ବିଧାନସଭାରେ ଏହିଠି ନବୀନଙ୍କ ସିଟ୍‌, ଆଗରେ ଏମାନେ…

ଭୁବନେଶ୍ୱର,୧୮।୬: ୨୪ବର୍ଷ ପରେ କ୍ଷମତାଚ୍ୟୁତ ହେବା ପରେ ବିଜେଡି ଏବେ ରାଜ୍ୟରେ ଧରାଶାୟୀ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାବାସୀ ଏବେ ରାଜ୍ୟ କମାଣ ଭାଜପାକୁ ଧରାଇଛନ୍ତି। ଏହି କ୍ରମରେ ଭାଜପାରେ ରାଜ୍ୟର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ମଙ୍ଗଳବାର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବ ନିର୍ବାଚିତ ବିଧାୟକ । ସେମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଏବେ ଶପଥ କାର୍ଯ୍ୟକ୍ରମ ଜାରି ରହିଛି । ଆସନ୍ତାକାଲି ମଧ୍ୟ ଏହି କାର୍ଯ୍ୟକ୍ରମ ହେବ ।

ତେବେ ଆଜି ପ୍ରଥମ ଦିନରେ ଦେଖିବାକୁ ମିଛି ଅନେକ ରୋଚକ ଦୃଶ୍ୟ । ବିଧାନସଭା ଗୃହରେ ଦୀର୍ଘ ୨୫ ବର୍ଷ ଧରି ଯାହା ହୋଇନଥିଲା ଆଜି ତାହା ଦେଖିବାକୁ ମିଳିଲା । ଯେଉଁ ଚୌକିରେ ଗତ ୨୫ ବର୍ଷ ଧରି ନବୀନ ପଟ୍ଟନାୟକ ବସି ଆସୁଥିଲେ, ଆଜି ସେହି ବିଧାନସଭା ଗୃହରେ ତାଙ୍କ ସିଟ ବଦଳିଯାଇଛି । ସେ ଏକ ସାଧାରଣ ବିଧାୟକ ଆସନରେ
ବସିଛନ୍ତି। ଆଗରେ ଅନ୍ୟ ବିଧାୟକମାନେ ବସିଛନ୍ତି। ଏବେ ନବୀନଙ୍କ ସ୍ଥାନରେ ବସିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କ ପାଖକୁ ବସିଛନ୍ତି ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା । ଯେଉଁ ଗୃହକୁ ସେ ମୁଖ୍ୟମନ୍ତ୍ରୀ ଅନ୍ଦାଜରେ ଏଣ୍ଟ୍ରି କରୁଥିଲେ, ସେହି ଗୃହକୁ ଆଜି କେବଳ ବିଧାୟକ ହୋଇ ତାଙ୍କ ସେହି ହସ ହସ ମୁହଁରେ ଏଣ୍ଟ୍ରି ମାରିଛନ୍ତି।

ଯେଉଁ ଗୃହରେ ଦୀର୍ଘ ୨୫ ବର୍ଷ ଧରି ତାଙ୍କ ଦଳ ରାଜ କରୁଥିଲା ଆଉ ସେ ଥିଲେ ଦଳର ସୁପ୍ରିମୋ, ଆଜି ସେହି ଗୃହରେ ବିରୋଧୀ ଦଳ ଭାବେ ସରକାରଙ୍କୁ କରିବେ ଟାର୍ଗେଟ । କରୋନା ସମୟରୁ ଦୀର୍ଘଦିନ ଧରି ଗୃହକୁ ନ ଆସି ଭିସି ଦ୍ୱାରା ଅଧିବେଶନରେ ଯୋଗ ଦେଉଥିଲେ। ଏବେ ବିରୋଧୀ ଦଳର ସାଧାରଣ ବିଧାୟକ ଭାବେ ଆସି କରିଛନ୍ତି ାପଥ ପାଠ। ଏବେ ହୋଇଯାଇଛନ୍ତି ବିରୋଧୀ ଦଳର ନେତା। ତେବେ ଗୃହରେ ତାଙ୍କୁ ବିରୋଧୀ ଦଳ ନେତା ହେବାକୁ ଅନେକ ମତ ପ୍ରକାଶ କରିଥିବାବେଳେ ଏଥିରେ ନବୀନଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ। ଆଉ ଯଦି ସେ ବିରୋଧୀ ଦଳ ନେତା ହୁଅନ୍ତି ତେବେ ଗୃହରେ ତାଙ୍କୁ ସେହିଭଳି ଅନ୍ଦାଜରେ ଆସିବାକୁ ପଡିବ। ବିରୋଧୀଙ୍କ ପରି ପ୍ରଭାବୀ ଢଙ୍ଗରେ ରାଜ୍ୟ ସମସ୍ୟା ଉପସ୍ଥାପନା କରିବାକୁ ପଡିବ। ଗୋଟିକ ପରେ ଗୋଟିଏ ପ୍ରଶ୍ନବାଣରେ କ୍ଷମତାସୀନ ସରକାରଙ୍କୁ ଘାଇଲା କରିବାକୁ ପଡିବ। ତେବେ ଦଳର ନିଷ୍ପତ୍ତି କ’ଣ ରହିବ ତାହା ଆସନ୍ତା କାଲି ଜଣାପଡିବ। କିନ୍ତୁ ସେପର୍ଯ୍ୟନ୍ତ ନବୀନ ଜଣେ ସାଧାରଣ ବିଧାୟକଭାବେ ରହିବେ।

ଅନ୍ୟପଟେ ଆଜି ଏକ ସୁନ୍ଦର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଯେତେବେଳେ ନବୀନ ପଟ୍ଟନାୟକ ଶପଥ ନେବାକୁ ଆସିଥିଲେ, ସେତେବେଳେ ଭାଜପା ନେତାମାନେ ନିଜ ଚେୟାରରୁ ଉଠିପଡି ହାତ ଯୋଡି ଶ୍ରଦ୍ଧା ଓ ସମ୍ମାନର ସହ ନବୀନଙ୍କୁ ନମସ୍କାର କରିଥିଲେ । ଆଉ ପ୍ରତି ଉତ୍ତରରେ ନବୀନ ମଧ୍ୟ ହାତ ଯୋଡି ହସ ହସ ମୁହଁରେ ସେମାନଙ୍କ ନମସ୍କାର ଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ବଡ ଧରଣର ଅଦଳବଦଳ: ଏସ୍‌ଆରସି ସତ୍ୟବ୍ରତ ସାହୁଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୧।୭: ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ଏହି ସମୟରେ ଉନ୍ନୟନ କମିଶନର ଅନୁ ଗର୍ଗ ଦିଲ୍ଲୀ ଯିବା ନେଇ...

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ପୁଣି ସକ୍ରିୟ ହେଲେ ପାଣ୍ଡିଆନ! ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୧।୭: ରାଜ୍ୟରେ ବିଜେଡି ଶାସନର ଅନ୍ତ ଘଟିଛି। ନିର୍ବାଚନୀରେ ବିଜେଡି କାହିଁକି ହାରିଲା ତା’ର ସମୀକ୍ଷା କରିବା ପାଇଁ ବିଜେଡି ତତ୍ପରତା ଦେଖାଉନଥିବା ଜଣାପଡିଛି। ତେବେ...

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର,୧।୭: ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଥିଲେ...

ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା

ଭୁବନେଶ୍ୱର,୧।୭: ରଥଯାତ୍ରା ପୂର୍ବରୁ ରାଜ୍ୟ ଅତିଥି ଭବନରେ ସୋମବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ...

କେବେଠୁ ଲାଗୁ ହେବ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ଜାଣନ୍ତୁ କ’ଣ କହିଲେ ମନମୋହନ

ଭୁବନେଶ୍ୱର,୧।୭: ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଛି। ଏବେ ଭାଜପାଏହାର ଜବାବ ରଖିଛି । ଦଳର...

କଟାମୁଣ୍ଡ ଧରି ଗାଁ ବୁଲିଲା ଅଭିଯୁକ୍ତ ନାତି

ଟେନସା,୧।୭(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡ଼ା କେ.ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ସୋମବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଜାଙ୍କୁ ଅତି ନୃସଂଶ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri