Posted inଖେଳ

ଭାରତର ଅବିଶ୍ୱସନୀୟ ବିଜୟ

ନ୍ୟୁୟର୍କ, ୧୦।୬: ଟାର୍ଗେଟ ଥିଲା ମାତ୍ର ୧୨୦ ରନ। ସମ୍ମୁଖରେ ଥିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଚାପ ସ୍ଥିତିରେ ଚମତ୍କାର ବୋଲିଂ କଲେ ଭାରତୀୟ ପେସ୍‌ ବାହିନୀ। ଏହାର ନେତୃତ୍ୱ ନେଲେ ଯଶପ୍ରୀତ୍‌ ବୁମ୍‌ରା। ଫଳରେ ଏକଦା ୨ ଉଇକେଟରେ ୭୩ ରନକରି ବିଜୟ ସ୍ଥିତିରେଥିବା ପାକିସ୍ତାନକୁ ୨୦ ଓଭରରେ ୧୧୩/୭ରେ ସୀମିତ ରଖି ଟି୨୦ ବିଶ୍ୱକପରେ ଅବିଶ୍ୱସନୀୟ ବିଜୟ ହାସଲ କଲା ଟିମ୍‌ ଇଣ୍ଡିଆ। ନ୍ୟୁୟର୍କର ନାସାଉ କାଉଣ୍ଟି ଗ୍ରାଉଣ୍ଡରେ ଉଡ଼ିଲା ଭାରତର ବିଜୟ ଧ୍ୱଜା। ରବିବାର ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ୧୯ ଓଭରରେ ୧୧୯ ରନରେ ଅଲ୍‌ଆଉଟ ହେବାରୁ ଚିନ୍ତାରେ ରହିଥିଲେ ଦର୍ଶକ ଓ ଟିମ୍‌ ମ୍ୟାନେଜମେଣ୍ଟ।

ମାତ୍ର ବୋଲରଙ୍କ ଚମତ୍କାରିତା ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ସର୍ବାଧିକ ୩୧ ରନ କରିଥିଲେ। ଟପ୍‌ ଅର୍ଡରର ଆଉ ୪ ବ୍ୟାଟର ଭଲ ଆରମ୍ଭ କରି ଦୁଇଅଙ୍କ ସ୍ପର୍ଶ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଭାରତ ପକ୍ଷରୁ ମାତ୍ର ୧୪ ରନରେ ୩ ଉଇକେଟ ନେଇ ପାକିସ୍ତାନର ବଡ଼ ବିପର୍ଯ୍ୟୟ ଘଟାଇଥିଲେ ବୁମ୍‌ରା। ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ମ୍ୟାଚ ବିଜୟୀ ସ୍ପେଲ୍‌ ପାଇଁ ବୁମ୍‌ରା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ବିଜୟ ସହ ଭାରତ ଗ୍ରୁପ୍‌ ‘ଏ’ରେ ୨ ମ୍ୟାଚରୁ ୪ ପଏଣ୍ଟ ପାଇ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ପ୍ରଥମ ମ୍ୟାଚରେ ଦଳ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଆମେରିକାଠାରୁ ହାରିଥିବା ପାକିସ୍ତାନ ୨ ମ୍ୟାଚରୁ ୨ ପରାଜୟ ସହ ଆଶଙ୍କା ମଧ୍ୟରେ ରହିଛି।

ଟସ୍‌ ଜିତି ପାକିସ୍ତାନ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ମ୍ୟାଚ ପାଖାପାଖି ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଗୋଟିଏ ଓଭର ବୋଲିଂ ପରେ ଭାରତ ସ୍କୋର ୮ ଥିବାବେଳେ ପୁଣି ବର୍ଷା ହେବାରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଛାଡ଼ିବାପରେ ପିଚ୍‌ ପାକିସ୍ତାନ ବୋଲରଙ୍କୁ ସହାୟକ ହୋଇଥିଲା। ମାତ୍ର ୧୯ ରନରେ ୨ ଉଇକେଟ ହରାଇ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଚମତ୍କାର ରେକର୍ଡ ବହନ କରୁଥିବା ବିରାଟ କୋହଲି କିନ୍ତୁ ଏଠାରେ ୪ ରନ କରିଥିବାବେଳେ ନସିମ ଶାହାଙ୍କ ବଲ୍‌କୁ ପଏଣ୍ଟ ଉପରେ ମାରିବାକୁ ଯାଇ ଉସମାନ ଖାଁଙ୍କୁ କ୍ୟାଚ ଦେଇଥିଲେ। ଏହାର ପରବର୍ତ୍ତୀ ଓଭରରେ ଅଧିନାୟକ ରୋହିତ ଶର୍ମା (୧୩ ରନ)ଙ୍କୁ ପ୍ୟାଭିଲିୟନ ପଠାଇ ଭାରତ ଉପରେ ଚାପ ପ୍ରୟୋଗ କରିଥିଲା ପାକିସ୍ତାନ। ପାଓ୍ବରପ୍ଲେ ୬ ଓଭରରେ ଭାରତ ୨ ଉଇକେଟ ହରାଇ ୫୦ ରନ କରିଥିଲା। ରିଷଭ ପନ୍ତ ଓ ଅକ୍ଷର ପଟେଲ ସତର୍କତାର ସହ ଖେଳି ଇନିଂସ ସମ୍ଭାଳିଥିଲେ। ମାତ୍ର ତୃତୀୟ ଉଇକେଟରେ ୩୯ ରନ ଯୋଗ ହେବାପରେ ଅକ୍ଷରଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ ନସିମ ଶାହା।

ବ୍ୟାଟିଂ କ୍ରମରେ ଉପରେ ଆସିଥିବା ଅକ୍ଷର ୨୦ ରନ କରିବାକୁ ସକ୍ଷମ ହୋଇଥିଲେ। ଖରାପ ଫର୍ମଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୭ ରନ କରିଥିଲେ ହେଁ ତାଙ୍କ ସହ ରିଷଭ ୫ମ ଉଇକେଟରେ ୨୨ ବଲ୍‌ରୁ ୩୧ ରନ ଯୋଡ଼ିଥିଲେ। ଶିବମ୍‌ ଦୁବେ ୩, ହାର୍ଦ୍ଦିକ ପାଣ୍ଡ୍ୟା ୭ ଏବଂ ରବୀନ୍ଦ୍ର ଜାଡେଜା ଡକ୍‌(୦)ରେ ଆଉଟ ହେବାରୁ ଭାରତ ପୂରା ୨୦ ଓଭର ଖେଳିପାରି ନ ଥିଲା। ଏକାଧିକଥର ଜୀବନଦାନ ପାଇଥିବା ରିଷଭ ସର୍ବାଧିକ ୪୨ ରନ କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ନସିମ ଶାହା ଓ ହାରିସ ରୌଫ ୩ଟି ଲେଖାଏ, ମହମ୍ମଦ ଅମିର ୨ଟି ଏବଂ ଶାହିନ ଶାହା ଆଫ୍ରିଦି ଗୋଟିଏ ଉଇକେଟ ନେଇଥିଲେ। ଅର୍ଶଦୀପ ସିଂ ରନ୍‌ଆଉଟ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri