Posted inଖେଳ

ଅଲକାରାଜଙ୍କୁ ପ୍ରଥମ ଟାଇଟଲ୍‌

ପ୍ୟାରିସ୍‌,୧୦।୬: ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ ଗାର୍ଫିଆ କ୍ୟାରିୟରର ତୃତୀୟ ତଥା ପ୍ରଥମ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ୍‌ ବିଜୟୀ ହୋଇଛନ୍ତି। ରବିବାର ଫାଇନାଲର ୫ ସେଟ୍‌ ବିଶିଷ୍ଟ କଡା ସଂଘର୍ଷପୂଣ୍ଣ ମୁକାବିଲାରେ ଜର୍ମାନୀର ଆଲେକଜାଣ୍ଡର ଜେଭରେଭ୍‌ଙ୍କୁ ୬-୩, ୨-୬, ୫-୭, ୬-୧ ଓ ୬-୨ ସେଟରେ ପରାସ୍ତ କରିଥିଲେ। ସେହିପରି ଅନ୍ୟତମ ସ୍ପାନିଆର୍ଡ ତଥା କ୍ଲେ କୋର୍ଟର କିଙ୍ଗ ରାଫେଲ ନାଡାଲଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଲକାରାଜ।

୨୧ ବର୍ଷୀୟ ଅଲକାରାଜ ସର୍ବକନିଷ୍ଠ ଖେଳାଳି ଭାବରେ ଫ୍ରେଞ୍ଚ ଓପନ ବିଜୟୀ ହୋଇଛନ୍ତି। ୨୨ ବର୍ଷ ୬ମାସରେ ନାଡାଲ ଫ୍ରେଞ୍ଚ ଓପନ ଜିତିଥିଲେ। ଫାଇନାଲ ମ୍ୟାଚ୍‌ଟି ସେମି ଫାଇନାଲର ଆକ୍ସନ ରିପ୍ଲେ ରହିଥିଲା। ଦୁଇ ସେଟ୍‌ ପଛୁଆ ରହି ମଧ୍ୟ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଅଲକାରାଜ। ପ୍ରଥମ ସେଟ୍‌କୁ ଅଲକାରାଜ ଜିତି ନେଇଥିଲେ। ତେବେ ଲଢୁଆ ପ୍ରଦର୍ଶନ କରି ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ନେଇଥିଲେ ଜେଭ୍‌ରେଭ୍‌। ମାତ୍ର ୨୧ ବର୍ଷୀୟ ଅଲକାରାଜ ଅନ୍ତିମ ଦୁଇ ସେଟରେ ଚମତ୍କାର ପ୍ରଦର୍ଶନ କରିବା ସହ ପ୍ରଥମ ଫ୍ରେଞ୍ଚ ଓପନ ବିଜୟୀ ହୋଇଥିଲେ।

ପୂର୍ବରୁ ଅଲକାରାଜ ୨୦୨୨ରେ ୟୁଏସ୍‌ ଓପନ ଓ ୨୦୨୩ରେ ଫ୍ରେଞ୍ଚ ଓପନ ବିଜୟୀ ହୋଇଥିଲେ। ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଲକାରାଜ ନିଜ ଅପରାଜେୟ ରେକର୍ଡ ବଜାୟ ରଖିଛନ୍ତି। ୩ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବେଳେ ସମସ୍ତ ଥର ବିଜୟୀ ହୋଇଛନ୍ତି। ଅନ୍ୟ ପକ୍ଷରେ ଜେଭ୍‌ରେଭ ଦ୍ୱିତୀୟ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରି ପରାଜିତ ହୋଇଛନ୍ତି। ୨୦୨୦ ୟୁଏସ୍‌ ଓପନ ଫାଇନାଲରେ ଡୋମିନିକ୍‌ ଥିମ୍‌ଙ୍କ ବିପକ୍ଷରେ ଦୁଇ ସେଟ୍‌ର ଅଗ୍ରଣୀ ହାସଲ କରି ପରାଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri