ଏଥର ପ୍ରେକ୍ଷାଳୟରେ ଓଲିଉଡ୍‌ ରାଜ୍‌:ପାବାର୍‌, କୁହୁଡ଼ି ଓ ଚନ୍ଦ୍ରବଂଶୀ ଲଢ଼େଇ

ରଜ ସମୟରେ ପିଠା, ମିଠା ଖାଇବା ସହ ସିନେମା ଦେଖିବାର ମଜା ଟିକେ ନିଆରା। ଏହି ସମୟରେ ପ୍ରାୟତଃ ବଡ଼ ବଡ଼ ଷ୍ଟାର୍‌ଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିଥାଏ। ଏଥର ମଧ୍ୟ ଓଲିଉଡ୍‌ର ସୁପରଷ୍ଟାରଙ୍କ ମୁଭି ପ୍ରେକ୍ଷାଳୟରେ ଲାଗିବା ଆରମ୍ଭ ହୋଇଗଲାଣି। ଆସନ୍ତା ୧୨ ତାରିଖରେ ପ୍ରେକ୍ଷାଳୟକୁ ବାବୁଶାନ୍‌ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ପାବାର୍‌’ ଆସିବ। ବାବୁଶାନ ଫିଲ୍ମସ୍‌ ଏବଂ ଆମର ଷ୍ଟୁଡିଓଜ୍‌ ନିବେଦିତ ପାବାର୍‌ରେ ବାବୁଶାନଙ୍କ ବିପକ୍ଷରେ ନାୟିକା ଏଲିନା ରହିଛନ୍ତି। ସାଙ୍ଗରେ କ୍ରିଷ୍ଣା କର, ରବି ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ ରହିଛନ୍ତି। ଅଶୋକ ପତି ନିର୍ଦ୍ଦେଶନା ଦେଇଥିବାବେଳେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ପ୍ରଯୋଜିକା ଅଛନ୍ତି। ମାର୍କେଟରେ ଏବେ ‘ପାବାର୍‌’ ଚଳଚ୍ଚିତ୍ରର ଆଇଟମ୍‌ ସଙ୍ଗ ଲାଲ୍‌ ଟହ ଟହ… ଟ୍ରେଣ୍ଡିଙ୍ଗ ଧରିଛି। ଓଡ଼ିଶାର ଏକ ଛୋଟ ଅଞ୍ଚଳରୁ ବେଣୁଧର କାଣ୍ଡି କିଭଳି ପରିସ୍ଥିତିରେ ପଡ଼ି ରାଜନୀତିରେ ନିଜର ପାବାର୍‌ ଦେଖାଇଛନ୍ତି, ତାହା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।
ରଜରେ ଫ୍ୟାନ୍‌ସମାନଙ୍କୁ ଏଥର ଏକ ସୁନ୍ଦର ଚଳଚ୍ଚିତ୍ର ଭେଟିଦେବେ ଅନ୍ୟତମ ଷ୍ଟାର୍‌ ଅନୁଭବ। ଅନୁଭବଙ୍କ ଅଭିନୀତ ‘କୁହୁଡ଼ି’ ଚଳଚ୍ଚିତ୍ର ପହିଲି ରଜରେ ପ୍ରାକ୍ଷାଳୟକୁ ଆସିବ। ସେ ଏକ ଆଡଭୋକେଟ୍‌ ଚରିତ୍ରରେ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ପ୍ରକୃତି ମିଶ୍ର, ସୁପ୍ରିୟା ନାୟକ, ଶକ୍ତି ବରାଳ, ଦୀପନ୍ବିତ ଦାଶମହାପାତ୍ର, କୁନା ତ୍ରିପାଠୀ, ସୁକୁମାର ଟୁଡୁ, ସୁଶୀଲ ମିଶ୍ର ଭଳି ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ। ପାରିବାରିକ କହଳ ପାଇଁ କଇଭଳି ଛୋଟ ପିଲାମାନେ ଅନେକ ଅସୁବିଧାର ସମ୍ମୁଖୀନ କରନ୍ତି ତାହା ଏହି ଚଳଚ୍ଚିତ୍ରରେ ମାଧ୍ୟମରେ ଦେଖିବାକୁ ଦର୍ଶକ ପାଇବେ। ସବୁ ବର୍ଗର ଦର୍ଶକ ଏହି ସିନେମାକୁ ଦେଖିପାରିବେ। ଏହାର ପ୍ରଯୋଜକ ହିମାଦ୍ରୀ ତନୟା ଦାସ ରହିଥିବାବେଳେ ନିର୍ଦ୍ଦେଶକ ଅଜୟ ପାଢ଼ୀ ରହିଛନ୍ତି।
ସେହିପରି ପହିଲି ରଜରେ ଓଲିଉଡର ଜଣାଶୁଣା ଚେହାରଙ୍କୁ ନେଇ ରିଲିଜ ହେଉଛି ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’। ପ୍ରୀତମ ସାହୁଙ୍କ ପ୍ରଯୋଜିତ ଏବଂ ଅନାମିସ୍‌ ପ୍ରଡକ୍ସନ ନିବେଦିତ ଏହା ହେଉଛି ଚତୁର୍ଥ ସିନେମା। ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଆକାଶ ଦାସନାୟକ, ଉଷସୀ ମିଶ୍ର, ରାଜ ରାଜେଶ, ପୁନମ୍‌ ମିଶ୍ର, ଜସ୍ମିନ୍‌ ରଥ, ଲିପ୍ସା, ଶକ୍ତି ବରାଳ, ସମରେଶ, ଦୈତାରୀ ପଣ୍ଡା, ପିୟୂଷ ତ୍ରିପାଠୀ ଭଳି ଅନେକ କଳାକାରଙ୍କୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ୟଶ୍‌ ବର୍ମ ପଣ୍ଡା ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ପାଞ୍ଚ ଭାଇ ଅଲଗା ହୋଇ ରହିଥିବା ବେଳେ କିଭଳି ବାପାଙ୍କ ମୃତ୍ୟୁ ପରେ ସମସ୍ତେ ଏକତ୍ରିତ ହୋଇଛନ୍ତି, ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିବ। ରଜରେ ରିଲିଜ ହେଉଥିବା ଏହି ୩ଟି ଚଳଚ୍ଚିତ୍ର ସମସ୍ତ ବର୍ଗଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ତେବେ ଦେଖିବାକୁ ଅପେକ୍ଷା ରହିଲା ପ୍ରେକ୍ଷାଳୟର ଏ ଲଢ଼େଇରେ କିଏ ବାଜିମାତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର...

କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ବଲିଉଡ୍‌ ସେଲିବ୍ରିଟି: ଜାଣନ୍ତୁ ଲିଷ୍ଟର ସର୍ବାଗ୍ରେ ଅଛନ୍ତି କିଏ

ଚଳଚ୍ଚିତ୍ର ତାରକାମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି। ଅଭିନେତା ଶାହାରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଦେଇଛନ୍ତି।...

ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ…

ମୁମ୍ବାଇ: ଏକ ରେଡିଓ ରୁମ୍‌ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ...

ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ

ସାଉଥ୍‌ ସୁପରଷ୍ଟାର୍‌ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍‌କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ...

‘ଏମର୍ଜେନ୍ସି’କୁ ହାଇକୋର୍ଟ ଝଟକା

ମୁମ୍ବାଇ, ୫।୯:ସେନସରଶିପ୍‌କୁ ନେଇ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବାତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିକଟରୁ ଆଶ୍ୱସ୍ତି ମିଳିନାହିଁ। ଫିଲ୍ମର ସହ ନିର୍ମାତା...

‘ଯେତେବେଳେ ମୁଁ ଏହି ଦୁନିଆ ଛାଡି ଚାଲିଯିବି…’, ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏମିତି କହିଦେଲେ ବିଗ୍‌ ବି, ଐଶ୍ୱର୍ଯ୍ୟାଙ୍କୁ ଦେବେ…

ମୁମ୍ବାଇ: ଅମିତାଭ ବଚ୍ଚନ ହେଉଛି ଶତାବ୍ଦୀର ମେଗାଷ୍ଟାର । ବିଗ୍‌ ବି ୫୦ ବର୍ଷରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ। ଏହି ୫୦...

‘ତାଙ୍କୁ ବୟକଟ କରିବା ଉଚିତ୍‌’, ଲଣ୍ଡନରୁ ମୁମ୍ବାଇ ଫେରିବା ମାତ୍ରେ ଅନୁଷ୍କାଙ୍କୁ ଏମିତି କହିଦେଲେ…

ମୁମ୍ବାଇ: ପୁଅ ଅକାୟଙ୍କ ଜନ୍ମର ୭ ମାସ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଲଣ୍ଡନରୁ ଭାରତ ଫେରିଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ, ସେ ଏକ...

କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’

ମୁମ୍ବାଇ: ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri