଚୁଛି। ଗୀତକୁଡିଆ ଗୀତର ଆଲୋଚନା ପୁସ୍ତକ ‘ଗୀତମାରା’, ନ୍ୟାସନାଲ ବୁକ୍‌ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଦେଶିଆ ଭାଷାର ଅନୁବାଦ ପୁସ୍ତକ ‘କାଏ ହେଲା’, ଦେଶିଆ ଭାଷାର କବିତା ସଙ୍କଳନ ‘ବାଲିଫୁଲ’ ଓ ଓଡିଆ କବିତା ପୁସ୍ତକ ‘ପ୍ରେମିକା’ ପ୍ରକାଶିତ ହୋଇଛି । ଲୋକ ଦେବୀ ଦେବତାମାନଙ୍କ ଉପରେ ଆଗକୁ ଗୋଟିଏ ପ୍ରବନ୍ଧ ପୁସ୍ତକ ମଧ୍ୟ ଆସୁଛି। ଆକାଶବାଣୀ ଓ ଦୂରଦର୍ଶନରେ ଲେଖା ବିଭିନ୍ନ ସମୟରେ ବାଜୁଛି। ଏ ସବୁ ହିଁ ମୁଁ ସଞ୍ଚୟ କରୁଥିବା ସମ୍ପଦ।

ଅବିଭକ୍ତ କୋରାପୁଟ ତଥା ଓଡିଶାର ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ଆରମ୍ଭ କରିଛି ‘ହର୍ଷିତା’ ନାମରେ ଗୋଟିଏ ପ୍ରକାଶନୀ ସଂସ୍ଥା। ବଡ଼ମାନଙ୍କ ଆଶୀର୍ବାଦ, ସାନମାନଙ୍କ ଭଲପାଇବା ଓ ପରିବାରବର୍ଗଙ୍କ ସହଯୋଗ ହିଁ ଆଗାମୀ ଜୀବନକୁ ସରସ ସୁନ୍ଦର କରିବ। ସେତିକି ମମତ୍ୱ ମତେ ସବୁବେଳେ ମିଳିଛି ତେଣୁ ସମସ୍ତଙ୍କୁ ମୋର ଆନ୍ତରିକ କୃତଜ୍ଞତା ।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri