ଗଞ୍ଜାମରେ ଚାଞ୍ଚଲ୍ୟ: ଶଳାଙ୍କୁ ପିଟି ମାରିଦେଲେ ଭିଣୋଇ

ଗୋପାଳପୁର,୧୮।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଭିଣୋଇ ଲୁହା ରଡ୍‌ରେ ଆକ୍ରମଣ କରି ଶଳାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ମାଣିକପୁର ଗ୍ରାମ ବି. ନାର୍ସିଙ୍ଗୁଲୁ।
ସୂଚନା ଅନୁସାରେ, ଏହି ଥାନା ଅଧିନସ୍ଥ ମାଣିକପୁର ଗ୍ରାମ ନାର୍ସିଙ୍ଗୁଲୁ ତାଙ୍କ ଗୋଳନ୍ଥରା ଚଟି ଗ୍ରାମ ନିବାସୀ ଭିଣୋଇ ଡ଼ି ଚେଲପତିଙ୍କୁ ପାଞ୍ଚ ବର୍ଷ ତଳେ ୫ ହଜାର ଟଙ୍କା ଧାର ଦେଇଥିଲେ l କିଛି ମାସ ପରେ ଶଳା ଭିଣୋଇଙ୍କୁ ଧାର ଟଙ୍କା ମାଗିଥିଲେ। କିନ୍ତୁ ଭିଣୋଇ ଆଜି-କାଲି ଦେବି କହି ଦିନ ପରେ ଦିନ ଗଡେଇ ଚାଲିଥିଲେ।
ସୋମବାର ସନ୍ଧ୍ୟାରେ ଶଳା ନାର୍ସିଙ୍ଗୁଲୁ ଭିଣୋଇ ଘରକୁ ଆସି ଧାର ଟଙ୍କା ମାଗିଥିଲେ। ଏହି ସମୟ ଯୁକ୍ତିତର୍କ ହୋଇଥିଲା l ଉତ୍ତ୍ୟକ୍ତ ହୋଇ ଚେଲପତି ସ୍ତ୍ରୀଙ୍କୁ ଗାଳି ଗୁଲଜ କରିଥିଲେ। ଏହାକୁ ଶଳା ପ୍ରତିରୋଧ କରିଥିଲେ। ଚେଲପତି ଏକ ଲୁହା ପାଇପରେ ଶଳାଙ୍କ ମୁଣ୍ଡ ପଛ ପଟୁ ଆକ୍ରମଣ କରି ଚମ୍ପଟ ମାରିଥିଲେ l ଶଳା ଗୁରୁତର ଆହତ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ l ନାର୍ସିଙ୍ଗୁଲୁଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ ନାର୍ସିଙ୍ଗୁଲୁଙ୍କ ଭାଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା କେଶ ନମ୍ବର ୨୬୪/୨୪ରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି l ମଙ୍ଗଳବାର ସାଇଣ୍ଟିଫିକ ଟିମ ଓ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ କରି ମଙ୍ଗଳବାର ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଅନ୍ୟ ପଟେ ଭିଣୋଇ ଫେରାର ଥିବାବେଳେ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବଞ୍ଚିଲେ ଚାଷ ବଞ୍ଚିବ

ବରଗଡ଼୍‌,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ସମାଜବାଦୀ ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭିଜିଲାନ୍ସ ଚଢ଼ାଉ, ଜଣାପଡିଲା ମନରେଗା ଯୋଜନାର ସତ!

କେସିଙ୍ଗା,୨୮।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ମନେରେଗା ଯୋଜନାରେ ହୋଇଥିବା କାମର କେସ ରେକର୍ଡ ଭିଜିଲାନ୍ସ...

ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ...

ଗଛରେ ରଶି ଲଗାଇ  ଝୁଲିପଡିଲେ ଯୁବକ

ବାଲିଗୁଡ଼ା,୨୮।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଜଣେ ୨୨ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri