ଚଳିତବର୍ଷ ପଡ଼ୁଛି ବିରଳ ରଥଯାତ୍ରା:ଶୃଙ୍ଖଳିତ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ

ପୁରୀ,୧୮ା୬(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ସ୍ନାନଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସୁପରିଚାଳନା କରିବା ପାଇଁ ସୋମବାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ସୁରକ୍ଷା ପ୍ରଶାସକ, ଜିଲାପାଳ ଏବଂ ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ।
ପରେ ଆଇନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଆସନ୍ତା ସ୍ନାନଯାତ୍ରା ଓ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ଆଲୋଚନା ହୋଇଛି। ଚଳିତବର୍ଷର ରଥଯାତ୍ରା ବିରଳ। ୧୯୭୧ ମସିହା ପରେ ଏପରି ଏକ ରଥଯାତ୍ରା ଚଳିତ ବର୍ଷ ପଡୁଛି। ଚଳିତ ବର୍ଷ ରଥଯାତ୍ରା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ସେବକ, ଭକ୍ତ ସମସ୍ତଙ୍କ ଦାୟିତ୍ୱ ରହିଛି। ସମସ୍ତଙ୍କ ସହଯୋଗରେ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପଡ଼ିବ। ରଥାରୂଢ଼ ଠାକୁରଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ଭକ୍ତଙ୍କ ଦାୟିତ୍ୱ। ୧୯୭୧ ମସିହା ପରି ଚଳିତବର୍ଷର ରଥଯାତ୍ରା ଆମ ପାଇଁ ବଡ଼ ଦାୟିତ୍ୱ। ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ରଥଯାତ୍ରାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନଯାତ୍ରାର ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବାବେଳେ ରଥଯାତ୍ରା ନୀତି ନେଇ ପ୍ରସ୍ତୁତି ଚାଲିଛି। ଆସନ୍ତା ୧୯ ତାରିଖରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ସମସ୍ତଙ୍କ ଲକ୍ଷ୍ୟ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ହେଉ। ମହାପ୍ରଭୁଙ୍କ ଆର୍ଶୀବାଦରେ ତଥା ସମସ୍ତଙ୍କ ସହଯୋଗରେ ରଥଯାତ୍ରା ଶୃଙ୍ଖଳିତ ହେବ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବାବେଳେ ସେବାୟତମାନଙ୍କ ସହ ଆଲୋଚନା ହୋଇଛି। ଦଇତାପତି ନିଯୋଗ ସହ ମଧ୍ୟ ଆଲୋଚନା ହୋଇଥିବାବେଳେ ନୀତି ଶୃଙ୍ଖଳିତ କରାଯାଇ ସବୁ କାର୍ଯ୍ୟ କରାଯିବ। ୧୯୭୧ ମସିହାରେ ହୋଇଥିବା ରଥଯାତ୍ରା ଦିନର ନୀତି ନିର୍ଘଣ୍ଟକୁ ସମୀକ୍ଷା କରାଯାଇଛି। ଆଗାମୀ ରଥଯାତ୍ରା ଦିନ ଆହୁରି ନୀତି ଶୀଘ୍ର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ମହାପ୍ରଭୁ ତାଙ୍କ ଯାତ୍ରାକୁ ନିଜେ କରାଇଥାନ୍ତି, ଆମେ କେବଳ ସହଯୋଗୀ ଭାବେ କାର୍ଯ୍ୟ କରିଥାଉ। ରଥଯାତ୍ରା ଯେପରି ଶୃଙ୍ଖଳିତ ହେବ ସେଥିରେ ଶ୍ରୀମନ୍ଦିର ଅଧିକାରୀମାନଙ୍କର କ’ଣ ସବୁ ଭୂମିକା ରହିଛି ସେ ନେଇ ଆଲୋଚନା କରାଯାଇଛି। ଅଧିକାରୀମାନେ ସେମାନଙ୍କ ମତାମତ ପ୍ରଦାନ କରିଛନ୍ତି। ରଥଯାତ୍ରା ସରିବା ପରେ ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିକୁ ପ୍ରାଥମିକତା ଦିଆଯିବ। ଶୃଙ୍ଖଳିତ ଦର୍ଶନ ନିମନ୍ତେ ଯାହା ସବୁ ପଦକ୍ଷେପ ନିଆଯିବା କଥା ସେସବୁ ଗ୍ରହଣ କରାଯିବ। ଦୁଇ-ତିନି ମାସ ମଧ୍ୟରେ ଏ ନେଇ ପ୍ରସ୍ତୁତ କରାଯିବ। ତେବେ ଚଳିତବର୍ଷର ରଥଯାତ୍ରା ଆୟୋଜନ ମୁଖ୍ୟ ଚ୍ୟାଲେଞ୍ଜ ରହିବ। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୪ରୁ ୫ ଲକ୍ଷ ଭକ୍ତଙ୍କ ଅଧିକ ସମାଗମ ହେବାର ଆଶା ରହିଛି ବୋଲି ଆଇନମନ୍ତ୍ରୀ କହିଛନ୍ତି। ବୈଠକ ସରିବା ପରେ ଆଇନମନ୍ତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସମ୍ପର୍କରେ ସେବାୟତଙ୍କ ସହ ଆଇନମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ହରିଚନ୍ଦନ ପହଞ୍ଚତ୍ବା ପରେ ପ୍ରଥମେ ଅରୁଣସ୍ତମ୍ଭକୁ ମୁଣ୍ଡିଆ ମାରିବା ସହ ସିଂହଦ୍ୱାର ସମ୍ମୁଖରେ ଲମ୍ବହୋଇ ପ୍ରଣିପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର...

ନଦୀକୂଳରେ ଖେଳୁଥିବା ବେଳେ ନାବାଳକଙ୍କୁ ଟାଣିନେଲା କୁମ୍ଭୀର

ଅନୁଗୋଳ,୨୯ା୬: ଅନୁଗୋଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳକଙ୍କୁ ମହାନଦୀକୁ ଟାଣି ନେଇଥିଲା କୁମ୍ଭୀର। ଟିକରପଡ଼ା ମହାନଦୀ କୂଳରେ ନାବାଳକ...

ଅନ୍‌ଲାଇନ ବେଟିଂ ଆଡ୍ଡାରେ ପୋଲିସ ଚଢ଼ାଉ: ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜନତା ଲେନରେ ଚାଲିଥିବା ବେଆଇନ କ୍ରିକେଟ୍‌ ବେଟିଂ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଆଇଆଇସି ବାବାଶଙ୍କର ସରାଫ...

ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ

ନୀଳଗିରି,୨୯।୬: ବାଲେଶ୍ୱର ଜିଲା ନୀଳଗିରି ଥାନା ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ପ୍ରତିବାଦରେ ଶନିବାର ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଅଭିଭାବକ ଆନ୍ଦୋଳନ କରିଛନ୍ତି।...

ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ, ପ୍ରେମିକ: ଆସିଲା କୋର୍ଟଙ୍କ

ସୁନ୍ଦରଗଡ,୨୯।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ବ୍ରାହ୍ମଣପଡା ଗତିକୃଷ୍ଣ ପୁରୋହିତ ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ଏହି...

ସ୍କୁଲ ମଧ୍ୟାହ୍ନଭୋଜନରେ ପୋକରା ଚାଉଳ ଭାତ

ନନ୍ଦାହାଣ୍ଡି,୨୯।୬ (ପ୍ରତୀପ କୁମାର ଦାଶ): ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବା ସରକାରଙ୍କ ଏକ ମହତ ଯୋଜନା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା...

ଆମ୍ବ, ନଡ଼ିଆ, କାଜୁ ବଗିଚା ନାଁରେ ଅର୍ଥ ଆତ୍ମସାତ୍‌

କୋରେଇ,୨୯।୬(ଚନ୍ଦ୍ରକାନ୍ତ ପତି): କୋରେଇ ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ଗାଁ ଗହଳିର ହିତାଧିକାରୀଙ୍କ ନାମରେ ଆମ୍ବ, ନଡ଼ିଆ, କାଜୁ ଆଦି ମିଥ୍ୟା ବଗିଚା ସୃଷ୍ଟି କରି...

ଧାନ ଖାଇଲେ, କାଦୁଅରେ ଗଡ଼ିଲେ

ପାଟଣା,୨୯ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନରେ ୨୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଥମୁନି। ମାଳିରପଶି ବିଟ୍‌ ଏରେଣ୍ଡେଇ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri