ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ, ଛୁଟି ସହ କଟିବ…

ନୂଆଦିଲ୍ଲୀ,୨୨ା୬: ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ। କର୍ମଚାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଠିକ୍‌ ସମୟରେ ଅଫିସରେ ନ ପହଞ୍ଚିଲେ ଅଧାଦିନର ଛୁଟି କଟିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ସୂଚନାନୁସାରେ, କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ପହଞ୍ଚିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛି। ଏହି ସମୟ ମଧ୍ୟରେ ଅଫିସରେ ନ ପହଞ୍ଚିଲେ ସିଏଲ୍‌ (କାଜୁଆଲ ଲିଭ୍‌) କାଟିବାକୁ ନିଷ୍ପତ୍ତି ନିଆଯାଇଛି।

ଡିଓପିଟି ନିଷ୍ପତ୍ତି ଅନୁସାରେ, ସମସ୍ତ କର୍ମଚାରୀ ସକାଳ ୯ଟା ୧୫ରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍‌ରେ ପଞ୍ଚ ଦେବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ କର୍ମଚାରୀଙ୍କର ଅଧା ଦିନର ଛୁଟି କାଟି ଦିଆଯିବ।

ସେହିପରି ଯଦି ଜଣେ କର୍ମଚାରୀ କୌଣସି କାରଣରୁ ଅଫିସ ନ ଆସିବେ ତେବେ ତାଙ୍କୁ ଆଗୁଆ ଜଣାଇବାକୁ ପଡ଼ିବ ଏବଂ କାଜୁଆଲ ଲିଭ୍‌(ସିଏଲ୍‌) ଆପ୍ଲାଏ କରିବାକୁ ପଡ଼ିବ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ସେନାର ଜବାବ; ଅଗ୍ନିବୀରଙ୍କ ପରିବାରକୁ ଦିଆଯାଇଛି ୯୮.୩୯ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩ା୭: ବୁଧବାର ଲୋକ ସଭାରେ ରାହୁଲ ଗାନ୍ଧୀ କରିଥିବା ଅଭିଯୋଗର ଜବାବ ରଖିଛି ଭାରତୀୟ ସେନା। ରାହୁଲ ଗାନ୍ଧୀ କହିଥିଲେ ଯେ, ଶହୀଦ ଅଗ୍ନିବୀର କର୍ମଚାରୀଙ୍କ...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୩ା୭:କେନ୍ଦ୍ରର ମୋଦି ସରକାର ବୁଧବାର ସୁରକ୍ଷା, ଅର୍ଥନୀତି ଓ ରାଜନୈତିକ ବ୍ୟାପାର ସମ୍ପର୍କିତ କମିଟି ଗଠନ କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଦେଶର ସର୍ବୋଚ୍ଚ...

ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର...

ପରାଜୟ ପରେ ବିରୋଧୀ କ୍ୟାମ୍ପରେ ବିଜେଡି; ମୋଦିଙ୍କ ଭାଷଣ ସମୟରେ ଇଣ୍ଡିଆ ମେଣ୍ଟ ସହିତ କଲା କକ୍ଷତ୍ୟାଗ

ଭୁବନେଶ୍ୱର,୩।୭: ପୂର୍ବରୁ ସଂସଦରେ ଅନେକ ଥର ଭାଜପାକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ବୁଧବାର ଇଣ୍ଡିଆ ମେଣ୍ଟ ପଦ ରାସ୍ତାରେ ଯୋଗ ଦେଇଛି। ରାଷ୍ଟ୍ରପତିଙ୍କ...

‘ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଅତ୍ୟନ୍ତ ଦୁଃଖଦାୟକ’

ରାଞ୍ଚତ୍,୩ା୭:ସଦ୍ୟ ଜେଲରୁ ଫେରିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାର ୫ ମାସ ପୂର୍ବରୁ ଝାଡ଼ଖଣ୍ଡ...

କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ

ନେପିଡୋ,୩।୭:ମ୍ୟାନ୍‌ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍‌ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ...

ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା

ହାଥରସ୍‌,୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ...

ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା

ହାଥରସ୍‌,୩ା୭:ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri