ବିଜେଡି ନେତାଙ୍କ ବଡ଼ ଖୁଲାସା, ଏଥିପାଇଁ ହାରିଗଲୁ…

ଭୁବନେଶ୍ୱର,୧୮।୬: ରାଜ୍ୟରେ ଶୋଚନୀୟ ଭାବେ ପରାଜିତ ହୋଇଛି ବିଜେଡି। ତେବେ ଏହି ଅପ୍ରତ୍ୟାଶିତ ପରାଜୟକୁ ହଜମ କରିପାରୁ ନାହାନ୍ତି ଦଳୀୟ ନେତା। ତେବେ ପରାଜୟର କାରଣ ଖୋଜିବାକୁ ନଳ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ସେ କମିଟି ଏଯାଏଁ ଗଠନ ହୋଇ ପାରୁନାହିଁ। ପରାଜୟ ପରେ ପାଣ୍ଡିଆନ ଓ ବବି ଦାସଙ୍କୁ ନେଇ ଦଳରେ ଅସନ୍ତୋଷ ତେଜୁଥିଲେ ମଧ୍ୟ ଏ ସମ୍ପର୍କରେ ସର୍ବ ସାଧାରଣରେ ପାଟି ଖୋଲୁ ନାହାନ୍ତି ବଡ଼ ନେତା।

ସେମାନଙ୍କ ମତରେ ଅତ୍ୟଧିକ ଆତ୍ମବିଶ୍ବାସ ଘାତକ ହୋଇଥିବା ବେଳେ ବିରୋଧୀଙ୍କ ଷ୍ଟ୍ରାଟେଜି ବି ସକ୍ସେସ ହୋଇଛି। ଅନ୍ୟପଟେ ଆସନ୍ତାକାଲି ବସୁଥିବା ବିଧାୟକ ଦଳ ବୈଠକ ପରେ ବିଜେଡି ଆକ୍ସନକୁ ଆସିବା ଆକଳନ କରାଯାଉଛି।

ସାଧାରଣ ନିର୍ବାଚନରେ ଦଳର ଅପ୍ରତ୍ୟାଶିତ ପରାଜୟର କାରଣ ଖୋଜୁଛି ବିଜେଡି। ଦଳ କାହିଁକି ହାରିଲା, ପରାଜୟ ପାଇଁ ଦାୟୀ କିଏ, ଏବଂ କେଉଁଠି ରହିଲା ତ୍ରୁଟି ଏହି କାରଣ ଖୋଜିବାକୁ ବିଜେଡି କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଛି। ହେଲେ ଏହାରି ଭିତରେ ବିଜେଡ଼ିର କିଛି ବରିଷ୍ଠ ବିଧାୟକ କହିଛନ୍ତି ଦଳର ବିପର୍ଯ୍ୟୟ ପଛର କାରଣ। ତେବେ ଏହାରି ଭିତରେ ଦଳର ପରାଜୟ ପଛରେ କାରଣ କ’ଣ ଗୁମର ଫିଟାଇଛନ୍ତି ବରିଷ୍ଠ ନେତା।

ବିଧାୟକ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, ଅଧିକ ଆତ୍ମ ବିଶ୍ୱାସ ବିଜେଡି ପରାଜୟ ପଛର ଏକ କାରଣ। ବିରୋଧୀଙ୍କ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ବି ଫଳାଫଳରେ ନିର୍ଣ୍ଣାୟକ ହୋଇଥିବା କହିଛନ୍ତି ବଦ୍ରୀ। ସେପଟେ ପ୍ରତାପ ଦେବଙ୍କ ମତରେ ୨୪ ବର୍ଷ ପରେ ସରକାର ବିରୋଧୀ ହାୱା ବିଜେଡି ପରାଜୟର ପ୍ରମୁଖ କାରଣ। ହେଲେ ଏହି ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗତ ୫ତାରିଖରେ ଗଠନ ହେବ କୁହାଯାଥିଲେ ମଧ୍ୟ ଏଯାଏଁ କାହିଁକି ଗଠନ ହୋଇନାହିଁ ସେ ପ୍ରଶ୍ନର ଉତ୍ତର ମଧ୍ୟ କାହା ପାଖରେ ନାହିଁ। ଆଉ ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ବିଜେଡି ପରାଜୟର କାରଣ ହେଲା ୟୁନିଭର୍ସାଲ, ରିଜିଓନାଲ ଓ ଇଣ୍ଡିଭିଜୁଆଲ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୯।୬: ଓଡ଼ିଶାର ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି।...

ଏହି ଦିନଠୁ ଅଭିଯୋଗ ଶୁଣିବ ବିଡିଏ

ଭୁବନେଶ୍ୱର,୨୯ା୬: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜୁଲାଇ ୧ (ସୋମବାର)ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ କରିବ। ଏହି ଶୁଣାଣି ପ୍ରତି ସୋମବାର (ସରକାରୀ ଛୁଟି ଦିନବ୍ୟତୀତ)...

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର...

ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୧୭ଟି ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୨୯ା୬: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଶନିବାର ଓ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । ଭୁବନଶ୍ୱେର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ନଦୀକୂଳରେ ଖେଳୁଥିବା ବେଳେ ନାବାଳକଙ୍କୁ ଟାଣିନେଲା କୁମ୍ଭୀର

ଅନୁଗୋଳ,୨୯ା୬: ଅନୁଗୋଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳକଙ୍କୁ ମହାନଦୀକୁ ଟାଣି ନେଇଥିଲା କୁମ୍ଭୀର। ଟିକରପଡ଼ା ମହାନଦୀ କୂଳରେ ନାବାଳକ...

ଅଣ ଓଡ଼ିଆ ଅଫିସର ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପଛରେ କ’ଣ ରହିଛି ବଡ଼ କାରଣ? ଜାଣନ୍ତୁ…

ଭୁବନେଶ୍ୱର,୨୯।୬: ଓଡ଼ିଶାରେ ନୂଆ ଭାଜପା ସରକାରଙ୍କ ପକ୍ଷରୁ ଶୁକ୍ରବାର ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ...

ବଡ଼ ବୟାନ୍‌ ରଖିଲେ ପ୍ରସନ୍ନ, କହିଲେ ଭାଜପାକୁ…

ଭୁବନେଶ଼୍ବର, ୨୯।୦୬: ବିଜୁ ଜନତା ଦଳର ବିଧାୟକ ତଥା ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବଡ଼ ବୟାନ୍‌ ଦେଇଛନ୍ତି । ଭାଜପା ସରକାରଙ୍କୁ ସେ ଟାର୍ଗେଟ୍‌...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଲକ୍ଷ୍ମୀ ବସ୍‌ ନାଁ ବଦଳାଯାଇ ରଖାଯିବ ଏହି ନାଁ

ଭୁବନେଶ୍ୱର,୨୯।୬: ଲକ୍ଷ୍ମୀ ବସ୍‌ ନାଁକୁ ନେଇ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସ୍‌ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri