ଜେଏସ୍‌ପିକୁ କଳିଙ୍ଗ ଏକ୍ସଲେନ୍ସ ଆଓ୍ବାର୍ଡ

ଭୁବନେଶ୍ୱର,୧୧।୬ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସପି)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ସ୍ବୀକୃତି ଦିଆଯାଇଛି। ଏପରିକି କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ/ପଦକ୍ଷେପ ମାଧ୍ୟମରେ ଅନେକପ୍ରକାର ଜନମଙ୍ଗଳକାରୀ କାର୍ଯ୍ୟ କରାଯାଉଛି, ଜନସାଧାରଣଙ୍କ ବିକାଶ ଦିଗରେ କମ୍ପାନୀର ଉଲ୍ଲେଖନୀୟ ଅବଦାନ ପାଇଁ ଜେଏସ୍‌ପିକୁ ଗୋଲ୍ଡ ବର୍ଗରେ ‘କଳିଙ୍ଗ ସିଏସ୍‌ଆର୍‌ ଆଣ୍ଡ୍‌ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀକୁ ଏହି ପୁରସ୍କାର ଲେସୋଥୋ ସାମ୍ରାଜ୍ୟର ଉଚ୍ଚାୟୁକ୍ତ ମହାମହିମ ଲେବୋହାଙ୍ଗ ଭାଲେଣ୍ଟାଇନ୍‌ ମୋଚାବା ଏବଂ ବାଂଲାଦେଶର ଉପ-ଉଚ୍ଚାୟୁକ୍ତ ମହାମହିମ ଅନ୍ଦଲିବ ଇଲିୟାସ ପ୍ରଦାନ କରିଥିଲେ। ଜେଏସ୍‌ପି ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି, ଏହି ପୁରସ୍କାର ପାଇଁ ଜେଏସ୍‌ପିକୁ ଚୟନ କରାଯାଇଥିବାରୁ ଆମେ ଜୁରି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛୁ। ଏପରିକି ଆମେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ସ୍ବୀକୃତି ଆମକୁ ଆମର ପଦକ୍ଷେପଗୁଡିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପ୍ରେରଣା ଦେବ। ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ ହେଡ୍‌ (ସିଏସ୍‌ଆର୍‌) ପ୍ରଶାନ୍ତ କୁମାର ହୋତା କହିଛନ୍ତି, ଜେଏସ୍‌ପି ଓଡ଼ିଶା ଏବଂ ଭାରତର ବିଭିନ୍ନ ସ୍ଥାନରେ ବହୁମୁଖୀ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ଏହି ପୁରସ୍କାର ସମାଜର ଅବହେଳିତ ବର୍ଗର ଲୋକମାନଙ୍କ ଜୀବନଧାରଣ ମାନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଆମର ପ୍ରଚେଷ୍ଟାର ଏକ ସ୍ବୀକୃତି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri