Posted inଖେଳ

ସୁପର୍‌-୮ରେ ଭାରତର ପ୍ରଭାବୀ ବିଜୟ

ବାର୍ବାଡୋସ୍‌,୨୦ା୬: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍‌-୮ ମ୍ୟାଚକୁ ୪୭ ରନ୍‌ରେ ଜିତି ନେଇଛି ଭାରତ। ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍‌ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ୍‌ କରିଥିଲା। ଉଭୟ ବ୍ୟାଟ ଓ ବଲ୍‌ରେ ପ୍ରାଧାନ୍ୟ ବିସ୍ତାର କରି ଭାରତ ପ୍ରଭାବୀ ବିଜୟ ହାସଲ କରିଛି।

ଟସ୍‌ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମା(୮) ଓ ବିରାଟ କୋହଲି(୨୪) ପୁଣି ଥରେ ଫ୍ଲପ ହୋଇଥିଲେ। ରିଷଭ ପନ୍ତ ତୃତୀୟ ସ୍ଥାନରେ ଆସି କିଛି ଆକର୍ଷଣୀୟ ଶଟ୍‌ ଖେଳିଥିଲେ। ୧୧ ବଲ୍‌ରୁ ୪ ଚୌକା ସହ ୨୦ ରନ୍‌ କରି ସେ ରନ୍‌ ଗତି ବଢାଇଥିଲେ। ଦଳୀୟ ସ୍କୋର ୫୪ରେ ପନ୍ତ ଆଉଟ ହୋଇଥିଲେ। ଏହାର ୨ ଓଭର ମଧ୍ୟରେ ୨୪ ବଲ୍‌ରୁ ୨୪ ରନ୍‌ କରିଥିବା ବିରାଟ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ଟି୨୦ରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର କ୍ରମାଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ସହ ସେ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶିବମ ଦୁବେ(୧୦)ଙ୍କ ସହିତ ସେ ୨୮ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା (୩୨)ଙ୍କ ସହ ସେ ୬୦ ରନ୍‌ ଯୋଡିଥିଲେ। ମାତ୍ର ୨୮ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରି ସେ ସ୍କୋର କରିଥିଲେ ୫୩ ରନ୍‌। ଅନ୍ୟ ପକ୍ଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୪ ବଲ୍‌ ଖେଳି ୩୨ ରନ୍‌ କରିଥିଲେ। ରବୀନ୍ଦ୍ର ଜାଡେଜା ମାତ୍ର ୭ ରନ୍‌ କରି ଆଉଟ ହୋଇଥିବା ବେଳେ ଅନ୍ତିମ ଓଭରରେ ୬ ବଲ୍‌ରୁ ୧୨ ରନ୍‌ କରି ଭାରତୀୟ ସ୍କୋରକୁ ୧୮୧ରେ ପହଞ୍ଚାଇ ଥିଲେ। ଆଫଗାନିସ୍ତାନ ପକ୍ଷରୁ ସଫଳ ବୋଲର ଭାବରେ ଫଜଲ୍ଲକ ଫାରୁକି ଓ ରଶିଦ ଖାନ୍‌ ୩ଟି ଲେଖାଏ ନବୀନ ଉଲ ହକ୍‌ ଗୋଟିଏ ଉଇକେଟ ନେଇଥିଲେ।

୧୮୨ ରନ୍‌ ଜବାବରେ ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଅଜମତଉଲ୍ଲା ଓମାରଜାଇ ସର୍ବାଧିକ ୨୬ ରନ୍‌ କରିଥିବା ବେଳେ ନଜିବୁଲ୍ଲା ଜଦ୍ରାନ ୧୯ ଓ ଗୁଲବଦିନ ନାଇବ ୧୭ ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ନବି ୧୪, ନୁର ଅହମ୍ମଦ ୧୨ ଓ ରହମାନୁଲ୍ଲା ଗୁରବାଜ ୧୧ ରନ୍‌ କରିଥିଲେ। ଆଫଗାନିସ୍ତାନର ୫ ଜଣ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ ସିଂ ୩ଟି ଲେଖାଏ, କୁଲଦୀପ ଯାଦବ ଦୁଇଟି, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆର ବିଜୟ ପରେଡରେ ଲାଗିଲା ଚୁନା, ୬୦ରୁ ଅଧିକ ଲୋକଙ୍କ ମୋବାଇଲ ଗାଏବ

ମୁମ୍ବାଇ,୬।୭: ମୁମ୍ବାଇରେ ଭାରତୀୟ କ୍ରିକେଟ ଦଳର ଉତ୍ସବରେ ଯୋଗଦେବା ଅନେକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଆପଣ ଭାବୁଛନ୍ତି ଏହା କାହିଁକି କୁହାଯାଉଛି ।...

ରାହୁଲ ଦ୍ରାବିଡଙ୍କୁ କୋଚ କରିବା ପାଇଁ ପ୍ରସ୍ତାବ ଦେଲେ ପାକିସ୍ତାନ ସାମ୍ବାଦିକ: ଲୋକେ କହିଲେ…

ନୂଆଦିଲ୍ଲୀ,୬।୭: ଭାରତୀୟ କ୍ରିକେଟ ଦଳ ସହ କୋଚ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ ଇଣ୍ଡିଆ ଟି...

କୋହଲିଙ୍କଠାରୁ ଏମିତି କଥା ଶୁଣି ଖୁସି ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୬।୭: ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆର ଖେଳାଳିମାନେ ଭାରତରେ ପହଞ୍ଚିଥିଲେ। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଭାରତୀୟ ପ୍ରଧାନମନ୍ତ୍ରୀ...

ଆଜି ଭାରତ-ଜିମ୍ବାଓ୍ବେ ପ୍ରଥମ ଟି-୨୦: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍‌

ହରାରେ,୬।୭: ଭାରତୀୟ କ୍ରିକେଟ ଦଳ ୨୦୧୬ ପରଠାରୁ ପ୍ରଥମ ଥର ପାଇଁ ଆଫ୍ରିକୀୟ ଦେଶରେ ଦ୍ୱିପାକ୍ଷିକ ସିରିଜ ଖେଳିବ। ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଭାରତୀୟ କ୍ରିକେଟ୍‌ ଟିମ୍‌କୁ ୧୧ କୋଟି

ମୁମ଼୍ବାଇ, ୫।୭: ଟି-୨୦ ବିଶ଼୍ବକପ୍‌ ଜିତି ସ଼୍ବଦେଶ ଫେରିଥିବା ଭାରତୀୟ କ୍ରିକେଟ୍‌ ଟିମ୍‌ ଉପରେ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

ଗଛରେ ଚଢ଼ି ଏଭଳି କିଛି ଦୃଶ୍ୟ କଏଦ କରିଥିଲେ ପ୍ରଶଂସକ, Video ସାମ୍ନାକୁ ଆସିବା ପରେ…

ନୂଆଦିଲ୍ଲୀ,୫।୭: ଟି୨୦ ବିଶ୍ୱକପ୍‌ ଜିତିବା ପରେ ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଏହି କ୍ରମରେ ଖେଳାଳିମାନେ ସ୍ବଦେଶକୁ ଫେରି ରୋଡ ଶୋ’ କରି ପ୍ରଶଂସକଙ୍କ...

ବିଧାନସଭା ଭିତରେ ମରାଠିରେ ଏମିତି କହିଦେଲେ ରୋହିତ, ମୁଖ୍ୟମନ୍ତ୍ରୀ…

ମୁମ଼୍ବାଇ, ୫।୭: ସ଼୍ବଦେଶ ଫେରିବା ପରେ ବିଶ଼୍ବବିଜୟୀ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଏବଂ ସମ୍ମାନ ସମାରୋହ ଜାରି ରହିଛି । ଗତ ଗୁରୁବାର ମୁମ଼୍ବାଇରେ ସମ଼୍ବର୍ଦ୍ଧନା...

ବିଶ୍ୱ ବିଜେତା ହୋଇ ଘରକୁ ଫେରିଲେ ହିଟ୍‌ମ୍ୟାନ୍‌, ଫୁଲ ବିଛାଇ ସ୍ବାଗତ କଲେ…

ନୂଆଦିଲ୍ଲୀ,୫।୭: ଟିମ୍‌ ଇଣ୍ଡିଆ ଅଧିନାୟକ ଭାବେ ବିଶ୍ୱକପ୍‌ ଜିତି ଘରକୁ ଫେରିବା ପରେ ରୋହିତ ଶର୍ମାଙ୍କୁ ଭବ୍ୟ ସ୍ବାଗତ ମିଳିଛି। ଏଥିଲାଗି ପ୍ରାୟ ୧ ମାସରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri