Posted inଜାତୀୟ

ନିଜ ଦଳର ଏହି ୩ ଖଳନାୟକଙ୍କୁ ଭୁଲିପାରିବେନି ମୋଦି

ନୂଆଦିଲ୍ଲୀ,୯।୬:ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାଏବଂ ପ୍ରଧାନମନ୍ତ୍ରୀ ମୋଦି ଏଥର ୪୦୦ ଅତିକ୍ରମ କରିବାର ସ୍ଲୋଗାନ ଦେଇଥିଲେ। ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଲା ପରେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ୪୦୦ରୁ ଅଧିକ ସିଟ ଜିତିବାକୁ ଦାବି କରୁଥିବା ଭାଜପା କେବଳ ୨୪୦ଟି ସିଟ ଜିତିପାରିଥିଲା। ଭାଜପା କମ ଆସନ ପାଇବା ପାଇଁ ଏକ ପ୍ରମୁଖ କାରଣ ହେଉଛି ସମ୍ବିଧାନ ପରିବର୍ତ୍ତନକୁ ନେଇ ଦଳର ନେତାଙ୍କ ବିବୃତ୍ତି, ଯାହା ଲୋକ ସଭା ନିର୍ବାଚନରେ ଭାଜପାକୁ ପରିଣାମ ଭୋଗିବାକୁ ପଡିଥିଲା।

ଲଲ୍ଲୁ ସିଂ: ଅଯୋଧ୍ୟାରୁ ଭାଜପା ପ୍ରାର୍ଥୀ ଲଲ୍ଲୁ ସିଂଙ୍କୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆୱାଦେଶ ପ୍ରସାଦଙ୍କ ହାତରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ନିର୍ବାଚନ ସମୟରେ ଲଲ୍ଲୁ ସିଂଙ୍କ ଏକ ବିବୃତ୍ତି ଆଲୋଚନା ହୋଇଥିଲା। ଏକ ନୂତନ ସମ୍ବିଧାନ ଗଠନ ପାଇଁ ସଂସଦରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେବ ବୋଲି ସେ କହିଥିଲେ।

ଅନନ୍ତ ହେଗଡେ: କର୍ନାଟକର ଉତ୍ତର କନ୍ନଡ ଲୋକ ସଭା ଆସନରୁ ୬ ଥର ଏମ୍‌ପି ତଥା ଭାଜପା ନେତା ଅନନ୍ତ ହେଗଡେ ମଧ୍ୟ ସମ୍ବିଧାନ ସମ୍ପର୍କରେ ବିବୃତ୍ତି ଦେଇଥିଲେ। ସେ କହିଥିଲେ, ଯଦି ସମ୍ବିଧାନରେ ସଂଶୋଧନ କରିବାକୁ ପଡିବ, ତେବେ ଏନଡିଏକୁ ୪୦୦ଟି ସିଟ ଆବଶ୍ୟକ ହେବ। ତାଙ୍କ ବିବୃତ୍ତି ପରେ ଭାଜପା ତାଙ୍କୁ ଅଲଗା କରି ଟିକେଟ ମଧ୍ୟ ଦେଇ ନ ଥିତ୍ଲା।

ଜ୍ୟୋତି ମିର୍ଦ୍ଧା: ରାଜସ୍ଥାନର ନାଗୌର ଆସନରୁ ଭାଜପା ପ୍ରାର୍ଥୀ ଜ୍ୟୋତି ମିର୍ଦ୍ଧା ଏକ ନିର୍ବାଚନ ରାଲିରେ ସମ୍ବିଧାନ ପରିବର୍ତ୍ତନ ବିଷୟରେ କହିଥିଲେ। ସେ କହିଥିଲେ ଯେ, ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନେକ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ସେମାନଙ୍କ ପାଇଁ ଆମକୁ ଅନେକ ସାମ୍ବିଧାନିକ ପରିବର୍ତ୍ତନ କରିବାକୁ ପଡିବ। ତଥାପି ମିର୍ଦ୍ଧାଙ୍କୁ ହନୁମାନ ବେନିୱାଲଙ୍କଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri