ବିସ୍କ ଫାର୍ମର ନୂତନ ଅଭିଯାନ

ଭୁବନେଶ୍ୱର,୧୧।୬: ସାଜ ଫୁଡ୍‌ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡର ପ୍ରମୁଖ ବିସ୍କୁଟ ଓ ବେକରି ବ୍ରାଣ୍ଡ୍‌ ‘ବିସ୍କ ଫାର୍ମ’ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ଲୋକପ୍ରିୟ ରିଚ୍‌ ମାରି ବିସ୍କୁଟ ବର୍ଗମାଳା କ୍ରୟ ଉପରେ କମ୍ପାନୀ ଗ୍ରାହକମାନଙ୍କୁ କ୍ୟାଶବ୍ୟାକ୍‌ ରିୱାର୍ଡ ଓ ସୁନା କଏନ ଜିତିବାର ସୁଯୋଗ ପ୍ରଦାନ କରୁଛି। ସେହିଭଳି ଏହି ଅଭିଯାନ ଜରିଆରେ ବିସ୍କ ଫାର୍ମର ଭାଗ୍ୟଶାଳୀ ଗ୍ରାହକମାନେ ‘ବିସ୍କ ଫାର୍ମ ରିଚ୍‌ ମେରି ବିସ୍କୁଟ’ର ୩୦୦ ଗ୍ରାମ୍‌ ବିସ୍କୁଟ ପ୍ୟାକ୍‌ କିଣିଲେ ୧୦ ଗ୍ରାମ ସୁନା ମୁଦ୍ରା କିମ୍ବା ୧୦୦୦ ଟଙ୍କା ପର୍ଯ୍ୟନ୍ତ ଭାଉଚର ଜିତିବାର ସୁଯୋଗ ପାଇବେ।
ଉଲ୍ଲେଖଯୋଗ୍ୟ, ଏହି ଅଭିଯାନରେ ସାମିଲ ହେବା ପାଇଁ ଗ୍ରାହକଙ୍କୁ କେବଳ ବିସ୍କ ଫାର୍ମ ରିଚ ମେରି ବିସ୍କୁଟର ୩୦୦ଗ୍ରାମ ପ୍ୟାକ୍‌ କିଣିବାକୁ ପଡିବ ଏବଂ ସୁନା ମୁଦ୍ରା କିମ୍ବା କ୍ୟାଶବ୍ୟାକ୍‌ ଜିତିବାର ସୁଯୋଗ ପାଇଁ ୯୯୦୨୩୯୧୨୦୦କୁ ଆରଏମ ଲଟ୍‌ ନମ୍ବର ଟେକ୍ସଟ୍‌ କରିବାକୁ ପଡିବ।
ସେହିପରି ୧୦ଗ୍ରାମ ସୁନା ମୁଦ୍ରା ଏବଂ କ୍ୟାଶବ୍ୟାକ୍‌ର ବିଜେତାଙ୍କ ନାମ ବିସ୍କ ଫାର୍ମର ସୋସିଆଲ ମିଡିଆ ପୃଷ୍ଠାରେ ଘୋଷଣା କରାଯିବ। ଏପରିକି ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ଭଳି ରାଜ୍ୟରେ ଏହି ଅଭିଯାନ ଲାଗୁ ହେବ।
ଏ ସମ୍ପର୍କରେ ସାଜ୍‌ ଫୁଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ସିଂହ କହିଛନ୍ତି, ରିଚ୍‌ ମେରି ବିସ୍କୁଟ୍‌ ପ୍ୟାକ୍‌ ଉପରେ ଆମେ ସୁନା ମୁଦ୍ରା ଏବଂ କ୍ୟାଶ ବ୍ୟାକ୍‌ ପୁରସ୍କାର ଜିତିବାର ଲୋଭନୀୟ ସୁଯୋଗ ପ୍ରଦାନ କରିବା ସହିତ ବ୍ରାଣ୍ଡର ଅତ୍ୟନ୍ତ ଲୋକପ୍ରିୟ ରିଚ ମେରି ରେଞ୍ଜ ବିସ୍କୁଟର ସ୍ବାଦ ଉପଭୋଗ କରାଉଛୁ। ଏହା ବ୍ୟତୀତ ପୁରସ୍କାର ଜିତିବା ପାଇଁ ମଧ୍ୟ ଆମର ଭାଗ୍ୟବାନ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri