Posted inଖେଳ

ୟୁରୋ କପ୍‌ ଫୁଟବଲ ଫ୍ରାନ୍ସ, ସ୍ଲୋଭାକିଆ ବିଜୟୀ: ମ୍ୟାଚ୍‌ରେ ଆହତ ହୋଇଛନ୍ତି ଏମ୍‌ବାପେ

ଡସେଲ୍‌ଡର୍ଫ,୧୮ା୬: ଜର୍ମାନରେ ଅନୁଷ୍ଠିତ ୟୁରୋ କପ୍‌ ଫୁଟବଲ ୨୦୨୪ରେ ଫ୍ରାନ୍ସ ଓ ସ୍ଲୋଭାକିଆ ବିଜୟୀ ହୋଇଛନ୍ତି। ମାକ୍ସିମିଲିଆନ୍‌ ଓବରଙ୍କ ଆତ୍ମଘାତୀ ଗୋଲ ବଳରେ ଫ୍ରାନ୍ସ ୧-୦ରେ ଅଷ୍ଟ୍ରିଆକୁ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଶକ୍ତିଶାଳୀ ବେଲଜିୟମକୁ ସମାନ ବ୍ୟବଧାନରେ ହରଇଛି ସ୍ଲୋଭାକିଆ।
ଅଷ୍ଟ୍ରିଆ ବିପକ୍ଷ ମ୍ୟାଚ୍‌ରେ ଫ୍ରାନ୍ସ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ତେବେ ଫ୍ରାନ୍ସ ଗୋଲ ସ୍କୋର କରି ପାରି ନ ଥିବା ବେଳେ ମାକ୍ସିମିଲିଆନ୍‌ ଓବର ୩୮ ତମ ମିନିଟରେ ଆତ୍ମଘାତୀ ଗୋଲ ଦେଇଥିଲେ। କିଲିଆନ୍‌ ଏମ୍‌ବାପେଙ୍କ ଏକ ଷ୍ଟ୍ରାଇକ୍‌କୁ ହେଡର କରିବାକୁ ଚେଷ୍ଟା କରିଥିଲେ ଅଷ୍ଟ୍ରିଆ ସେଣ୍ଟର ବ୍ୟାକ୍‌ ମାକ୍ସିମିଲିଆନ୍‌ ଓବର। ଏହା ଗୋଲ ପୋଷ୍ଟ ପାର କରିବା ସହ ଫ୍ରାନ୍ସ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଆଉ ଗୋଲ ହୋଇ ନ ଥିବା ବେଳେ ଫ୍ରାନ୍ସ ୧-୦ରେ ବିଜୟୀ ହୋଇଥିଲା। ଫ୍ରାନ୍ସ ସପ୍ତମ ଥର ପାଇଁ ଏକ ମେଜର ଟୁର୍ନାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍‌ ଜିତିଛି। ୟୁରୋପୀୟ ଦେଶଙ୍କ ମଧ୍ୟରେ ଏହା ଏକ ରେକର୍ଡ। ସେହିପରି ଫ୍ରାନ୍ସ ମ୍ୟାନେର ଡିଡଏର୍‌ ଡେସଚାମ୍ପ ନିଜ କ୍ୟାରିୟରର ୧୦୦ ତମ ବିଜୟ ହାସଲ କରିଥିଲେ।

ଅନ୍ୟ ପକ୍ଷରେ ଉଚ୍ଚମାନ୍ୟତାପ୍ରାପ୍ତ ବେଲଜିୟମକୁ ୧-୦ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛି ସ୍ଲୋଭାକିଆ। ଇଭାନ୍‌ ସ୍ରାଞ୍ଜଙ୍କ ସପ୍ତମ ମିନିଟ ଗୋଲ ବଳରେ ଦଳ ବିଜୟୀ ହୋଇଥିଲା। ବେଲଜିୟମ ମ୍ୟାଚ୍‌ର ୬୧ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ସ୍କୋର କରିବାରେ ସମର୍ଥ ହୋଇ ନ ଥିଲା। ତାରକା ଷ୍ଟ୍ରାଇକର ରୋମେଲୁ ଲୁକାକୁ ୨ ଥର ସ୍କୋର କରିଥିଲେ ମଧ୍ୟ ଭାର୍‌(ଡିଭିଓ ଆସିଷ୍ଟାନ୍ସ ରେଫରାଲ)ରେ ଏହାକୁ ନାକଚ କରି ଦିଆଯାଇଥିଲା।

ଅଷ୍ଟ୍ରିଆ ବିପକ୍ଷ ୟୁରୋ କପ୍‌ ମ୍ୟାଚ୍‌ରେ ଆହତ ହୋଇଛନ୍ତି ଫ୍ରାନ୍ସର କିଲିଆନ୍‌ ଏମ୍‌ବାପେ। କେଭିନ୍‌ ଡାନ୍‌ସୋଙ୍କ କାନ୍ଧରେ ତାଙ୍କ ମୁହଁ ମାଡ ହୋଇଥିବା ବେଳେ ନାକ ଫାଟି ରକ୍ତ ବାହାରିଥିଲା। ପଡିଆରେ ମୁହଁ ମାଡି ପଡି ରହିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ନାକ ହାଡ ଭାଙ୍ଗିଥିଲେ ମଧ୍ୟ ଅସ୍ତ୍ରୋପଚାର କରାଯିବ ନାହିଁ ବୋଲି ଫ୍ରାନ୍ସ ଫୁଟବଲ ଫେଡେରେଶନ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷରେ ଏମ୍‌ବାପେଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ମାସ୍କ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଏମ୍‌ବାପେ ବାଦ ପଡିଲେ ଏହା ଫ୍ରାନ୍ସ ପାଇଁ ବଡ କ୍ଷତି ହେବ ବୋଲି କହିଛନ୍ତି ମ୍ୟାନେଜର ଡିଡିଏର ଡେସଚାମ୍ପ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 World Cup: ଫାଇନାଲରେ ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ

ନୂଆଦିଲ୍ଲୀ,୨୯।୬: ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ କିସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଭାରତର...

ଟି-୨୦ ବିଶ୍ୱକପ୍‌ରେ ଜିତିଲେ ମିଳିବ ଏତେ ଟଙ୍କା, ଆଉ ସେଞ୍ଚୁରୀ ମାରିଲେ…

ନୂଆଦିଲ୍ଲୀ,୨୯।୬: ଟି-୨୦ ବିଶ୍ୱକପ (ଭାରତ ବନାମ ଦକ୍ଷିଣ ଆଫ୍ରିକା ଫାଇନାଲ ୨୦୨୪)ର ଅନ୍ତିମ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତୀୟ...

ଯଦି ବର୍ଷା କାରଣରୁ ଆଜିର ମ୍ୟାଚ୍‌ ବାତିଲ ହୁଏ ତେବେ ଚାମ୍ପିୟନ କିଏ ହେବ? ଜାଣନ୍ତୁ କ’ଣ କହେ ଆଇସିସି

ନୂଆଦିଲ୍ଲୀ,୨୯ା୬: ଜୁନ୍‌ ୨୯ ଅର୍ଥାତ୍‌ ଶନିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୪ର ଟାଇଟଲ ମୁକାବିଲାରେ ମୁହାଁମୁହିଁ ହେବେ। ଗୋଟିଏ ପଟେ ଆଫ୍ରିକା...

ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା ଟାଇ ହୋଇଗଲେ କିଭଳି ହେବ ବିଜେତା ଚୟନ? ଜାଣନ୍ତୁ ନିୟମ…

ବାର୍ବାଡୋସ୍‌,୨୯।୬: ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଶନିବାର ଏଠାରେ ଟି୨୦ ବିଶ୍ୱକପ୍‌ ଫାଇନାଲ ଖେଳିବ। ପ୍ରଥମ ଥର ଫାଇନାଲ ଖେଳୁଥିବା ଦକ୍ଷିଣ ଆଫ୍ରିକା ସହ...

ଭାରତର ବିଜୟ ପାଇଁ ପୂଜାର୍ଚ୍ଚନା, ହୋମଯଜ୍ଞ: ପ୍ରୟାଗରାଜରେ ଗଙ୍ଗା ଆଳତି କଲେ ପ୍ରଶଂସକ

ଭୁବନେଶ୍ୱର/ପ୍ରୟାଗରାଜ,୨୯।୬: ଆଉ କିଛି ଘଣ୍ଟା ମଧ୍ୟରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ୍‌। ଏନେଇ ଦେଶର କୌଣ ଅନୁକୌଣରେ ବେଶ୍‌ ଉତ୍ସାହ...

ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌, ଆସିଲା ଭାରତର ୧୧ ଖେଳାଳୀଙ୍କ ସାମ୍ଭାବ୍ୟ ଲିଷ୍ଟ !

ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି-୨୦ ବିଶ଼୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ହେବାକୁ ଯାଉଛି । ବାରବାଡୋସର ପିଚ୍‌ ନମ଼୍ବର ୪ରେ...

ଟି-୨୦ ବିଜେତାଙ୍କ ଉପରେ ହେବ ଧନ ବର୍ଷା, ଜାଣନ୍ତୁ କେତେ ରହିଛି ପ୍ରାଇଜ ମନି

ନୂଆଦିଲ୍ଲୀ,୨୯।୬: ଆଇସିସି ଟି -୨୦ ବିଶ୍ୱକପ ୨୦୨୪ପାଇଁ ମୋଟ ୧୧.୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରାଯାଇଛି। ଭାରତୀୟ ମୁଦ୍ରାରେ ଏହି ପରିମାଣ ପ୍ରାୟ...

ବିରାଟ କୋହଲି ମାରିବେ ସେଞ୍ଚୁରି, ଭାରତ ଜିତିବ ଟ୍ରଫି, ବିଶ୍ୱକପ ୨୦୨୪ ଫାଇନାଲ ପୂର୍ବରୁ ବଡ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୯।୬: ଇଂଲଣ୍ଡର ପୂର୍ବତନ ବାମହାତୀ ସ୍ପିନର ମଣ୍ଟି ପାନେସର ତାରକା ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ମଣ୍ଟି କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri