ଆଉ ୩ଦିନ ଗୁଳୁଗୁଳି, ୨୦ରୁ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୬(ଅନୁରାଧା ମହାରଣା):ରାଜ୍ୟରେ କେବେ ମୌସୁମୀ ବର୍ଷା ହେବ, ତାତି ଓ ଗୁଳୁଗୁଳିରୁ ମୁକ୍ତି ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ଷା ହେବା ନେଇ ଦିଆଯାଉଥିବା ପୂର୍ବାନୁମାନ ସୂଚନା ଠିକ୍‌ ହେଉନାହିଁ। ତାରିଖ ପରେ ତାରିଖ ବଦଳୁଥିଲେ ମଧ୍ୟ ଏଯାଏ ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ। ଫଳରେ ରାଜ୍ୟବାସୀ ତାତି ଓ ଗୁଳୁଗୁଳିରେ ଛଟପଟ ହେବା ସହ ପାଣିପାଗ ବିଭାଗର ସୂଚନାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।
୧୭ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଗତ ସପ୍ତାହରେ ଆକଳନ କରାଯାଇଥିଲା। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ଗଣମାଧ୍ୟମ ଆଗରେ ଏହି ସୂଚନା ଦେଇଥିଲେ। ରଜରେ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ଲୋକେ ୧୭ ତାରିଖରୁ ବର୍ଷା ଅପେକ୍ଷାରେ ରହିଥିଲେ। ମାତ୍ର ରବିବାର ସେପରି କୌଣସି ସ୍ଥାନରେ ମୌସୁମୀ ବର୍ଷା ହୋଇ ନ ଥିବାବେଳେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସାରେ ଜାରି ବୁଲେଟିନ ଅନୁଯାୟୀ, ଆସନ୍ତା ୩ ଦିନ ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ହେବ। ଏହି ସମୟ ମଧ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହେବ। ମାତ୍ର ଏହା
ଗୁଳୁଗୁଳିକୁ ପ୍ରଶମିତ କରିପାରିବ ନାହିଁ। ୧୭ ତାରିଖ ପରିବର୍ତ୍ତେ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଚଳିତ ବର୍ଷ ମୌସୁମୀ ଜୁନ ୮ରେ ଓଡ଼ିଶା ଛୁଇଁଥିଲା। ସ୍ବାଭାବିକଠାରୁ ୨ଦିନ ଆଗୁଆ ମୌସୁମୀ ଛୁଇଁଥିଲେ ମଧ୍ୟ ଏହା କେବଳ ମାଲକାନଗିରି ଜିଲାରେ ହିଁ ସୀମିତ ହୋଇ ରହିଯାଇଛି। ମୌସୁମୀ ଅଗ୍ରସର ହେଉ ନ ଥିବାରୁ ସାରା ରାଜ୍ୟରେ ତାତି ଓ ଗୁଳୁଗୁଳି ଜାରି ରହିଛି। ଅନ୍ୟପଟେ ମୌସୁମୀ ଓଡ଼ିଶା ଛୁଇଁବା ପରେ ମୌସୁମୀର ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦିଆଯାଉଥିଲା। ମାତ୍ର ଚଳିତବର୍ଷ ମୌସୁମୀର ଅଗ୍ରସର ସମ୍ପର୍କରେ ବାରମ୍ବାର ମତ ବଦଳାଯାଉଥିବାରୁ ଚାଷୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ବଡ ଧରଣର ଅଦଳବଦଳ: ଏସ୍‌ଆରସି ସତ୍ୟବ୍ରତ ସାହୁଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୧।୭: ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ଏହି ସମୟରେ ଉନ୍ନୟନ କମିଶନର ଅନୁ ଗର୍ଗ ଦିଲ୍ଲୀ ଯିବା ନେଇ...

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ପୁଣି ସକ୍ରିୟ ହେଲେ ପାଣ୍ଡିଆନ! ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୧।୭: ରାଜ୍ୟରେ ବିଜେଡି ଶାସନର ଅନ୍ତ ଘଟିଛି। ନିର୍ବାଚନୀରେ ବିଜେଡି କାହିଁକି ହାରିଲା ତା’ର ସମୀକ୍ଷା କରିବା ପାଇଁ ବିଜେଡି ତତ୍ପରତା ଦେଖାଉନଥିବା ଜଣାପଡିଛି। ତେବେ...

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର,୧।୭: ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଥିଲେ...

ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା

ଭୁବନେଶ୍ୱର,୧।୭: ରଥଯାତ୍ରା ପୂର୍ବରୁ ରାଜ୍ୟ ଅତିଥି ଭବନରେ ସୋମବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ...

କେବେଠୁ ଲାଗୁ ହେବ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ଜାଣନ୍ତୁ କ’ଣ କହିଲେ ମନମୋହନ

ଭୁବନେଶ୍ୱର,୧।୭: ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଛି। ଏବେ ଭାଜପାଏହାର ଜବାବ ରଖିଛି । ଦଳର...

କଟାମୁଣ୍ଡ ଧରି ଗାଁ ବୁଲିଲା ଅଭିଯୁକ୍ତ ନାତି

ଟେନସା,୧।୭(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡ଼ା କେ.ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ସୋମବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଜାଙ୍କୁ ଅତି ନୃସଂଶ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri